ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 12:00 pm
ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ରଙ୍ଗାସାମୀ, ମୋର କେନ୍ଦ୍ର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭୀୟ, ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ, ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ଆର. ସେଲଭାମ, ଗୃହମନ୍ତ୍ରୀ ଶ୍ରୀ ଏ. ନମାସ୍ସିଭ୍ୟମ, ଅନ୍ୟ ନେତାଗଣ, ପୁଡୁଚେରୀର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ବନକ୍କମ!ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 01st, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ/ଲୋକାର୍ପଣ/ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 14th, 11:31 am
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ତାମିଲନାଡ଼ୁରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
February 14th, 11:30 am
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
February 12th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।