ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 17th, 03:45 am

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।

Just as the Netherlands is known for tulips, India is known for the lotus: PM Modi in The Hague

May 16th, 01:30 pm

Addressing a massive community programme in The Hague, Netherlands, PM Modi praised the Indian diaspora for its contributions to Dutch society and for serving as a living bridge between India and the Netherlands. He highlighted the sporting linkages that contribute to close people-to-people ties between the two countries. He also called upon the diaspora to actively contribute to India's journey towards Viksit Bharat.

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 18th, 12:32 pm

ଏହି ଯୁବ ଉତ୍ସାହ, ତୁମର ଶକ୍ତି, ଏଠାକାର ସମ୍ପୂର୍ଣ୍ଣ ପରିବେଶକୁ ଚଳଚଞ୍ଚଳ କରିଦେଇଛି । ମୁଁ ସେହି ସମସ୍ତ ଭାଇ-ଭଉଣୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ଥାନର ଅଭାବ ଯୋଗୁଁ ଏହି ହଲରେ ନାହାନ୍ତି ଏବଂ ନିକଟବର୍ତ୍ତୀ ହଲ୍‌ରେ ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖୁଛନ୍ତି । ଏବେ ଆପଣ କଳ୍ପନା କରିପାରିବେ, ଯଦି ଏତେ ଦୂର ଆସିଲେ ଏବଂ ଭିତରକୁ ଆସିପାରିଲେ ନାହିଁ, ତେବେ ସେମାନଙ୍କ ମନରେ କ’ଣ ଚାଲିଥିବ ।

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 18th, 12:31 pm

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।

ମୁମ୍ବାଇ ଗ୍ଲୋବାଲ ଫିନଟେକ ଫେଷ୍ଟର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 09th, 02:51 pm

ମହାମହିମ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଆରବିଆଇ ଗଭର୍ଣ୍ଣର, ଉଦଭାବକ, ନିବେଶକାରୀ, ନେତାଗଣ । ମୁମ୍ବାଇକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ।

‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 09th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ମହାରାଷ୍ଟ୍ରର ମୁମ୍ବାଇଠାରେ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କରିଛନ୍ତି। ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶ୍ରୀ ମୋଦୀ ମୁମ୍ବାଇକୁ ଶକ୍ତି, ଉଦ୍ୟୋଗ ଏବଂ ଅସୀମ ସମ୍ଭାବନାର ସହର ଭାବେ ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ବନ୍ଧୁ, ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କୀର ଷ୍ଟାରମରଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ କରିଥିଲେ ଏବଂ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ’ରେ ତାଙ୍କର ଉପସ୍ଥିତି ଏବଂ କାର୍ଯ୍ୟକ୍ରମରେ ସେ ଦେଇଥିବା ସମୟ ପାଇଁ ଧନ୍ୟବାଦ ଜଣାଇଥିଲେ।

ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 25th, 10:22 am

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ , ଶିଳ୍ପ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ।

ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 25th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ -୨୦୨୫’କୁ ଉଦଘାଟନ ଏବଂ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀରେ ଯୋଗ ଦେଇଥିବା ସମସ୍ତ ବ୍ୟବସାୟୀ, ନିବେଶକ, ଉଦ୍ୟୋଗୀ ଏବଂ ଯୁବ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨,୨୦୦ ରୁ ଅଧିକ ପ୍ରଦର୍ଶକ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଏହି ବାଣିଜ୍ୟ ପ୍ରଦର୍ଶନୀର ସଂସ୍କରଣ ପାଇଁ ଋଷ ଦେଶ ଅଂଶୀଦାର ବୋଲି ଆଲୋକପାତ କରିଛନ୍ତି, ଯାହା ଏକ ପରୀକ୍ଷିତ ସହଭାଗୀ ସୁଦୃଢ଼ତାର ଗୁରୁତ୍ୱ ବହନ କରୁଛି। ସେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସରକାରୀ ସହକର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଅବସରଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ସହିତ ସମ୍ପୃକ୍ତ ଅଟେ, ଯିଏ ସମାଜର ସବୁଠୁ ପଛରେ ପଡ଼ିଥିବା ବ୍ୟକ୍ତିଙ୍କ ଉନ୍ନତି ପାଇଁ - ଅନ୍ତ୍ୟୋଦୟ ପଥ ଉପରେ ଦେଶକୁ ନେତୃତ୍ୱ ଦେଇଥିଲେ। ସେ ଜୋର ଦେଇ କହିଛନ୍ତି ଯେ, ଅନ୍ତ୍ୟୋଦୟ ଅର୍ଥ ହେଉଛି ବିକାଶକୁ ତ୍ରୁଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା, ସମସ୍ତ ପ୍ରକାରର ଭେଦଭାବକୁ ଦୂର କରିବା। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ଭାରତ ବର୍ତ୍ତମାନ ଏହି ସମାବେଶୀମୂଳକ ଉନ୍ନତିର ମଡେଲ୍‌କୁ ବିଶ୍ୱ ସାମ୍ନାରେ ଏକ ଉଦାହରଣ ଭାବରେ ପ୍ରଦର୍ଶନ କରୁଛି।

କର୍ଣ୍ଣାଟକର ବେଙ୍ଗଲୁରରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 10th, 01:30 pm

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାଓ୍ୱରଚନ୍ଦ ଗହଲୋଟ ଜୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୀ, କେନ୍ଦ୍ରରେ ମୋର ସହଯୋଗୀ ମନୋହରଲାଲ ଖଟ୍ଟର ଜୀ, ଏଚ୍‌ ଡି କୁମାରସ୍ୱାମୀ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ବି. ସୋମନ୍ନା ଜୀ, ସୁଶ୍ରୀ ଶୋଭା ଜୀ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ସୁରେଶ ଜୀ, ବିରୋଧୀ ଦଳ ନେତା ଆର୍. ଅଶୋକ ଜୀ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ଜୀ, ଡାକ୍ତର ମଂଜୁନାଥ ଜୀ, ଏମଏଲଏ ବିଜୟେନ୍ଦ୍ର ୟେଡିୟୁରପ୍ପା ଜୀ ଓ କର୍ଣ୍ଣାଟକର ମୋର ଭାଇ ଓ ଭଉଣୀମାନେ,

କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୨୨,୮୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 10th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି,ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

The relationship between India and Kuwait is one of civilizations, seas and commerce: PM Modi

December 21st, 06:34 pm

PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.

କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 21st, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହାଲା ମୋଦୀ'ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।

ଭାରତ-ଶ୍ରୀଲଙ୍କା ମିଳିତ ବିବୃତି: ଭାଗିଦାରୀ ଭବିଷ୍ୟତ ପାଇଁ ଭାଗିଦାରୀକୁ ପ୍ରୋତ୍ସାହିତ କରିବା

December 16th, 03:26 pm

16 ଡିସେମ୍ବର 2024 ରେ ଭାରତ ଗସ୍ତ ସମୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ ନୂଆଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟାପକ ଏବଂ ଫଳପ୍ରଦ ଆଲୋଚନା କରିଥିଲେ ।

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

ଆମେରିକାର ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 22nd, 10:00 pm

ନମସ୍କାର ଆମେରିକା ! ବର୍ତ୍ତମାନ ମୋର ‘ନମସ୍ତେ’ ମଧ୍ୟ ବିଶ୍ୱସ୍ତରୀୟ ହୋଇଯାଇଛି, ସ୍ଥାନୀୟ ଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ପରିଣତ ହୋଇଯାଇଛି, ଏବଂ ଏସବୁ ଆପଣମାନେ କରିଛନ୍ତି । ଭାରତକୁ ନିଜ ହୃଦୟରେ ସ୍ଥାନ ଦେଇଥିବା ପ୍ରତ୍ୟେକ ଭାରତୀୟ ଏହା କରିଛନ୍ତି।

ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ

September 22nd, 09:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ (ଭିଡିଓ କନଫରେନ୍ସିଂ ଜରିଆରେ)

September 26th, 11:04 am

ଆଜିର ଏହି ରୋଜଗାର ମେଳାରେ ଯେଉଁ ଆବେଦନକାରୀ ମାନଙ୍କୁ ସରକାରୀ ସେବାରେ ନିଯୁକ୍ତି ପତ୍ର ମିଳିଛି, ସେହି ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି । ଆପଣମାନଙ୍କର ଚୟନ ଲକ୍ଷ- ଲକ୍ଷ ଆବେଦନକାରୀମାନଙ୍କ ମଧ୍ୟରୁ କରାଯାଇଛି, ଏଥିପାଇଁ ଏହି ସଫଳତାର ଆପଣଙ୍କ ଜୀବନରେ ବହୁତ ବଡ଼ ଗୁରୁତ୍ୱ ରହିଛି।

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 26th, 10:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ବିଭାଗ ପକ୍ଷରୁ ମନୋନୀତ ହୋଇ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ସାରା ଦେଶରେ ୪୬ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି ।