ଆସାମ ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇଏଲ୍ଏଫ୍) ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ
February 14th, 07:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇ. ଏଲ୍. ଏଫ୍.) କୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଉତ୍ତର-ପୂର୍ବାଞ୍ଚଳକୁ ଏକ ଜରୁରୀ ଅବତରଣ ସୁବିଧା ମିଳିଛି ଏବଂ ରଣନୈତିକ ଦୃଷ୍ଟିକୋଣରୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଫେବୃଆରୀ ୧୪ ତାରିଖରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 13th, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୪ରେ ଆସାମ ଗସ୍ତ କରିବେ। ପ୍ରାୟ ପୂର୍ବାହ୍ନ ୧୦:୩୦ ସମୟରେ, ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ଇଏଲଏଫ୍)ରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ କରିବ। ସେଠାରେ ସେ ଯୁଦ୍ଧ ବିମାନ, ପରିବହନ ବିମାନ ଏବଂ ହେଲିକପ୍ଟର ଗୁଡିକର ଆକାଶ ମାର୍ଗରେ ପ୍ରଦର୍ଶନ କୌଶଳ ଦେଖିବେ। ପ୍ରାୟ ଗୋଟାଏ ସମୟରେ, ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ କୁମାର ଭାସ୍କର ବର୍ମା ସେତୁ ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୧:୩୦ ସମୟରେ, ସେ ଗୌହାଟୀର ଲଚିତ ଘାଟରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ କରିବେ।୨୦-୨୧ ଡିସେମ୍ବରରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 19th, 02:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦-୨୧ରେ ଆସାମ ଗସ୍ତ କରିବେ । ଡିସେମ୍ବର ୨୦, ପ୍ରାୟ ୩ଟା ସମୟରେ, ପ୍ରଧାନମନ୍ତ୍ରୀ ଗୌହାଟୀରେ ପହଞ୍ଚିବା ପରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ର୍ଟମିନାଲ କୋଠାର ପରିଦର୍ଶନ ଏବଂ ଉଦ୍ଘାଟନ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ।ଦିବ୍ରୁଗଡରେ ପହଞ୍ଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବା ଗଙ୍ଗା ବିଳାସ କ୍ରୁଜ ପାଇଁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
March 01st, 11:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗଙ୍ଗା ବିଳାସ କ୍ରୁଜ ଦିବ୍ରୁଗଡ ଠାରେ ପହଞ୍ଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏପ୍ରିଲ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଯିବେ
April 26th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଏପ୍ରିଲ ୨୦୨୨ ରେ ଆସାମ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁ ଠାରେ ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୧:୪୫ ସମୟରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡରେ ଥିବା ଆସାମ ମେଡିକାଲ୍ କଲେଜରେ ପହଞ୍ଚିବେ ଏବଂ ଦିବ୍ରୁଗଡ କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ସେ ଡିବ୍ରୁଗଡ଼ର ଖାନିକର ଗ୍ରାଉଣ୍ଡରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଦେଶକୁ ଆଉ ୭ଟି କର୍କଟ ଡାକ୍ତରଖାନା ଉତ୍ସର୍ଗ କରିବେ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।Development of eastern parts of India is a priority for our Government because that is the way to all-round development: PM Modi
February 05th, 11:47 am
PM dedicates to the nation, Brahmaputra Cracker and Polymer Limited, and wax plant of Numaligarh Refineries Ltd, at Lepetkata near Dibrugarh
February 05th, 11:46 am