ହାଇଦ୍ରାବାଦରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 10:10 am

ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦରେ ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦଘାଟନ କରିଛନ୍ତି

November 26th, 10:00 am

୨୬.୧୧.୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଜିଏମଆର ଏରୋସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ – ଏସଇଜେଡରେ ଅବସ୍ଥିତ ସଫରାନ୍ ଏୟାରକ୍ରାଫ୍‌ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ (ଏସଏଇଏସଆଇ) ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଆଜିଠାରୁ ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ନେଉଛି। ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍‌ (ଏମଆରଓ) ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ ଏହି ଏମଆରଓ ସୁବିଧା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ ମନେ ପକାଇଥିଲେ ଯେ, ସେ ୨୪ ନଭେମ୍ବରରେ ସଫରାନ ବୋର୍ଡ ଏବଂ ପରିଚାଳନାକୁ ଭେଟିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମଧ୍ୟ ସେମାନଙ୍କ ସହିତ ପ୍ରତ୍ୟେକ ଆଲୋଚନାରେ ସେ ଭାରତ ସମ୍ପର୍କରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆଶା ଦେଖିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଭାରତରେ ସଫରାନ ର ନିବେଶ ସମାନ ଗତିରେ ଜାରି ରହିବ। ତାଙ୍କର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଏହି ନୂତନ ସୁବିଧା ପାଇଁ ଟିମ୍ ସଫରାନକୁ ଅଭିନନ୍ଦନ ଜଣାଇଥିଲେ।

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 11th, 12:00 pm

ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 11th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

PM Modi inaugurates Diamond Manufacturing Unit in Surat, Gujarat

April 17th, 10:56 am

PM Narendra Modi inaugurated the Diamond Manufacturing Unit of M/s Hare Krishna Exports Pvt Ltd in Surat. The Prime Minister said Surat has made a mark in the diamond industry but there is now need to look at the entire gems and jewellery sector. He said that as far as the gems and jewellery sector is concerned, our aim should not only be ‘Make in India’ but also 'Design in India'.

Text of PM's remarks at the launch of Digital India week

July 01st, 08:19 pm



PM's remarks at the launch of Digital India week

July 01st, 07:10 pm