ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଦିବ୍ୟାଙ୍ଗମାନଙ୍କ ପାଇଁ ମର୍ଯ୍ୟାଦା, ଉପଲବ୍ଧତା ଏବଂ ସୁଯୋଗର ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ
December 03rd, 04:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ପାଇଁ ମର୍ଯ୍ୟାଦା, ଉପଲବ୍ଧତା ଏବଂ ସୁଯୋଗ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଦିବ୍ୟାଙ୍ଗମାନେ ସେମାନଙ୍କ ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ କାରଣରୁ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଆମ ଜାତୀୟ ପ୍ରଗତିକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଛନ୍ତି। ବର୍ଷ ବର୍ଷ ଧରି, ଆଇନ, ସୁଲଭ ଭିତ୍ତିଭୂମି, ସମାବେଶୀ ଶିକ୍ଷା ନୀତି ଏବଂ ସହାୟକ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ମାଧ୍ୟମରେ ଦିବ୍ୟାଙ୍ଗ କଲ୍ୟାଣ ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆଗାମୀ ସମୟରେ ଆମେ ଆହୁରି ଅଧିକ କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀ ମୋଦୀ କହିଛନ୍ତି।ଦିଲ୍ଲୀ ଯଶୋଭୂମି ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 04th, 10:45 am
ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପର ଆରମ୍ଭ
October 04th, 10:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଦକ୍ଷତା ସମାବର୍ତ୍ତନ ସମାରୋହରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଲକ୍ଷ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀ, ବିହାରର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କିଛି ବର୍ଷ ପୂର୍ବେ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଧରଣର ସମାବର୍ତ୍ତନ ସମାରୋହ ଆୟୋଜନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଆଜି ସେହି ପରମ୍ପରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।ବିହାରର ମୋତିହାରୀଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 18th, 11:50 am
ଏହି ପବିତ୍ର ଶ୍ରାବଣ ମାସରେ ଆମେ ବାବା ସୋମେଶ୍ୱରନାଥଙ୍କ ଚରଣରେ ପ୍ରଣାମ କରୁଛୁ ଏବଂ ତାଙ୍କ ଠାରୁ ଆମେ ଆଶୀର୍ବାଦ ଆଣିଛୁ ଯେ ସଂପୂର୍ଣ୍ଣ ବିହାର ବାସୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସୁ।ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
July 18th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।Let this Yoga Day mark the beginning of Yoga for Humanity 2.0, where Inner Peace becomes Global Policy: PM Modi
June 21st, 07:06 am
PM Modi addressed the 11th International Day of Yoga event in Visakhapatnam, Andhra Pradesh and took part in the Yoga session. The PM recalled the moment when India proposed the idea of International Yoga Day at the UN. He noted that more than two crore people have joined the Yogandhra Abhiyan, reflecting a vibrant spirit of public participation. He remarked that Yoga transitions inpiduals from Me to We.ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
June 21st, 06:30 am
ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ ବିଶାଖାପାଟଣାର ବେଳାଭୂମିରେ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶକୁ ଏକ ସୁସଙ୍ଗତ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେଇଥିଲେ । ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ, ମାଇଗଭ୍ ଏବଂ ମାଇ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗଡ୍ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କୈନ୍ଦ୍ରିକ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ଗୁଜରାଟର ସୁରଟରେ ସୁରଟ ଖାଦ୍ୟ ସୁରକ୍ଷା ପୁଷ୍ଟିକର ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 05:34 pm
ମୁଁ ଭାଗ୍ୟବାନ ଯେ ଆଜି ଦେଶର ଲୋକମାନେ ଏବଂ ଗୁଜରାଟର ଲୋକମାନେ ମୋତେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ଏହା ପରେ ସୁରଟକୁ ଏହା ମୋର ପ୍ରଥମ ଗସ୍ତ। ଗୁଜରାଟ ଯାହା ନିର୍ମାଣ କରିଥିଲା, ଦେଶ ତାକୁ ଆନନ୍ଦର ସହିତ ଆପଣାଇ ଥିଲା। ମୁଁ ସବୁବେଳେ ଆପଣଙ୍କ ନିକଟରେ ଋଣୀ ରହିବି, ମୋ ଜୀବନର ନିର୍ମାଣରେ ଆପଣ ବହୁତ ଯୋଗଦାନ ଦେଇଛନ୍ତି। ଆଜି ଯେତେବେଳେ ମୁଁ ସୁରଟ ଆସିଛି, ଏହା କିପରି ସମ୍ଭବ ଯେ ସୁରଟର ଉତ୍ସାହକୁ ଅଣଦେଖା କରି ପାରିବି। କାର୍ଯ୍ୟ ଏବଂ ଦାନ ହେଉଛି ଦୁଇଟି ଜିନିଷ ଯାହା ସୁରଟକୁ ଆହୁରି ସ୍ୱତନ୍ତ୍ର କରିଥାଏ। ପରସ୍ପରକୁ ସମର୍ଥନ କରିବା, ସମସ୍ତଙ୍କ ବିକାଶର ଉତ୍ସବ ପାଳନ କରିବା, ଆମେ ସୁରଟର ପ୍ରତ୍ୟେକ କୋଣରେ ଏହା ଦେଖୁଛୁ। ଆଜିର କାର୍ଯ୍ୟକ୍ରମ ସୁରଟର ଏହି ଭାବନାକୁ ଆଗକୁ ନେବାକୁ ଯାଉଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ
March 07th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟର ଲିମ୍ବାୟତରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ୨.୩ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲାଭ ବିତରଣ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସୁରଟ ସହରର କାର୍ଯ୍ୟ ଓ ସେବା ମନୋଭାବର ଦୃଢ଼ ଭିତ୍ତିକୁ ଉଦାହରଣ ଦେଇ ଏହା ସହରର ଅଦ୍ୱିତୀୟ ଭାବନା ଏବଂ କେବେ ଭୁଲିହେବନି ବୋଲି କହିଥିଲେ ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 06th, 04:21 pm
ଭାରତର ଉପଲବ୍ଧି ସମ୍ପର୍କରେ ଭାରତଠାରୁ ବିଶ୍ୱର ଆଶା ଏବଂ ଏକ 'ବିକଶିତ ଭାରତ' ଗଠନ ସମ୍ବନ୍ଧରେ ଭାରତରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବିକଶିତ କରିବାର ସଂକଳ୍ପ ଉପରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ସେ ଦେଶର ଭବିଷ୍ୟତ ପାଇଁ ଏକ ଦିଗ ମଧ୍ୟ ଦେଖାଇଛନ୍ତି। ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ଥିଲା, ଏବଂ ଏହା ଭବିଷ୍ୟତ କାର୍ଯ୍ୟ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରିଥିଲା। ମୁଁ ଏଠାରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ଜଣାଇବାକୁ ଆସି ଏହି ସ୍ଥାନରେ ଉପସ୍ଥିତ ହୋଇଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 06th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି। ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 09:24 pm
ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।କ୍ୟାଥୋଲିକ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।Our Constitution is the foundation of India’s unity: PM Modi in Lok Sabha
December 14th, 05:50 pm
PM Modi addressed the Lok Sabha on the 75th anniversary of the Indian Constitution's adoption. He reflected on India's democratic journey and paid tribute to the framers of the Constitution.ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
December 14th, 05:47 pm
ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ଉପଲକ୍ଷେ ଆଜି ଲୋକସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ବିତର୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । ଗୃହକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ସମସ୍ତ ନାଗିରକ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଉଥିବା ବିଶ୍ବର ସମସ୍ତ ଲୋକମାନଙ୍କ ପାଇଁ ଏକ ଗର୍ବ ଓ ସମ୍ମାନର ବିଷୟ ଯେ ଆମେ ଗଣତନ୍ତ୍ରର ଏହି ଉତ୍ସବକୁ ପାଳନ କରୁଛୁ । ଆମ ସମ୍ବିଧାନର ୭୫ ଉଲ୍ଲେଖନୀୟ ବର୍ଷର ଯାତ୍ରା ପାଇଁ ସେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସେ ପ୍ରସଂଶା କରିବା ସହ କହିଥିଲେ ଯେ ସଫଳତାର ୭୫ ବର୍ଷ ପୂରଣ ପରେ ଗଣତନ୍ତ୍ରର ଏହି ଉତ୍ସବ ପାଳନ ପାଇଁ ସମୟ ଉପନୀତ । ସଂସଦର ସଦସ୍ୟମାନେ ଏହି ସମାରୋହରେ ନିଜକୁ ସାମିଲ କରି ନିଜର ମତାମତ ପ୍ରଦାନ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ସେ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।Hackathon solutions are proving to be very useful for the people of the country: PM Modi
December 11th, 05:00 pm
PM Modi interacted with young innovators at the Grand Finale of Smart India Hackathon 2024 today, via video conferencing. He said that many solutions from the last seven hackathons were proving to be very useful for the people of the country.ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 11th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ 'ସବକା ପ୍ରୟାସ'ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ 'ସବକା ପ୍ରୟାସ' କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବା ନିମନ୍ତେ ସେମାନଙ୍କର ଦୃଷ୍ଟିକୋଣ ରହିଛି । ତେଣୁ, ଶ୍ରୀ ମୋଦୀ କହିଥିଲେ, ଆପଣଙ୍କର ସମାଧାନ ମଧ୍ୟ ଭିନ୍ନ ଏବଂ ଯେତେବେଳେ ଏକ ନୂତନ ଚ୍ୟାଲେଞ୍ଜ ଆସେ, ଆପଣ ନୂତନ ଏବଂ ଅନନ୍ୟ ସମାଧାନ ବାହାର କରନ୍ତି। ପ୍ରଧାନମନ୍ତ୍ରୀ ଅତୀତରେ ହୋଇଥିବା ହାକାଥନ କଥା ମନେ ପକାଇ କହିଥିଲେ, ସେଥିରେ ପ୍ରଦାନ କରାଯାଇଥିବା ସମାଧାନଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟରେ ବ୍ୟବହାର କରାଯାଉଛି । ଶ୍ରୀ ମୋଦୀ ଅଂଶଗ୍ରହଣକାରୀଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାର୍ତ୍ତାଳାପ ଆରମ୍ଭ କରିଥିଲେ ।ସୁଗମ୍ୟ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
December 03rd, 04:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଗମ୍ୟ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଓ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ଆହୁରି ବୃଦ୍ଧି କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ସାହସ ଏବଂ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ, ଏହା ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି ।