‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 21st, 09:29 pm
ଗାୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟଙ୍କୁ ଭେଟିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ
November 21st, 05:39 am
ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଭିଡ ୧୯ ମହାମାରୀ ସମୟରେ ଡୋମିନିକାକୁ ସମର୍ଥନ କରିବା ଏବଂ ଭାରତ ଓ ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତା ପାଇଁ ସର୍ବୋଚ୍ଚ ଜାତୀୟ ପୁରସ୍କାର – “ଡୋମିନିକା ଆୱାର୍ଡ ଅଫ୍ ଅନର୍” ପ୍ରଦାନ କରିଛନ୍ତି । ଏହି ଅବସରରେ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ଉପସ୍ଥିତ ଥିଲେ । ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ବାରବାଡୋସ୍ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟଲି. ଗ୍ରେନେଡାର ପ୍ରଧାନମନ୍ତ୍ରୀ ଶ୍ରୀ ଡିକ୍କନ ମିସେଲ୍, ସେଣ୍ଟ୍ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ୍ ଜେ.ପିୟରେ ଏବଂ ଆଣ୍ଟିଗୁଆ ଓ ବାର୍ବୁଡାର ପ୍ରଧାନମନ୍ତ୍ରୀ ଗ୍ୟାସ୍ଟନ୍ ବ୍ରାଉନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଫେବୃଆରୀ ୧୬ ତାରିଖରେ ଟିଇଆରଆଇ ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ
February 15th, 11:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୨ ଅପରାହ୍ନ ପ୍ରାୟ ୬ଘଟିବା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଦି ଏନର୍ଜି ଆଣ୍ଡ ରିସୋର୍ସ ଇନ୍ଷ୍ଟିଟ୍ୟୁଟ (ଟିଇଆରଆଇ)ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ ।