ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟି ଟଙ୍କାର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍
March 18th, 04:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩-୨୪ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ) ଲାଗି ୧,୭୧୮.୫୬ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଣ୍ଠିକୁ ଅନୁମୋଦନ କରିଛି। କୃଷକ କଲ୍ୟାଣକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପାଣ୍ଠିର ଲକ୍ଷ୍ୟ ହେଉଛି ସାରା ଦେଶରେ କପା ଚାଷୀମାନଙ୍କୁ ପ୍ରତ୍ୟକ୍ଷ ମୂଲ୍ୟ ସହାୟତା ପ୍ରଦାନ କରିବା।