Prime Minister congratulates people of Assam on commendable environmental feat

June 05th, 11:42 pm

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

PM congratulates people of Uttar Pradesh on historic planting milestone under 'Ek Ped Maa Ke Naam' campaign

June 05th, 11:40 pm

Prime Minister Shri Narendra Modi today extended his heartiest congratulations to the people of Uttar Pradesh for a splendid achievement that serves as an inspiration to every fellow countryman. The Prime Minister remarked that this wonderful success associated with the 'Ek Ped Maa Ke Naam' campaign clearly demonstrates that people today are fully committed to environmental conservation.

ଦିଲ୍ଲୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 08th, 03:54 pm

ଆଜି, ଆମେ ସମସ୍ତେ ଦିଲ୍ଲୀରେ ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ର ହୋଇଛୁ। କିଛି ସମୟ ପୂର୍ବରୁ ଏଠାଂରେ ୩୩,୫୦୦ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ମେଟ୍ରୋର ସମ୍ପ୍ରସାରଣରୁ ଆରମ୍ଭ କରି ହଜାର ହଜାର ସରକାରୀ କର୍ମଚାରୀଙ୍କ ବାସଗୃହ ପର୍ଯ୍ୟନ୍ତ, ଦେଶର ରାଜଧାନୀରେ ସୁବିଧାଗୁଡିକର ନିରନ୍ତର ବିସ୍ତାର ହେଉଛି, ଏକ ନୂଆ ଶକ୍ତି ପ୍ରଦାନ କରାଯାଉଛି । ଆପଣମାନେ ଦିଲ୍ଲୀବାସୀ ଗୋଟିଏ ବର୍ଷ ପୂର୍ବରୁ ଯେଉଁ ନୂତନ ଆଶା ଏବଂ ସଂକଳ୍ପ ସହତ ଏଠାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ, ତାହାର ପରିଣାମ ଆଜି ଏଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଦୃଶ୍ୟମାନ ହେଉଛି । ମୁଁ ଦିଲ୍ଲୀର ସମସ୍ତ ନାଗରିକମାନଙ୍କୁ ଏହି ବିକାଶର ଏହି ନିରନ୍ତର ଧାରା ପାଇଁ ଅଭିନନ୍ଦନ ଜଣାଉଛି ।

ଦିଲ୍ଲୀରେ ପ୍ରାୟ ₹୩୩,୫୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 08th, 10:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀଠାରେ ପ୍ରାୟ ୩୩,୫୦୦ କୋଟି ଟଙ୍କା ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି, ଆମେ ସମସ୍ତେ ଦିଲ୍ଲୀର ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ରିତ ହୋଇଛୁ।

Prime Minister reaffirms commitment to wildlife conservation on World Wildlife Day; shares Sanskrit Subhashitam

March 03rd, 08:56 am

On World Wildlife Day, PM Modi said it is a day to acknowledge everyone working towards wildlife protection and reaffirm our commitment to conservation, sustainable practices and protecting habitats. He added that our scriptures pray for the welfare of all living beings and inspire sensitivity towards wildlife. He also shared a Sanskrit verse highlighting the importance of conserving both tigers and forests.

ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ‘ଆଦି ମହୋତ୍ସବ’ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 16th, 10:31 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଅର୍ଜୁନ ମୁଣ୍ଡା ମହାଶୟ, ଫଗନ ସିଂହ କୁଲସ୍ତେ ମହାଶୟ, ଶ୍ରୀମତୀ ରେଣୁକା ସିଂହ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟା, ବିଶ୍ୱେଶ୍ୱର ଟୁଡୁ ମହାଶୟ, ଅନ୍ୟ ମହାନୁଭବ, ଏବଂ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ମୋର ଆଦିବାସୀ ଭାଇ ଓ ଭଉଣୀମାନେ ! ଆପଣ ସମସ୍ତଙ୍କୁ ଆଦି ମହୋତ୍ସବର ବହୁତ-ବହୁତ ଶୁଭକାମନା ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଦି ମହୋତ୍ସବ ଉଦଘାଟିତ

February 16th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୨.୨୦୨୩) ବୃହତ ଜାତୀୟ ଜନଜାତି ମହୋତ୍ସବ ‘ଆଦି ମହୋତ୍ସବ’କୁ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟନ କରିଛନ୍ତି । ଜାତୀୟ ମଞ୍ଚରେ ଆଦିବାସୀ ସଂସ୍କୃତିର ପ୍ରଦର୍ଶନ ସହ ଏହାର ସଂସ୍କୃତି, ଚାରୁକଳା, ପାକ ପ୍ରସ୍ତୁତି ବାଣିଜ୍ୟ ଓ ପାରମ୍ପରିକ କଳା ସମ୍ପର୍କରେ ପ୍ରଚାର ପ୍ରସାର ହେଉଛି ‘ଆଦି ମହୋତ୍ସବ’ର ଲକ୍ଷ୍ୟ । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ବିପ୍ପଣନ ବିକାଶ ମହାସଂଘ ଲିମିଟେଡ ପକ୍ଷରୁ ଏହ ପ୍ରତିବର୍ଷ ଆୟୋଜିତ ହେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌'ର ଓଡ଼ିଆ ଭାଷାନ୍ତର

October 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।

ଛୋଟ ଅନଲାଇନ୍ ପେମେଣ୍ଟ ବଡ଼ ଡିଜିଟାଲ୍ ଅର୍ଥନୀତି ନିର୍ମାଣ କରୁଛି: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

April 24th, 11:30 am

ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ ମିଳିଛି ? ଏହି ବିଷୟ ଏପରି ଯେ ତାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ସହ ସଂପୃକ୍ତ । ମୁଁ କହୁଛି ଦେଶକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା । ଏଇ ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋକାର୍ପଣ ହୋଇଛି ।

ମେଘାଳୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 21st, 01:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ୫୦ତମ ପ୍ରତିଷ୍ଠା/ ସ୍ଥାପନା ଦିବସ ଅବସରରେ ମେଘାଳୟର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ସ୍ଥାପନା ଏବଂ ବିକାଶରେ ଯେଉଁ ବ୍ୟକ୍ତିମାନେ ଯୋଗଦାନ ଦେଇଛନ୍ତି, ସେହି ବ୍ୟକ୍ତିମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ କିପରି ପ୍ରଧାନମନ୍ତ୍ରୀ ହେବା ପରେ ପୂର୍ବୋତର ପରିଷଦର ବୈଠକରେ ଭାଗ ନେବା ପାଇଁ ଶିଲଂକୁ ଆସିଥିଲେ, ସେ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ତିନି - ଚାରି ଦଶନ୍ଧିର ବ୍ୟବଧାନ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ରାଜ୍ୟକୁ ଏହା ପ୍ରଥମ ଥର ପାଇଁ ଗସ୍ତ ଥିଲା । ସେ ପ୍ରକୃତିର ନିକଟତର ଲୋକମାନଙ୍କ ଭଳି ନିଜର ପରିଚୟକୁ ମଧ୍ୟ ସେହିଭଳି ଭାବେ ଅଧିକ ମଜଭୁତ କରିବା ନିମନ୍ତେ ରାଜ୍ୟର ଲୋକ ମାନଙ୍କୁ ବଧାଇ ଜଣାଇ ଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ମେଘାଳୟ ଦୁନିଆକୁ ପ୍ରକୃତି, ପ୍ରଗତି, ସଂରକ୍ଷଣ ଏବଂ ପର୍ଯ୍ୟାବରଣ- ସ୍ଥିରତାର ବାର୍ତା ପ୍ରଦାନ କରିଛି ।”

ମେଘାଳୟର ୫୦ତମ ପ୍ରତିଷ୍ଠା/ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

January 21st, 01:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ୫୦ତମ ପ୍ରତିଷ୍ଠା/ ସ୍ଥାପନା ଦିବସ ଅବସରରେ ମେଘାଳୟର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ସ୍ଥାପନା ଏବଂ ବିକାଶରେ ଯେଉଁ ବ୍ୟକ୍ତିମାନେ ଯୋଗଦାନ ଦେଇଛନ୍ତି, ସେହି ବ୍ୟକ୍ତିମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ କିପରି ପ୍ରଧାନମନ୍ତ୍ରୀ ହେବା ପରେ ପୂର୍ବୋତର ପରିଷଦର ବୈଠକରେ ଭାଗ ନେବା ପାଇଁ ଶିଲଂକୁ ଆସିଥିଲେ, ସେ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ତିନି - ଚାରି ଦଶନ୍ଧିର ବ୍ୟବଧାନ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ରାଜ୍ୟକୁ ଏହା ପ୍ରଥମ ଥର ପାଇଁ ଗସ୍ତ ଥିଲା । ସେ ପ୍ରକୃତିର ନିକଟତର ଲୋକମାନଙ୍କ ଭଳି ନିଜର ପରିଚୟକୁ ମଧ୍ୟ ସେହିଭଳି ଭାବେ ଅଧିକ ମଜଭୁତ କରିବା ନିମନ୍ତେ ରାଜ୍ୟର ଲୋକ ମାନଙ୍କୁ ବଧାଇ ଜଣାଇ ଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ମେଘାଳୟ ଦୁନିଆକୁ ପ୍ରକୃତି, ପ୍ରଗତି, ସଂରକ୍ଷଣ ଏବଂ ପର୍ଯ୍ୟାବରଣ- ସ୍ଥିରତାର ବାର୍ତା ପ୍ରଦାନ କରିଛି ।”

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ

August 15th, 03:02 pm

ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

August 15th, 07:38 am

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି

August 15th, 07:37 am

ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।

ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଆୟୋଜିତ “ସାମୁଦ୍ରିକ ନିରାପତ୍ତା ସମ୍ପ୍ରସାରଣ: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପରିସର” ସଂପର୍କୀତ ଉଚ୍ଚସ୍ତରୀୟ ମୁକ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ଅଭିଭାଷଣ

August 09th, 05:41 pm

ସାମୁଦ୍ରିକ ନିରାପତ୍ତା ସଂପର୍କୀତ ଏହି ବିଶେଷ ଆଲୋଚନାରେ ସାମିଲ ହୋଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ନିରାପତ୍ତା ପରିଷଦରେ ସକାରାତ୍ମକ ବାର୍ତ୍ତା ଏବଂ ୟୁଏନଓଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସୂଚନା ପ୍ରଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । କଙ୍ଗୋ ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଭାବେ ନିଜର ବାର୍ତ୍ତା ଏହି କାର୍ଯ୍ୟକ୍ରମକୁ ପଠାଇଛନ୍ତି । ମୁଁ ବିଶେଷ ଭାବେ ତାଙ୍କ ପ୍ରତି କୃତଜ୍ଞ । ମୁଁ ରୁଷ ରାଷ୍ଟ୍ରପତି, କେନିଆ ରାଷ୍ଟ୍ରପତି ଏବଂ ଭିଏତନାମର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ନିମନ୍ତେ ହୃଦୟର ସହ ସେମାନଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ଜଣାଉଛି ।

ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ/ଲୋକାର୍ପଣ/ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 14th, 11:31 am

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ତାମିଲନାଡ଼ୁରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 14th, 11:30 am

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ମନର କଥା 2.0 (ଅଷ୍ଟମ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତ

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍‌’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ ।

ଗୁଜରାଟର ଗାନ୍ଧୀନଗରଠାରେ ପ୍ରବାସୀ ପ୍ରଜାତିଙ୍କ ଉପରେ ତ୍ରୟୋଦଶ ସିଓପି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 17th, 01:37 pm

ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନରେ ପ୍ରବାସୀ ପ୍ରଜାତିର ତ୍ରୟୋଦଶ ସିଓପି ସମ୍ମିଳନୀକୁ ଆପଣ ସମସ୍ତଙ୍କୁ ସ୍ଵାଗତ କରି ମୁଁ ଆନନ୍ଦ ଅନୁଭବ କରୁଛି ।

ଗାନ୍ଧୀନଗରରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତି ସଂରକ୍ଷଣ ସମ୍ପର୍କିତ 13ତମ ସିଓପି ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ର

February 17th, 12:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗାନ୍ଧୀନଗରଠାରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ ସମ୍ପର୍କିତ 13ତମ ସିଓପି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି।