ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

July 31st, 03:13 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ହେଲା: ଇଟାର୍ସି-ନାଗପୁର ଚତୁର୍ଥ ଲାଇନ, ଛତ୍ରପତି ଶମ୍ଭାଜିନଗର (ଔରଙ୍ଗାବାଦ)-ପରଭଣୀ ଲାଇନ ଦୋହରୀକରଣ, ଆଲୁଆବାରି ରୋଡ୍‌-ନ୍ୟୁ ଜଲପାଇଗୁଡ଼ି ତୃତୀୟ ଓ ଚତୁର୍ଥ ଲାଇନ, ଡାଙ୍ଗପୋଷୀ-ଜରୋଲି ତୃତୀୟ ଓ ଚତୁର୍ଥ ଲାଇନ । ଏହାଦ୍ବାରା ଓଡ଼ିଶା ସମେତ ୬ଟି ରାଜ୍ୟର ୧୩ଟି ଜିଲ୍ଲା ଉପକୃତ ହେବେ ।