The development of Chandigarh has always been the absolute priority of our government: PM Modi

July 17th, 02:08 pm

Launching multiple development projects in Chandigarh, PM Modi asserted that the development of Chandigarh has always been an absolute priority of the current government. He detailed the massive structural changes implemented in the region over the past decade. Congratulating the residents on the inauguration of healthcare, education and infrastructure projects, he also praised the city for striving to improve its cleanliness rankings.

ଚଣ୍ଡୀଗଡ଼ରେ ₹୪,୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

July 17th, 01:45 pm

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଦେଶର ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦୀ ଦଣ୍ଡମୂଳକ ଆଇନରୁ ନ୍ୟାୟକେନ୍ଦ୍ରିକ ବ୍ୟବସ୍ଥାକୁ ଦେଶ ରୂପାନ୍ତରିତ ହୋଇଛି। “ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଥିଲା,” ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ପ୍ୟାରିସ୍‌ରେ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 11:41 pm

ଫ୍ରାନ୍ସରେ ରହୁଥିବା ଆପଣମାନେ ଭାରତୀୟ ସମ୍ପ୍ରଦାୟ – ୨୧ଶଦାବ୍ଦୀର ଭାରତ-ଫ୍ରାନ୍ସ ସମ୍ପର୍କରେ ଯେପରି ସଂଯୋଗ ସ୍ଥାପନ କରିଛନ୍ତି, ତାହା ଆମର ରଣନୈତିକ ସହଭାଗୀତା ପାଇଁ ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛିି । ମୁଁ ଆପଣମାନଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଆଣିଛି । ଏହି ଭବ୍ୟ ଏବଂ ସ୍ନେହପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି ।

ପ୍ୟାରିସରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 18th, 09:30 pm

ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୬ରେ ପ୍ୟାରିସରେ ଆୟୋଜିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ, ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭବ୍ୟ ଏବଂ ଆକର୍ଷଣୀୟ ସ୍ୱାଗତ ଜଣାଇଥିଲେ, ଯାହା ମାତୃଭୂମି ପ୍ରତି ସେମମାନଙ୍କର ଗଭୀର ସ୍ନେହ ଓ ଆତ୍ମୀୟତାର ପ୍ରତିଫଳନ ଥିଲା।

ନୂଆଦିଲ୍ଲୀର ଭାରତମଣ୍ଡପଏମରେ ୱାଇ. ୟୁ. ଜି. ଏମ୍ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 29th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଶ୍ରୀ ଜୟନ୍ତ ଚୌଧୁରୀ ଜୀ, ଡକ୍ଟର ସୁକାନ୍ତା ମଜୂମଦାର ଜୀ, ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିବା ମୋର ବନ୍ଧୁ ଶ୍ରୀ ରୋମେଶ ୱାଧୱାନୀ ଜୀ ଏବଂ ଡକ୍ଟର ଅଜୟ କେଲା ଜୀ, ବିଜ୍ଞାନ ଏବଂ ଟେକ୍ନୋଲୋଜି ଏବଂ ଶିକ୍ଷା ଜଗତର ଯୋଡି ହୋଇଥିବା ଆପଣ ସମସ୍ତ ସାଥିମାନେ, ଅନ୍ୟ ବିଶିଷ୍ଟ ଅତିଥିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଯୁଗ୍ମ ଇନୋଭେସନ କନକ୍ଲେଭକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଯୁଗ୍ମ ଇନୋଭେସନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ସରକାରୀ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସମେତ ବିକଶିତ ଭାରତର ସମସ୍ତ ଅଂଶୀଦାରଙ୍କ ଏକ ମିଳନସ୍ଥଳୀ - ଏହା ବିକଶିତ ଭାରତ ପାଇଁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସହଯୋଗର ଏକ ପ୍ରକାର। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ନବସୃଜନ କ୍ଷମତା ଏବଂ ଡିପ୍-ଟେକ୍ କ୍ଷେତ୍ରରେ ଏହାର ଭୂମିକାକୁ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ। ସେ ଆଇଆଇଟି କାନପୁର ଏବଂ ଆଇଆଇଟି ବମ୍ବେରେ ଏଆଇ, ଇଣ୍ଟେଲିଜେଣ୍ଟ ସିଷ୍ଟମ ଏବଂ ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଔଷଧ ଉପରେ କେନ୍ଦ୍ରିତ ସୁପର ହବ୍ସର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ୱାଧୱାନୀ ଇନୋଭେସନ୍ ନେଟୱାର୍କର ଶୁଭାରମ୍ଭ ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ଗବେଷଣା ଫାଉଣ୍ଡେସନ ସହିତ ସହଯୋଗରେ ଗବେଷଣାକୁ ଆଗକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ୱାଧୱାନୀ ଫାଉଣ୍ଡେସନ, ଆଇଆଇଟି ଏବଂ ଏହି ପଦକ୍ଷେପଗୁଡ଼ିକରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଶ୍ରୀଯୁକ୍ତ ରୋମେଶ ୱାଧୱାନୀଙ୍କ ଉତ୍ସର୍ଗୀକୃତତା ଏବଂ ସକ୍ରିୟ ଭୂମିକା ପାଇଁ ପ୍ରଶଂସା କରିଥିଲେ।

ଏପ୍ରିଲ ୨୯ ଯୁଗମ (YUGM) ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

April 28th, 07:07 pm

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁଗମ୍ (YUGM) ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।