ଆସନ୍ତା ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

May 20th, 01:06 pm

ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସେ ବିକାନେର ଯାଇ ଦେଶନୋକେଠାରେ ରହିଥିବା କର୍ଣ୍ଣି ମଠ ପରିଦର୍ଶନ କରିବେ । ପରେ ସାଢେ ୧୧ଟା ବେଳକୁ ଅମ୍ରିତ ଭାରତ ଷ୍ଟେସନ ସ୍କିମ ଯୋଜନା ଅଧୀନରେ ପୁନର୍ଗଠିତ ଦେଶନୋକେ ଷ୍ଟେସନର ଲୋକାର୍ପଣ କରିବେ ଓ ସବୁଜ ପତାକା ଦେଖାଇ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ପରେ ପଲାନାରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ଯୋଜନାର ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।