In India, democracy means last mile delivery: PM Modi at 28th CSPOC
January 15th, 11:00 am
In his address while inaugurating the 28th CSPOC at the Central Hall of Samvidhan Sadan, PM Modi highlighted India’s democratic journey. Remarking that India is the mother of democracy, the PM noted the increasing representation of women in government bodies and persity of Indian languages. He further highlighted that India has begun using AI in Parliament to improve its functioning.ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 15th, 10:32 am
ଏହି ବିଶେଷ ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ସେମାନଙ୍କ ଉପସ୍ଥିତି ପ୍ରତି ସମ୍ମାନ ଜଣାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଯେଉଁ ସ୍ଥାନରେ ବସିଛନ୍ତି ତାହା ଭାରତର ଗଣତାନ୍ତ୍ରିକ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଉପନିବେଶବାଦୀ ଶାସନର ଶେଷ ବର୍ଷଗୁଡ଼ିକରେ, ଯେତେବେଳେ ଭାରତର ସ୍ୱାଧୀନତା ପାଖେଇ ଆସୁଥିଲା, ଦେଶର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନ ସଭା ଏହି କେନ୍ଦ୍ରୀୟ ହଲରେ ଏକାଠି ହୋଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ଧରି ଏହି ଭବନ ଭାରତର ସଂସଦ ଭାବରେ କାର୍ଯ୍ୟ କରିଥିଲା, ଯେଉଁଠାରେ ଦେଶର ଭବିଷ୍ୟତକୁ ଆକାର ଦେବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବିତର୍କ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏବେ ଏହି ଐତିହାସିକ ସ୍ଥାନକୁ ସମ୍ବିଧାନ ସଦନ ଭାବରେ ନାମିତ କରିଛି ଏବଂ ଏହାକୁ ଗଣତନ୍ତ୍ର ପାଇଁ ଉତ୍ସର୍ଗ କରିଛି। ସେ ଉଲ୍ଲେଖ କରିଥିଲେ ଯେ, ନିକଟରେ ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୁର୍ତି ପାଳନ କରିଥିଲା। ସମ୍ବିଧାନ ଗୃହରେ ସମସ୍ତ ସମ୍ମାନିତ ଅତିଥିଙ୍କ ଉପସ୍ଥିତି ଭାରତର ଗଣତନ୍ତ୍ର ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ସେ କହିଥିଲେ।ଜାନୁଆରୀ ୧୫ରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 14th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ଜାନୁଆରୀ ୨୦୨୬ ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ।