ନଭେମ୍ବର ୯ରେ ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ
November 08th, 09:26 am
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୮,୧୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ସେ ୯୩୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ଏବଂ ୭,୨୧୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ପାନୀୟଜଳ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଏବଂ କୌଶଳ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ।ଉତ୍ତରାଖଣ୍ଡ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
September 11th, 06:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ୨୦୨୫ରେ ଡେରାଡୁନ ଗସ୍ତ କରି, ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନରେ ସୃଷ୍ଟିତ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଛନ୍ତି।୧୧ ସେପ୍ଟେମ୍ବର: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ-ଉତ୍ତରାଖଣ୍ଡ ଗସ୍ତ
September 10th, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧ ତାରିଖରେ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
February 23rd, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 09:36 pm
ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ସ୍ୱଦେଶୀ ଉତ୍ପାଦ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
December 08th, 05:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ପ୍ରଦର୍ଶିତ ସ୍ୱଦେଶୀ ଉତ୍ପାଦର ଝଲକ ପୋଷ୍ଟ କରିଛନ୍ତି ।ଡିସେମ୍ବର ୮ରେ ଡେରାଡୁନ ଗସ୍ତ କରିବେ ଏବଂ 'ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୩'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
December 06th, 02:38 pm
'ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩' ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ପଦକ୍ଷେପ । ଡିସେମ୍ବର ୮ ଓ ୯ ତାରିଖରେ 'ସମୃଦ୍ଧି ପାଇଁ ଶାନ୍ତି' ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।12 ଅକ୍ଟୋବରରେ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 10th, 08:12 pm
ସକାଳ 8:30 ସମୟରେ ପ୍ରଧାନମନ୍ତ୍ରୀ ପିଥୋରାଗଡ ଜିଲ୍ଲାର ଜୋଲିଙ୍ଗକୋଙ୍ଗରେ ପହଞ୍ଚି ସେଠାରେ ପାର୍ବତୀ କୁଣ୍ଡରେ ପୂଜା ଏବଂ ଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସ୍ଥାନରେ ପବିତ୍ର ଆଦି-କୈଲାଶଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି କ୍ଷେତ୍ରଟି ଜଣାଶୁଣା।ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 25th, 11:30 am
ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
May 25th, 11:00 am
ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।ପ୍ରଧାନମନ୍ତ୍ରୀ 25 ମଇରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ
May 24th, 04:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ମଇ ଦିନ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।ଭାରତ ଗଣତନ୍ତ୍ରର ଜନନୀ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
January 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ୨୦୨୩ର ପ୍ରଥମ ‘ମନ୍ କି ବାତ୍’ ହୋଇଥିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ୯୭ତମ ଅଧ୍ୟାୟ । ଆପଣ ସମସ୍ତଙ୍କ ସହିତ ପୁଣିଥରେ କଥା ହୋଇ ମୋତେ ବହୁତ ଖୁସି ଲାଗୁଛି । ପ୍ରତିବର୍ଷ ଜାନୁଆରୀ ମାସଟି ବହୁତ ଘଟଣାବହୁଳ ହୋଇଥାଏ । ଏହି ମାସରେ ୧୪ ଜାନୁଆରୀ ପାଖାପାଖି ଉତ୍ତରରୁ ଦକ୍ଷିଣ ଯାଏଁ ଓ ପୂର୍ବରୁ ପଶ୍ଚିମ ଯାଏଁ ସାରା ଦେଶରେ ଉତ୍ସବର ଯାକଯମକ ଥାଏ। ଏହାପରେ ଦେଶ ନିଜର ଗଣତନ୍ତ୍ର ଉତ୍ସବ ମଧ୍ୟ ପାଳନ କରିଥାଏ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ଅନେକ ଉଚ୍ଚପ୍ରଶଂସା ହେଉଛି। ଜୈସଲମେରରୁ ପୁଲକିତ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୬ର ପରେଡ୍ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ବହୁତ ଭଲ ଲାଗିଲା । କାନପୁରରୁ ଜୟା ଲେଖିଛନ୍ତି ଯେ, ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଭାରତୀୟ ସଂସ୍କୃତିର ବିଭିନ୍ନ ରୂପକୁ ଦେଖି ଆନନ୍ଦ ଅନୁଭବ ହେଲା । ଏହି ପରେଡରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ମହିଳା ଓଟ ସବାର୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମହିଳା ଦଳର ମଧ୍ୟ ଉଚ୍ଚ ପ୍ରଶଂସା ହେଉଛି ।ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବାରୁ କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
January 07th, 03:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବା କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କରିଛନ୍ତି ।ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପୁଷ୍କର ସିଂହ ଧାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 23rd, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ପୁଷ୍କର ସିଂ ଧାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଜାତୀୟ ସ୍ୱାର୍ଥ ପ୍ରସଙ୍ଗ ଉପରେ କମ୍ ବୟସର ଛାତ୍ରଙ୍କ ମତାମତରେ ପ୍ରଭାବିତ ହୋଇ ଡେରାଡୁନ୍ର ଛାତ୍ର ଅନୁରାଗ ରାମୋଲାଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ
March 11th, 02:25 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରି ଦେଶର ଯୁବ ପୀଢି ବିଶେଷକରି ଛାତ୍ରମାନଙ୍କ ମନୋବଳ ବୃଦ୍ଧି କରିବାରେ ଲାଗିଛନ୍ତି । ସେ ‘ମନ୍ କି ବାତ୍', ପରୀକ୍ଷା ପେ ଚର୍ଚ୍ଚା' ହେଉ କିମ୍ବା ବ୍ୟକ୍ତିଗତ ଆଲୋଚନା ହେଉ, ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ମାଧ୍ୟମ ଜରିଆରେ ସେମାନଙ୍କ ଚିନ୍ତାଧାରା ଏବଂ କୌତୁହଳକୁ ହୃଦୟଙ୍ଗମ କରି ଯୁବକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି । ଏହାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ତାଙ୍କ ଚିଠିର ଉତ୍ତର ଦେଇ ଡେରାଡୁନର ଏକାଦଶ ଶ୍ରେଣୀର ଛାତ୍ର ଅନୁରାଗ ରାମୋଲାଙ୍କ କଳା ଏବଂ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ।ଉତ୍ତରାଖଣ୍ଡର ବିକାଶ ପାଇଁ କାର୍ଯ୍ୟ କରିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ପାଇଁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ ମୋଦୀ
February 07th, 02:40 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଏବଂ ଡେରାଡୁନରେ ଏକ ଭର୍ଚୁଆଲ୍ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଉତ୍ତରାଖଣ୍ଡ ଆମ ପାଇଁ ଦେବ ଭୂମି, କିନ୍ତୁ ଏହି ଲୋକମାନେ ଉତ୍ତରାଖଣ୍ଡକୁ ସେମାନଙ୍କର ଭଲ୍ଟ ବୋଲି ବିବେଚନା କରନ୍ତି । ଏହି ଲୋକମାନେ ଭଗବାନ ରାଜ୍ୟକୁ ଦେଇଥିବା ପ୍ରାକୃତିକ ସମ୍ପଦ ଏବଂ ସମ୍ବଳକୁ ଲୁଟ୍ ଜାରି ରଖିବାକୁ ଚାହାଁନ୍ତି, ସେମାନେ ଚାହାଁନ୍ତି ଯେ ଏହା ସେମାନଙ୍କ ପକେଟ ପୂରଣ କରୁ । ଏହା ହେଉଛି ସେମାନଙ୍କର ମାନସିକତା।ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ହରିଦ୍ୱାର ଏବଂ ଡେରାଡୁନରେ ଏକ ଭର୍ଚୁଆଲ୍ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି
February 07th, 02:39 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଏବଂ ଡେରାଡୁନରେ ଏକ ଭର୍ଚୁଆଲ୍ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଉତ୍ତରାଖଣ୍ଡ ଆମ ପାଇଁ ଦେବ ଭୂମି, କିନ୍ତୁ ଏହି ଲୋକମାନେ ଉତ୍ତରାଖଣ୍ଡକୁ ସେମାନଙ୍କର ଭଲ୍ଟ ବୋଲି ବିବେଚନା କରନ୍ତି । ଏହି ଲୋକମାନେ ଭଗବାନ ରାଜ୍ୟକୁ ଦେଇଥିବା ପ୍ରାକୃତିକ ସମ୍ପଦ ଏବଂ ସମ୍ବଳକୁ ଲୁଟ୍ ଜାରି ରଖିବାକୁ ଚାହାଁନ୍ତି, ସେମାନେ ଚାହାଁନ୍ତି ଯେ ଏହା ସେମାନଙ୍କ ପକେଟ ପୂରଣ କରୁ । ଏହା ହେଉଛି ସେମାନଙ୍କର ମାନସିକତା।ଉତରାଖଣ୍ଡର ଦେହରାଡୁନରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 12:35 pm
ଉତରାଖଣ୍ଡ କା, ସଭି ଦାଣା ସୟାଣୌ, ଦିଦି- ଭୂଲିୟୈାଁ, ବଚ୍ଚି-ବୋଡିୟୋଁ ଔର ଭୈ-ବୈଣୋ। ଆପ ସବୁଥେଁ, ମ୍ୟାରୁ ପ୍ରଣାମ! ମିଥୈ ଭରୋସା ଛ, କି ଆପ ଲୋଗ କୁଶଲ ମଙ୍ଗଲ ହୋଲା! ମି ଆପ ଲୋଗୋଁ ଥେ ସେବା ଲଗୌଣ ଛୁ, ଆପ ସ୍ୱୀକାର କରା!ଡେରାଡୁନରେ ପ୍ରାୟ ୧୮ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
December 04th, 12:34 pm
ସେ ଅଞ୍ଚଳ ବାରମ୍ବାର ଭୂସ୍ଖଳନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଯାତ୍ରାର ନିରାପତ୍ତା ପାଇଁ ସାତଟି ପ୍ରକଳ୍ପକୁ ଶ୍ରୀ ମୋଦୀ ଉଦ୍ଘାଟନ କରିଛନ୍ତି । ଏଥିମଧ୍ୟରେ ୫୮ନମ୍ବର ଜାତୀୟ ରାଜପଥରେ ଦେବପ୍ରୟାଗଠାରୁ ଶ୍ରୀକୋଟ ଓ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ସଡକ ପ୍ରଶସ୍ତୀକରଣ ପ୍ରକଳ୍ପ, ନମୁନା ନଦୀ ଉପରେ ନିର୍ମିତ ୧୨୦ ମେଗାୱାଟ ବ୍ୟାସୀ ଜଳବିଦ୍ୟୁତ ପ୍ରକଳ୍ପ, ଡେରାଡୁନରେ ହିମାଳୟ ସଂସ୍କୃତି କେନ୍ଦ୍ର, ସୁଗନ୍ଧିଯୁକ୍ତ ସୁଗନ୍ଦ ପରୀକ୍ଷାଗାର(ସୁଗନ୍ଦ ଗୁଳ୍ମ ରାଜି କେନ୍ଦ୍ର) ଡେରାଡୁନ ।