ଭାରତ-ଫ୍ରାନ୍ସ ମିଳିତ ବିବୃତି
February 18th, 08:10 am
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।Prime Minister holds bilateral talks with the Prime Minister of Ethiopia
December 17th, 12:02 am
During his visit to Ethiopia, PM Modi held discussions with Ethiopian PM Dr. Abiy Ahmed Ali in Addis Ababa. Both leaders reviewed the entire spectrum of the bilateral relationship and agreed to elevate the ties to the level of a Strategic Partnership. PM Modi thanked Ethiopia for its solidarity in the wake of the Pahalgam terror attack. Following the talks, the two leaders witnessed the exchange of MoUs.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
December 16th, 03:56 pm
ଜୋର୍ଡାନ ହାସେମାଇଟ୍ ରାଜ୍ୟର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ, ଭାରତୀୟ ଗଣରାଜ୍ୟର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬, ୨୦୨୫ରେ ଜୋର୍ଡାନ ହାସେମାଇଟ୍ ରାଜ୍ୟ ଗସ୍ତ କରିଥିଲେ।ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 11:06 am
ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - ମହାରାଦିଆ ଲୱାନା - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।Today India is working in every sector, in every area with unprecedented speed: PM at NDTV World Summit
October 21st, 10:25 am
Prime Minister Narendra Modi addressed the NDTV World Summit 2024. “Today, India is working in every sector and area with unprecedented speed”, the Prime Minister said. Noting the completion of 125 days of the third term of the government, PM Modi threw light on the work done in the country.ନୂଆଦିଲ୍ଲୀରେ ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 21st, 10:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।ତଥ୍ୟ ପତ୍ର:୨୦୨୪ କ୍ୱାଡ ନେତୃବୃନ୍ଦଙ୍କ ସମ୍ମିଳନୀ
September 22nd, 12:06 pm
୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି
August 20th, 08:39 pm
୨୦ ଅଗଷ୍ଟ ୨୦୨୪ରେ ମାଲେସିଆର ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ଇବ୍ରାହିମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଗସ୍ତରେ ଆସିଥିଲେ । ମାଲେସିଆ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦକ୍ଷିଣ ଏସୀୟ ଅଞ୍ଚଳ ଗସ୍ତ ଏବଂ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା, ଯାହା ସେମାନଙ୍କୁ ବର୍ଦ୍ଧିତ ରଣନୈତିକ ସମ୍ପର୍କର ସମୀକ୍ଷା କରିବାକୁ ଅନୁମତି ଦେଇଥିଲା । ଭାରତ-ମାଲେସିଆ ସମ୍ପର୍କକୁ ବହୁସ୍ତରୀୟ ଓ ବହୁମୁଖୀ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।We must invest in resilient infrastructure today for a better tomorrow: PM Modi
April 24th, 10:06 am
PM Modi addressed the 6th edition of the International Conference on Disaster Resilient Infrastructure. He added that we must invest in resilient infrastructure today, for a better tomorrow. Resilience needs to be factored into new infrastructure creation. Further, it also needs to be a part of post-disaster rebuilding. After disasters, the immediate focus is naturally on relief and rehabilitation. After the initial response, our focus should also include the resilience of infrastructure.PM addresses 6th edition of International Conference on Disaster Resilient Infrastructure
April 24th, 09:40 am
PM Modi addressed the 6th edition of the International Conference on Disaster Resilient Infrastructure. He added that we must invest in resilient infrastructure today, for a better tomorrow. Resilience needs to be factored into new infrastructure creation. Further, it also needs to be a part of post-disaster rebuilding. After disasters, the immediate focus is naturally on relief and rehabilitation. After the initial response, our focus should also include the resilience of infrastructure.ଦ୍ବିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ
November 17th, 04:03 pm
ଦ୍ବିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଉଦ୍ ଘାଟନୀ ଅଧିବେଶନରେ ୧୪୦ କୋଟି ଭାରତୀୟଙ୍କ ତରଫରୁ, ମୁଁ ଆପଣସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ହେଉଛି ଏକବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ବିଶ୍ୱରେ ସବୁଠାରୁ ଅନନ୍ୟ ପ୍ଲାଟଫର୍ମ। ଭୌଗୋଳିକ ଦୃଷ୍ଟିକୋଣରୁ ଗ୍ଲୋବାଲ ସାଉଥ୍ ସବୁବେଳେ ରହିଆସିଛି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କୁ ଏଭଳି ସ୍ୱର ମିଳୁଛି। ଏବଂ ଏହା ଆମ ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି । ଆମେ ୧୦୦ରୁ ଅଧିକ ଭିନ୍ନ-ଭିନ୍ନ ଦେଶ, କିନ୍ତୁ ଆମର ସମାନ ସ୍ୱାର୍ଥ ଅଛି, ଆମର ସମାନ ପ୍ରାଥମିକତା ଅଛି ।୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 07th, 01:28 pm
'ପୂର୍ବ ଏସିଆ ଶିଖର ସମ୍ମିଳନୀ’ରେ ପୁଣି ଥରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ। ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହାବ୍ୟତୀତ ଏହି ବୈଠକରେ ମୁଁ ତିମୋର-ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସ୍ମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 07th, 11:47 am
ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ ।୨୦ତମ ଏସିଆନ - ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ
September 07th, 10:39 am
ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।ଭାରତର ଜି-20 ଅଧ୍ୟକ୍ଷତା ଦ୍ବାରା ଦେଶର ସାଧାରଣ ନାଗରିକଙ୍କ କ୍ଷମତା ସମ୍ଭାବନା ବିକଶିତ ହୋଇଛି: ପ୍ରଧାନମନ୍ତ୍ରୀ
August 15th, 02:24 pm
77ତମ ସ୍ୱାଧୀନତା ଦିବସରେ ଲାଲ୍ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଜି20 ପ୍ରେସିଡେନ୍ସି ଦେଶର ସାଧାରଣ ନାଗରିକଙ୍କ ସାମର୍ଥ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବାରେ ସାହାଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଭାରତର ଦକ୍ଷତା ଏବଂ ଭାରତର ସମ୍ଭାବନା ଆତ୍ମବିଶ୍ୱାସର ନୂତନ ଶିଖରକୁ ଅତିକ୍ରମ କରିବାକୁ ଯାଉଛି ଏବଂ ଏହି ନୂତନ ଆତ୍ମବିଶ୍ୱାସକୁ ନୂତନ ସମ୍ଭାବନା ସହିତ ଗ୍ରହଣ କରାଯିବା ଉଚିତ। “ଭାରତର ଜି -20 ଅଧ୍ୟକ୍ଷତା ଭାରତର ସାଧାରଣ ନାଗରିକଙ୍କ ଦକ୍ଷତା ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ଆଜି ଭାରତ ଦେଶରେ ଜି -20 ଶିଖର ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଛି। ଏବଂ ଗତ ଏକ ବର୍ଷ ଧରି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହିପରି ଅନେକ ଜି -20 କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଏହା ଦେଶର ସାଧାରଣ ମଣିଷର ସାମର୍ଥ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛି। ”ସିଓପି ୨୮ ର ମନୋନୀତ ଅଧ୍ୟକ୍ଷ ଡକ୍ଟର ସୁଲତାନ ଅଲ ଜାବେରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 15th, 05:33 pm
ୟୁଏଇର ଅଧ୍ୟକ୍ଷତାରେ ୟୁଏନ୍ଏଫ୍ସିସିସି ର ଆଗାମୀ ସିଓପି-୨୮ ଉପରେ ଆଲୋଚନା ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁଏଇର ଆଭିମୁଖ୍ୟ ସମ୍ପର୍କରେ ଡକ୍ଟର ଜାବର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ସିଓପି-୨୮ ଅଧ୍ୟକ୍ଷତା ପାଇଁ ୟୁଏଇକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଆନ୍ତର୍ଜାତୀୟ ସୌର ସଂଗଠନ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଆନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ପରିବେଶ ପାଇଁ ଜୀବନଶୈଳୀ (ମିଶନ ଲାଇଫ୍) ସମେତ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିବା ପାଇଁ ଭାରତର ପ୍ରୟାସ ଏବଂ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ।ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ମୂଳ ପାଠ୍ୟ
April 04th, 09:46 am
ସମସ୍ତଙ୍କୁ ମୋର ଶୁଭେଚ୍ଛା । ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ! ସର୍ବପ୍ରଥମେ, ମୁଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଂଚକୁ ଅଭିନନ୍ଦନ ଜଣାଉଛି । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଆଇସିଡିଆର୍ଆଇ - ୨୦୨୩ର ଆନ୍ତର୍ଜାତିକ ସମ୍ମିଳନୀର ୫ମ ସଂସ୍କରଣର ଅବସର ପ୍ରକୃତରେ ଏକ ବିଶେଷ ଅବସର ଅଟେ ।ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ପଞ୍ଚମ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 04th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୪.୨୦୨୩ ) ପଂଚମ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀ ଆଇସିଡିଆରଆଇ-୨୦୨୩କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।