ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

March 16th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ପ୍ରଶଂସା କରିଛନ୍ତି । ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍‌ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏଥିରେ ଆର୍‌ବିଆଇର ଇନ୍‌-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ - ପ୍ରବାହ ଏବଂ ସାରଥୀ – କୁ ସ୍ୱୀକୃତି ଦିଆଯାଇଛି ।