ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (ଜିଏଫଏଫ) ୨୦୨୬ର ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 08th, 06:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ଗ୍ଲୋବାଲ ଫିନ୍‌ଟେକ୍ ଫେଷ୍ଟ ୨୦୨୬ର ଉଦ୍‌ଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ନବସୃଜନକାରୀ, ନେତୃବୃନ୍ଦ ଏବଂ ନିବେଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପରେ ଏହି କାର୍ଯ୍ୟକ୍ରମରେ ତାଙ୍କର କ୍ରମାଗତ ତୃତୀୟ ଉପସ୍ଥିତି ଏକ ଅପାର ଜାତୀୟ ଗୁରୁତ୍ୱପୂର୍ଣ୍ଣ ହ୍ୟାଟ୍ରିକ୍ ପରି ମନେହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ହ୍ୟାଟ୍ରିକ୍ ଦର୍ଶାଉଛି ଯେ ଆପଣ ଏକ ବିକଶିତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ କାର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ।

ମୁମ୍ବାଇରେ ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 08th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ଗ୍ଲୋବାଲ ଫିନ୍‌ଟେକ୍ ଫେଷ୍ଟ ୨୦୨୬ର ଉଦ୍‌ଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ନବସୃଜନକାରୀ, ନେତୃବୃନ୍ଦ ଏବଂ ନିବେଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପରେ ଏହି କାର୍ଯ୍ୟକ୍ରମରେ ତାଙ୍କର କ୍ରମାଗତ ତୃତୀୟ ଉପସ୍ଥିତି ଏକ ଅପାର ଜାତୀୟ ଗୁରୁତ୍ୱପୂର୍ଣ୍ଣ ହ୍ୟାଟ୍ରିକ୍ ପରି ମନେହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ହ୍ୟାଟ୍ରିକ୍ ଦର୍ଶାଉଛି ଯେ ଆପଣ ଏକ ବିକଶିତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ କାର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ।

‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 28th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।

ଏଫ୍ଏ ଓ ଏଗ୍ରିକୋଲା ପଦକ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବିକୃତି

May 20th, 11:00 pm

ମୋତେ ଏତେ ସୁନ୍ଦର ସ୍ୱାଗତ ଏବଂ ଏଗ୍ରିକୋଲା ପଦକ ପ୍ରଦାନ କରିବା ପାଇଁ ଏଫ୍ଏଓ ସଂଗଠନର ମହାନିର୍ଦ୍ଦେଶକଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ଭାରତ ପ୍ରତି ତାଙ୍କର କୃତଜ୍ଞତାପୂର୍ଣ୍ଣ କଥା ଏବଂ ଏଫ୍ଏ ଓ ରେ ତାଙ୍କର ବର୍ଷ ବର୍ଷ ଧରି ରହିଥିବା ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କୁ ରୋମରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ପକ୍ଷରୁ ଏଗ୍ରିକୋଲା ପଦକରେ ସମ୍ମାନିତ

May 20th, 10:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରୋମ ସ୍ଥିତ ( FAO) ମୁଖ୍ୟାଳୟରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା 2026 ପାଇଁ ପ୍ରତିଷ୍ଠିତ ଏଗ୍ରିକୋଲା ପଦକ ପ୍ରଦାନ କରାଯାଇଛି। ଭାରତରେ ଏବଂ ବିଶ୍ୱ ସ୍ତରରେ ଖାଦ୍ୟ ସୁରକ୍ଷା, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଥିବା ତାଙ୍କର ଅସାଧାରଣ ନେତୃତ୍ୱକୁ ମାନ୍ୟତା ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଭାରତ ଏଆଇ ପ୍ରଭାବ ସମ୍ମିଳନୀର ନେତାଙ୍କ ପୂର୍ଣ୍ଣ ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

February 19th, 01:00 pm

ଏଆଇ ପ୍ରଭାବ ସମ୍ମିଳନୀରେ ଭାରତକୁ ପୁଣି ଥରେ ଆପଣ ସମସ୍ତଙ୍କୁ ସ୍ୱାଗତ କରି ମତେ ବହୁତ ଆନନ୍ଦ ଲାଗୁଛି। ମୋର ବିଶ୍ୱାସ, ଏହି ସମ୍ମିଳନୀ ଏକ ମାନବକେନ୍ଦ୍ରିତ, ସମ୍ବେଦନଶୀଳ ବିଶ୍ୱ ଏଆଇ ବ୍ୟବସ୍ଥା ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

February 19th, 12:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଅବସରରେ ଲିଡର୍ସ ପ୍ଲାନେରି ଅଧିବେଶନରେ ଉଦବୋଧନ ଦେଇଥିଲେ। ଶିଖର ସମ୍ମିଳନୀକୁ ଅଂଶଗ୍ରହଣକାରୀମାନଙ୍କୁ ପୁଣି ଥରେ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ଏକ ମାନବ-କୈନ୍ଦ୍ରିକ ଓ ସଂବେଦନଶୀଳ ବୈଶ୍ବିକ ଏଆଇ ଇକୋସିଷ୍ଟମ ତିଆରି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇତିହାସ ଦର୍ଶାଏ ଯେ ମଣିଷ ସବୁବେଳେ ସମସ୍ୟାକୁ ସୁଯୋଗରେ ରୁପାନ୍ତରିତ କରିଛି ଓ ଆଜି ସେହିପରି ଏକ ସୁଯୋଗ ଆସିଛି ଯେତେବେଳେ ଏକ ସମସ୍ୟାକୁ ମାନବଜାତିର ସବୁଠାରୁ ବଡ଼ ସୁଯୋଗରେ ପରିଣତ କରାଯାଇପାରିବ।

ଭାରତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ 2026 ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 10:00 am

ମହାମହିମ , ମାନ୍ୟବର ମନ୍ତ୍ରୀଗଣ , ଶିଳ୍ପ ନେତା, ଉଦ୍ଭାବକ, ଉଦ୍ୟୋଗୀ, ଗବେଷକ, ପ୍ରତିନିଧିଗଣ , ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି , ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ! ନମସ୍କାର !

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 19th, 09:40 am

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଏବଂ ଐତିହାସିକ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଅନୁଷ୍ଠିତ ହେଉଛି, ଯାହା ମାନବତାର ଏକ ଷଷ୍ଠାଂଶ ପ୍ରତିନିଧିତ୍ୱ କରୁଥିବା ଦେଶ। ଭାରତ ବିଶ୍ୱର ସବୁଠୁ ବଡ଼ ଯୁବ ଜନସଂଖ୍ୟା, ସର୍ବାଧିକ ପ୍ରଯୁକ୍ତିଗତ ପ୍ରତିଭା ଭଣ୍ଡାର ଏବଂ ଏକ ସକ୍ରିୟ ପ୍ରଯୁକ୍ତି-ସମର୍ଥିତ ପରିବେଶର ଗୃହ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତ କେବଳ ନୂତନ ପ୍ରଯୁକ୍ତି ସୃଷ୍ଟି କରୁ ନାହିଁ ବରଂ ସେଗୁଡ଼ିକୁ ଅଭୂତପୂର୍ବ ଗତିରେ ଗ୍ରହଣ ମଧ୍ୟ କରୁଛି। ୧୪୦ କୋଟି ଭାରତୀୟ ନୂତନ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ଆଗ୍ରହୀ ଏବଂ ସେମାନଙ୍କ ପକ୍ଷରୁ ସେ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସରକାରୀ ମୁଖ୍ୟ, ବିଶ୍ୱ ଏଆଇ ଇକୋସିଷ୍ଟମର ନେତା ଏବଂ ନବସୃଜନକାରୀଙ୍କୁ ସ୍ୱାଗତ କରିଛନ୍ତି। ସେ ସେମାନଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କେବଳ ଦେଶ ପାଇଁ ନୁହେଁ ବରଂ ସମଗ୍ର ଦକ୍ଷିଣ ବିଶ୍ୱ ପାଇଁ ଗର୍ବର ବିଷୟ।

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 11th, 02:45 pm

ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋ

ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 11th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 08th, 02:48 pm

ଆସନ୍ତା ମାସରେ ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଏହି ସମ୍ମିଳନୀର ଏକ ଅଂଶ ସମସ୍ତଙ୍କ ପାଇଁ ଏଆଇ: ଗ୍ଲୋବାଲ୍ ଇମ୍ପାକ୍ଟ ଆହ୍ଵାନ ପାଇଁ ମନୋନୀତ ୧୨ ଜଣ ଭାରତୀୟ ଏଆଇ ଷ୍ଟାର୍ଟଅପ୍ ଏହି ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଂପର୍କରେ ଉପସ୍ଥାପନ ଦେଇଥିଲେ।

ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

August 25th, 12:30 pm

ସେହି ସମୟରେ, ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ 'ଫିପିକ' ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି। ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡୁଛୁ।

ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 07th, 09:20 am

ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି !

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 07th, 09:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍‌ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍‌.ଏସ୍‌. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 05th, 11:06 am

ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - ମହାରାଦିଆ ଲୱାନା - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।

Today, India's youth are demonstrating our immense potential to the world, through their dedication and innovation: PM Modi in Rozgar Mela

April 26th, 11:23 am

PM Modi addressed the Rozgar Mela and distributed more than 51,000 appointment letters to youth. He highlighted that the government is ensuring employment and self-employment opportunities for the country's youth. The PM spoke about the immense opportunity WAVES 2025 summit offers for the youth. He recalled the mantra of ‘Nagrik Devo Bhava,’ and encouraged youth to serve every citizen of India.

ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 26th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି । ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସେ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ।

In the past 10 years, India has moved beyond incremental change to witness impactful transformation: PM Modi on Civil Services Day

April 21st, 11:30 am

PM Modi addressed civil servants on Civil Services Day, celebrating 75 years of the Constitution and Sardar Patel’s 150th birth anniversary. Emphasizing holistic development and next-gen reforms, he urged officers to drive impactful change and build a Viksit Bharat. He also conferred the PM’s Awards for Excellence in Public Administration.

୧୭ତମ ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

April 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ 'ଭାରତର ଇସ୍ପାତ ସଂରଚନା' ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।