ସେବା ସଂକଳ୍ପ ପ୍ରସ୍ତାବ

February 24th, 04:53 pm

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ 'ସେବା ତୀର୍ଥ'ରେ ଆୟୋଜନ କରାଯାଉଛି।

ପ୍ରଧାନମନ୍ତ୍ରୀ ୪ ଅକ୍ଟୋବରରେ ୬୨,୦୦୦ କୋଟିରୁ ଅଧିକ ମୂଲ୍ୟର ଯୁବ-କେନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ

October 03rd, 03:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଐତିହାସିକ ଯୁବ ବିକାଶ ପଦକ୍ଷେପର ଅଂଶ ସ୍ୱରୂପ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ଦେଶବ୍ୟାପୀ ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗୀତାକୁ ଏକ ନିର୍ଣ୍ଣାୟକ ପ୍ରୋତ୍ସାହନ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଆୟୋଜିତ ଜାତୀୟ ଦକ୍ଷତା ସମାବର୍ତ୍ତନର ଚତୁର୍ଥ ସଂସ୍କରଣ କୌଶଳ ସମାବର୍ତ୍ତନ ମଧ୍ୟ ଅନୁଷ୍ଠିତ ହେବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରଣାଳୟ ଅଧୀନରେ ଥିବା ୪୬ଟି ଅଖିଳ ଭାରତୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ସମ୍ମାନିତ କରାଯିବ।

ସେପ୍ଟେମ୍ବର ୨୬ରେ “ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 25th, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ସକାଳ ପ୍ରାୟ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିହାରର ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦-୧୦ ହଜାର ଟଙ୍କା, ଅର୍ଥାତ ୭,୫୦୦ କୋଟି ଟଙ୍କା ହସ୍ତାନ୍ତରିତ କରିବେ ।

୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ

August 15th, 03:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 07:00 am

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

India celebrates 79th Independence Day

August 15th, 06:45 am

PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.

ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

July 01st, 03:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନାରେ ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଏବଂ ସାମାଜିକ ସୁରକ୍ଷା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଇଏଲଆଇ ଯୋଜନା ଅଧୀନରେ, ପ୍ରଥମ ଥର କାମକରୁଥିବା ପାଇଁ କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇବେ। ନିଯୁକ୍ତିଦାତାମାନଙ୍କୁ ଦୁଇ ବର୍ଷ ଲାଗି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ ଦିଆଯିବ। ଉତ୍ପାଦନ କ୍ଷେତ୍ର ପାଇଁ ଲାଭକୁ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯିବ। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ ୨୦୨୪-୨୫ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଯୋଜନାର ପ୍ୟାକେଜର ଅଂଶ ଭାବରେ ଇଏଲଆଇ ଯୋଜନା ଘୋଷଣା କରାଯାଇଥିଲା।

ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 28th, 08:00 pm

ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।

Prime Minister Shri Narendra Modi addresses TV9 Summit 2025

March 28th, 06:53 pm

PM Modi participated in the TV9 Summit 2025. He remarked that India now follows the Equi-Closeness policy of being equally close to all. He emphasized that the world is eager to understand What India Thinks Today. PM remarked that India's approach has always prioritized humanity over monopoly. “India is no longer just a ‘Nation of Dreams’ but a ‘Nation That Delivers’”, he added.

ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।

March 08th, 11:50 am

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ନବସାରୀସାଂସଦ ତଥା କେନ୍ଦ୍ର ସରକାରଙ୍କ ମୋର ସହକର୍ମୀ, କେନ୍ଦ୍ରମନ୍ତ୍ରୀ ଭାଇ ସିଆର ପାଟିଲ, ମଞ୍ଚରେ ଉପସ୍ଥିତ ଥିବା ପଞ୍ଚାୟତର ସଦସ୍ୟ ଏବଂ ଲକ୍ଷପତି ଦିଦିମାନେ , ଅନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟକ ଉପସ୍ଥିତ ଥିବା ଲୋକଙ୍କୁ, ବିଶେଷକରି ମୋ ମାଆ, ଭଉଣୀ ଏବଂ ଝିଅମାନଙ୍କୁ ଅଭିନନ୍ଦନ!

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି

March 08th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା', ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା' ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି - ସଫଲ (ଗୁଜରାଟ ସ୍କିମ୍ ଫର୍ ଅ​‌ନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି - ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରିପବ୍ଲିକ ପ୍ଲେନାରୀ ଶିଖର ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 08:05 pm

ଆପଣମାନେ ସବୁ ଥକି ପଡିଥିବେ? ଅର୍ଣ୍ଣବର ଉଚ୍ଚ ଶବ୍ଦ ଯୋଗୁଁ କାନ ନିଶ୍ଚିତ ଭାବେ ଥକି ଯାଇଥିବ। ବସନ୍ତୁ ଅର୍ଣ୍ଣବ, ଏହି ସମୟ ନିର୍ବାଚନର ସମୟ ନୁହେଁ। ସର୍ବ ପ୍ରଥମେ, ମୁଁ ରିପବ୍ଲିକ୍‌ ଟିଭିକୁ ତା’ର ଅଭିନବ ପ୍ରୟାସ ପାଇଁ ଅନେକ ଧନ୍ୟବାଦ ଦେଉଛି। ଆପଣମାନେ ଯୁବପିଢିକୁ ତ୍ରୂଣମୂଳ ସ୍ତରରେ ସାମିଲ କରି, ଏତେ ବଡ଼ ପ୍ରତିଯୋଗିତା କରାଇ ତାଙ୍କୁ ଏଠାକୁ ନେଇ ଆସିଛନ୍ତି। ଯେତେବେଳେ ଦେଶର ଯୁବବର୍ଗ ଜାତୀୟ ଆଲୋଚନାରେ ସାମିଲ ହୁଅନ୍ତି, ସେତେବେଳେ ବିଚାରରେ ନୂତନତା ଆସେ, ସେ ସମ୍ପୂର୍ଣ୍ଣ ପରିବେଶକୁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ କରେ ଏବଂ ଏହି ଶକ୍ତିକୁ ଆମେ ଏବେ ଏଠାରେ ମଧ୍ୟ ଅନୁଭବ କରୁଛୁ। ଏକ ପ୍ରକାରରେ ଆମେ ଯୁବକମାନଙ୍କର ଯୋଗଦାନ ଦ୍ୱାରା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତିହତ କରିପାରୁ। ନିର୍ଦ୍ଧାରିତ ସୀମାଠାରୁ ଉପରକୁ ଯାଇପାରୁ, ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମେ ପୂରଣ କରି ନ ପାରୁ। ଏମିତି କୌଣସି ଉଦ୍ଦେଶ୍ୟ ବାକି ରହେ ନାହିଁ ଯାହା ପର୍ଯ୍ୟନ୍ତ ପହଞ୍ଚି ନ ହେବ। ରିପବ୍ଲିକ୍‌ ଟିଭି ଏହି ସମ୍ମିଳନୀ ପାଇଁ ଏକ ନୂତନ କନ୍‌ସେପ୍ଟ ଉପରେ କାମ କରିଛି। ମୁଁ ଏହି ସମ୍ମିଳନୀର ସଫଳତା ପାଇଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏଥିରେ ମୋର ମଧ୍ୟ କିଛି ସ୍ୱାର୍ଥ ନିହିତ ଅଛି, ପ୍ରଥମତଃ ମୁଁ ପୂର୍ବରୁ ଏକ ଲକ୍ଷ ନବଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି, ଏବଂ ସେହି ଏକ ଲକ୍ଷ ଯେଉଁମାନେ ତାଙ୍କର ପରିବାରରେ ପ୍ରଥମ ଥିବେ, ଏଥିପାଇଁ ଏହି ସମାରୋହଟି ମୋର ଉଦ୍ଦେଶ୍ୟ ପୂରଣ ପାଇଁ ଭୂମିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଦ୍ୱିତୀୟଟି, ମୋର ବ୍ୟକ୍ତିଗତ ଲାଭ ଅଟେ, ବ୍ୟକ୍ତିଗତ ଲାଭଟି ହେଉଛି ଯେ 2029ରେ ଯେଉଁମାନେ ଭୋଟ ଦେବାକୁ ଯିବେ, ସେମାନଙ୍କୁ ଜଣାନାହିଁ ଯେ, 2014 ପୂର୍ବରୁ ସାମ୍ପ୍ରତିକ ସମ୍ବାଦପତ୍ରର ହେଡଲାଇନ କିପରି ଥିଲା, ସେମାନେ ଜାଣନ୍ତି ନାହିଁ, 10-10, 12-12 ଲକ୍ଷ କୋଟିର ଘୋଟାଲା ହେଉ ଥିଲା, ସେମାନେ ଜାଣନ୍ତି ନାହିଁ, ଯେତେବେଳେ ସେମାନେ 2029ରେ ଭୋଟ ଦେବାକୁ ଯିବେ, ସେମାନଙ୍କ ସାମ୍ନାରେ ତୁଳନା ପାଇଁ କିଛି ନଥିବ ଏବଂ ଏଥିପାଇଁ ମତେ ସେହି ମାପଦଣ୍ଡରୁ ପାର ହେବାକୁ ହେବ, ଏବଂ ମୋର ଦୃଢ ବିଶ୍ୱାସ ଅଛି, ଯେ ପ୍ରସ୍ତୁତ କରାଯାଇଥିବା ଏହି ଭୂମିକା ସେତେବେଳେ ଏହି କାମକୁ ଶକ୍ତ କରିଦେବ।

ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 06th, 08:00 pm

ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।

ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 10th, 02:15 pm

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପୋଷ୍ଟ ପୋଡକାଷ୍ଟ କରିଛନ୍ତି ଆପଣ

ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାତଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

January 10th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।

ରାଜସ୍ଥାନର ଜୟପୁରରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଶିଖର ସମ୍ମିଳନୀ ୨୦୨୪ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 09th, 11:00 am

ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ ଶର୍ମା, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଶିଳ୍ପଜଗତର ସାଥିମାନେ, ବିଭିନ୍ନ ରାଷ୍ଟ୍ରଦୂତ, ଦୂତାବାସର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।

PM Modi inaugurates Rising Rajasthan Global Investment Summit

December 09th, 10:34 am

PM Modi inaugurated the Rising Rajasthan Global Investment Summit 2024 and Rajasthan Global Business Expo in Jaipur, highlighting India's rapid economic growth, digital advancements, and youth power. He emphasized India's rise as the 5th largest economy, doubling exports and FDI, and the transformative impact of tech-driven initiatives like UPI and DBT.

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 16th, 10:15 am

୧୦୦ ବର୍ଷ ପୂର୍ବେ ହିନ୍ଦୁସ୍ତାନ ଟାଇମ୍ସକୁ ଉଦଘାଟନକୁ ପୂଜ୍ୟ ବାପୁ କରିଥିଲେ.... ସେମାନେ ଗୁଜୁରାଟୀ ଭାଷୀ ଥିଲେ ଏବଂ ୧୦୦ ବର୍ଷ ପରେ ଆପଣମାନେ ଆଉ ଜଣେ ଗୁଜରାଟୀଙ୍କୁ ଡାକିଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ମୁଁ ହିନ୍ଦୁସ୍ତାନ ଟାଇମ୍ସକୁ ଅଭିନନ୍ଦନ ଜଣାଉଛି ଏବଂ ଯେଉଁମାନେ ୧୦୦ ବର୍ଷର ଯାତ୍ରାରେ ଏହା ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ନିଜର ଭାତହାଣ୍ଡି ଭାବି କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ସଙ୍କଟର ସମ୍ମୁଖୀନ ହୋଇଛନ୍ତି ..., କିନ୍ତୁ ଅଟଳ ରହିଛନ୍ତି । ସେମାନେ ସମସ୍ତେ ଆଜି ଅଭିନନ୍ଦନର ଯୋଗ୍ୟ, ଅଭିନନ୍ଦନର ଯୋଗ୍ୟ। ଆପଣ ସମସ୍ତଙ୍କ ପାଇଁ ୧୦୦ ବର୍ଷର ଯାତ୍ରା ବହୁତ ବଡ ହୋଇଛି । ଆପଣମାନେ ସମସ୍ତେ ଏହି ଅଭିନନ୍ଦନ ପାଇବାକୁ ଯୋଗ୍ୟ ଏବଂ ମୁଁ ଆପଣମାନଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ମୁଁ ଏଠାକୁ ଆସିଥିଲି, ମୁଁ ପରିବାର ସଦସ୍ୟଙ୍କୁ ଭେଟିଥିଲି, କିନ୍ତୁ ମୋତେ ୧୦୦ ବର୍ଷର ଯାତ୍ରାର ଏକ ଚମତ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ଯଦି ସମୟ ଅଛି, ତେବେ ସେଠାରେ କିଛି ସମୟ ବିତାନ୍ତୁ । ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ମୁଁ କହୁଛି ଏହା ଏକ ଅନୁଭୂତି । ଏମିତି ଲାଗୁଥିଲା ଯେମିତି ୧୦୦ ବର୍ଷର ଇତିହାସ ଆମ ଆଖି ସାମ୍ନାରେ ବିତିଗଲା । ମୁଁ ସେହି ଦିନର ଖବରକାଗଜ ଦେଖିଲି ଯାହା ଦେଶ ସ୍ୱାଧୀନ ହେବା ଏବଂ ସମ୍ବିଧାନ ଗ୍ରହଣ ହେବା ଦିନ ଛପା ଯାଇଥିଲା । ବହୁତ ବଡ ବଡ ଲେଖକ, ମହାନୁଭବ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ଲେଖୁଥିଲେ। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ବାବୁ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡ. ଏମ୍.ଏସ୍ ସ୍ଵାମୀନାଥନ ଲେଖା ଆପଣଙ୍କ ଖବରକାଗଜକୁ ଉଜ୍ଜ୍ୱଳ କରିଛି । ପ୍ରକୃତରେ ଏକ ଲମ୍ବା ଯାତ୍ରା ପରେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ । ସ୍ୱାଧୀନତା ପାଇଁ ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଆଶାର ଅଥଳ ତଳବିହୀନ ସମୁଦ୍ରର ଚଢ଼ିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଛୁ। ଏହି ଯାତ୍ରା ନିଜେ ହିଁ ଅଭୂତପୂର୍ବ ଏବଂ ଏହା ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୧୯୪୭ରେ କଶ୍ମୀର ର ମିଶ୍ରଣ ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଆପଣଙ୍କ ଖବରକାଗଜ ରିପୋର୍ଟରେ ଅନୁଭବ କଲି | କିନ୍ତୁ ସେହି ମୁହୂର୍ତ୍ତରେ ମୁଁ ଏହା ମଧ୍ୟ ଅନୁଭବ କରିଥିଲି ଯେ କିପରି ୭ ଦଶନ୍ଧି ଧରି କାଶ୍ମୀରରେ ଅନିଶ୍ଚିତତା ପରିସ୍ଥିତି ହିଂସାରେ ଘେରି ରହିଥିଲା। ଆଜି ଆପଣଙ୍କ ଖବରକାଗଜ ଜମ୍ମୁ-କଶ୍ମୀରରେ ରେକର୍ଡ ଭୋଟିଂ ଭଳି ଖବର ପ୍ରକାଶ କରୁଛି, ଏହା ବିପରୀତ। ଗୋଟିଏ ପ୍ରକାରରେ ପ୍ରତ୍ୟେକ ଖବରକାଗଜକୁ ଏକ ପ୍ରକାର ଦେଖାଯିବ, ଆପଣଙ୍କ ଆଖି ସେଠାରେ ସ୍ଥିର ହୋଇଯିବ । ଗୋଟିଏ ପଟେ ଆସାମକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ବିଜେପିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ କେତେ ଖୁସିର କଥା ଯେ ବିଜେପି ଆଜି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ବଡ଼ ଭୂମିକା ଗ୍ରହଣ କରୁଛି ।