ଦେଶର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ 162ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ରସ୍ତୁତି ପ୍ଲାଣ୍ଟ ସଂଯୋଗ ପାଇଁ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟରୁ 201.58 କୋଟି ଟଙ୍କା ଆବଣ୍ଟନ

January 05th, 05:25 pm

ପିଏମ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିରୁ ଦେଶର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରିକ୍ତ 162ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଆବଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ ପ୍ରସ୍ତୁତି ପ୍ଲାଣ୍ଟ ସଂଯୋଗ ପ୍ରକଳ୍ପ ପାଇଁ 201.58 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।