Arya Vaidya Sala has played a significant role in preserving, protecting and advancing Ayurveda: PM Modi
January 28th, 02:39 pm
Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.କେରଳର ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳସ୍ଥିତ ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଥିଲେ ଯେ, ଏହି ପବିତ୍ର ଅବସରରେ ସମସ୍ତଙ୍କ ସହିତ ଯୋଡ଼ିହେବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ। ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ଦିଗରେ ଆର୍ଯ୍ୟ ବୈଦ୍ୟଶାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ନିଜର ୧୨୫ ବର୍ଷର ଯାତ୍ରାରେ ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥାରେ ପରିଣତ କରିଆସିଛି। ସେ ଏହି ଅବସରରେ ଆର୍ଯ୍ୟ ବୈଦ୍ୟଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନ ପି.ଏ.ଓ୍ବାରିୟରଙ୍କ ଅବଦାନ ବିଷୟରେ ସ୍ମରଣ କରି କହିଥିଲେ, ଆୟୁର୍ବେଦ ପ୍ରତି ତାଙ୍କର ଆଭିମୁଖ୍ୟ ଓ ଜନ ମଙ୍ଗଳ ପ୍ରତି ସମର୍ପଣଭାବ ଅନୁପ୍ରାଣିତ କରିଚାଲିବ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।The bond between India & Guyana is of soil, of sweat, of hard work: PM Modi
November 21st, 08:00 pm
Prime Minister Shri Narendra Modi addressed the National Assembly of the Parliament of Guyana today. He is the first Indian Prime Minister to do so. A special session of the Parliament was convened by Hon’ble Speaker Mr. Manzoor Nadir for the address.ଗୁୟାନାର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
November 21st, 07:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନା ସଂସଦର ଜାତୀୟ ଆସେମ୍ବଲିକୁ ସମ୍ବୋଧିତ କରିଛନ୍ତି । ଏପରି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଅଭିଭାଷଣ ପାଇଁ ମାନ୍ୟବର ବାଚସ୍ପତି ମଞ୍ଜୁର ନାଦିର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।