India-New Zealand relations are at a turning point: PM Modi at the India-New Zealand Business Event
July 11th, 08:20 am
PM Modi interacted with leading CEOs and business leaders from India and New Zealand, highlighting the vast opportunities for trade, investment and innovation. He invited New Zealand businesses to partner India's growth story and help achieve the shared goal of doubling bilateral trade to NZD 7 billion by 2030.Prime Minister addresses business leaders in New Zealand
July 11th, 08:16 am
PM Modi interacted with leading CEOs and business leaders from India and New Zealand, highlighting the vast opportunities for trade, investment and innovation. He invited New Zealand businesses to partner India's growth story and help achieve the shared goal of doubling bilateral trade to NZD 7 billion by 2030.ହାଇଦ୍ରାବାଦରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 10:10 am
ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦରେ ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦଘାଟନ କରିଛନ୍ତି
November 26th, 10:00 am
୨୬.୧୧.୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଜିଏମଆର ଏରୋସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ – ଏସଇଜେଡରେ ଅବସ୍ଥିତ ସଫରାନ୍ ଏୟାରକ୍ରାଫ୍ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ (ଏସଏଇଏସଆଇ) ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଆଜିଠାରୁ ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ନେଉଛି। ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍ (ଏମଆରଓ) ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ ଏହି ଏମଆରଓ ସୁବିଧା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ ମନେ ପକାଇଥିଲେ ଯେ, ସେ ୨୪ ନଭେମ୍ବରରେ ସଫରାନ ବୋର୍ଡ ଏବଂ ପରିଚାଳନାକୁ ଭେଟିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମଧ୍ୟ ସେମାନଙ୍କ ସହିତ ପ୍ରତ୍ୟେକ ଆଲୋଚନାରେ ସେ ଭାରତ ସମ୍ପର୍କରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆଶା ଦେଖିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଭାରତରେ ସଫରାନ ର ନିବେଶ ସମାନ ଗତିରେ ଜାରି ରହିବ। ତାଙ୍କର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଏହି ନୂତନ ସୁବିଧା ପାଇଁ ଟିମ୍ ସଫରାନକୁ ଅଭିନନ୍ଦନ ଜଣାଇଥିଲେ।ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 02nd, 05:34 pm
ଆଇ. ଏ. ଟି. ଏ. ର 81ତମ ବାର୍ଷିକ ସାଧାରଣ ସଭାରେ, ଏବଂ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀରେ, ମୁଁ ଆପଣ ସମସ୍ତ ଅତିଥିଙ୍କୁ ଭାରତକୁ ସ୍ୱାଗତ କରୁଛି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। 4 ଦଶନ୍ଧି ପରେ ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି 4 ଦଶନ୍ଧି ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ଆଜିର ଭାରତ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଆମେ କେବଳ ବିଶ୍ୱ ବିମାନ ଚଳାଚଳ ଇକୋ-ସିଷ୍ଟମରେ ଏକ ବିଶାଳ ବଜାର ନୁହେଁ, ବରଂ ନୀତିଗତ ନେତୃତ୍ୱ, ନବସୃଜନ ଏବଂ ସମାବେଶୀ ବିକାଶର ପ୍ରତୀକ ମଧ୍ୟ ଅଟେ । ଆଜି ଭାରତ ବିଶ୍ୱ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ଉଦୀୟମାନ ନେତୃତ୍ୱ ନେଉଛି। ବିଗତ ଦଶନ୍ଧିରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ଐତିହାସିକ ସଫଳତା ମିଳିଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି।ଆଇଏଟିଏ ର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 02nd, 05:00 pm
ବିଶ୍ୱସ୍ତରୀୟ ବିମାନ ଭିତ୍ତିଭୂମି ବିକାଶ ଏବଂ ସଂଯୋଗ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଟରନାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ)ର ୮୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଏବଂ ୱାର୍ଲଡ୍ ଏୟାର ଟ୍ରାନ୍ସପୋର୍ଟ ସମିଟ୍ (ଡବ୍ଲୁଏଟିଏସ)ର ଅଧିବେଶନରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତିଥିମାନଙ୍କୁ ସ୍ୱାଗତ କରି ଚାରି ଦଶନ୍ଧି ପରେ ଭାରତକୁ ଫେରିବା ଘଟଣାଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଏହି ସମୟ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ଭାରତ ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ। କେବଳ ଏକ ବିଶାଳ ବଜାର ଭାବରେ ନୁହେଁ ବରଂ ନୀତି ନେତୃତ୍ୱ, ନବସୃଜନ ଏବଂ ସମନ୍ବିତ ବିକାଶର ପ୍ରତୀକ ଭାବରେ ସେ ବିଶ୍ୱ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି, ଭାରତ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ନେତା ଭାବରେ ଉଭା ହେଉଛି, ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗତ ଦଶନ୍ଧିରେ ଐତିହାସିକ ଉନ୍ନତି ଦେଖିଛି, ଯାହାକୁ ସ୍ୱୀକୃତି ମିଳିପାରିଛି।