ନୂଆଦିଲ୍ଲୀଠାରେ ‘ଶିକ୍ଷା ପୁନରୁତ୍ଥାନରେ ଶୈକ୍ଷିକ ନେତୃତ୍ୱ’ ସମ୍ମିଳନୀକୁ ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
September 28th, 12:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଶନିବାର) ସେପ୍ଟେମ୍ବର 29, 2018ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ‘Academic Leadership on Education for Resurgence ’ ଉପରେ ଆୟୋଜିତ ଏକ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ସମ୍ମିଳନୀରେ 350ରୁ ଅଧିକ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି/ ନିର୍ଦ୍ଦେଶକ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀ ଯୁଜିସି, ଏଆଇସିଟିଇ, ଆଇସିଏସଏସଆର, ଇଗ୍ନାସା, ଇଗ୍ନୌ, ଜେଏନୟୁ ଏବଂ ଏସଜିଟି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ।