ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 25th, 12:30 pm
ସେହି ସମୟରେ, ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ 'ଫିପିକ' ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି। ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡୁଛୁ।ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 07th, 09:20 am
ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି !ଏମ୍.ଏସ୍. ସ୍ୱାମୀନାଥନ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 07th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍.ଏସ୍. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 11:06 am
ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - ମହାରାଦିଆ ଲୱାନା - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।Today, India's youth are demonstrating our immense potential to the world, through their dedication and innovation: PM Modi in Rozgar Mela
April 26th, 11:23 am
PM Modi addressed the Rozgar Mela and distributed more than 51,000 appointment letters to youth. He highlighted that the government is ensuring employment and self-employment opportunities for the country's youth. The PM spoke about the immense opportunity WAVES 2025 summit offers for the youth. He recalled the mantra of ‘Nagrik Devo Bhava,’ and encouraged youth to serve every citizen of India.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି । ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସେ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ।In the past 10 years, India has moved beyond incremental change to witness impactful transformation: PM Modi on Civil Services Day
April 21st, 11:30 am
PM Modi addressed civil servants on Civil Services Day, celebrating 75 years of the Constitution and Sardar Patel’s 150th birth anniversary. Emphasizing holistic development and next-gen reforms, he urged officers to drive impactful change and build a Viksit Bharat. He also conferred the PM’s Awards for Excellence in Public Administration.୧୭ତମ ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
April 21st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ 'ଭାରତର ଇସ୍ପାତ ସଂରଚନା' ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।India is not just a workforce, we are a world force driving global change: PM Modi
March 01st, 11:00 am
The Prime Minister Shri Narendra Modi participated in the NXT Conclave in the Bharat Mandapam, New Delhi today. Addressing the gathering, he extended his heartfelt congratulations on the auspicious launch of NewsX World. He highlighted that the network includes channels in Hindi, English, and various regional languages, and today, it is going global. He also remarked on the initiation of several fellowships and scholarships, extending his best wishes for these programs.ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
March 01st, 10:34 am
ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିବା ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲ ଶୁଭ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସମବେତ ଜନତାକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ହୃଦୟରୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାରେ ନିଜ ନେଟବାର୍କ ଖୋଲିଥିବା ଏହି ସଂସ୍ଥା ଏବେ ଏକ ବୈଶ୍ୱିକ ଚ୍ୟାନେଲରେ ପରିଣତ ହୋଇପାରିଛି । ବିଭିନ୍ନପ୍ରକାର ସ୍କଲାରସିପ ଓ ଫେଲୋସିପ ଆରମ୍ଭ କରାଯାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।ରାଜସ୍ଥାନର ଜୟପୁରରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଶିଖର ସମ୍ମିଳନୀ ୨୦୨୪ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 09th, 11:00 am
ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ ଶର୍ମା, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଶିଳ୍ପଜଗତର ସାଥିମାନେ, ବିଭିନ୍ନ ରାଷ୍ଟ୍ରଦୂତ, ଦୂତାବାସର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।PM Modi inaugurates Rising Rajasthan Global Investment Summit
December 09th, 10:34 am
PM Modi inaugurated the Rising Rajasthan Global Investment Summit 2024 and Rajasthan Global Business Expo in Jaipur, highlighting India's rapid economic growth, digital advancements, and youth power. He emphasized India's rise as the 5th largest economy, doubling exports and FDI, and the transformative impact of tech-driven initiatives like UPI and DBT.ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା - ବିଭିନ୍ନ ଜି-୨୦ ଦେଶ, ଅତିଥି ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ସମର୍ଥନରେ ଜି-୨୦ ଟ୍ରୋଇକା (ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା) ଦ୍ୱାରା ମିଳିତ ବିବୃତ୍ତି
November 20th, 07:52 am
ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ପ୍ରଶାସନ ପାଇଁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
November 20th, 05:04 am
“ଆପଣଙ୍କର ସମର୍ଥନ ଏବଂ ମୂଲ୍ୟବାନ ଜ୍ଞାନ ପାଇଁ ଧନ୍ୟବାଦ । ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବାକୁ ଡିଜିଟାଲ୍ ପବ୍ଲିକ ଇନ୍ଫ୍ରାଷ୍ଟ୍ରକ୍ଚର, ଏଆଇ ଏବଂ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । @NOIweala”ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 12:00 pm
ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 11th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।India is committed to responsible and ethical use of AI: PM Modi
December 12th, 05:20 pm
PM Modi inaugurated the Global Partnership on Artificial Intelligence (GPAI) Summit at Bharat Mandapam, New Delhi. Addressing the event, PM Modi said, India is the main player in the field of AI talent and AI-related ideas. A vibrant AI spirit is visible in India as the Indian youth is testing and pushing the frontier of AI tech.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
December 12th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି । ଜିପିଏଆଇ ହେଉଛି ଏକ ବହୁ-ଅଂଶୀଦାର ଆଧାରିତ ପ୍ରୟାସ ଯେଉଁଥିରେ ୨୯ ଟି ସଦସ୍ୟ ଦେଶ ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ କ୍ଷେତ୍ରରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି।Embrace challenges over comforts: PM Modi at IIT, Kanpur
December 28th, 11:02 am
Prime Minister Narendra Modi attended the 54th Convocation Ceremony of IIT Kanpur. The PM urged the students to become impatient for a self-reliant India. He said, Self-reliant India is the basic form of complete freedom, where we will not depend on anyone.ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ
December 28th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି ।