ସେପ୍ଟେମ୍ବର ୨୬ରେ “ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 25th, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ସକାଳ ପ୍ରାୟ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିହାରର ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦-୧୦ ହଜାର ଟଙ୍କା, ଅର୍ଥାତ ୭,୫୦୦ କୋଟି ଟଙ୍କା ହସ୍ତାନ୍ତରିତ କରିବେ ।

ଶକ୍ତି ସୁରକ୍ଷା ଉପରେ G7 ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 11:15 am

G-7 ଶିଖର ସମ୍ମିଳନୀକୁ ଆମକୁ ନିମନ୍ତ୍ରଣ କରିବା ଏବଂ ଆମର ଭବ୍ୟ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। G-7 ଗୋଷ୍ଠୀର ୫୦ ବର୍ଷ ପୂରଣର ଐତିହାସିକ ଅବସରରେ ମୁଁ ଆମର ସମସ୍ତ ବନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି।

ଜି7 ଆଉଟରିଚ୍ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 18th, 11:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କନାନସ୍କିସରେ ଜି-7 ଶିଖର ସମ୍ମିଳନୀର ଆଉଟରିଚ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ସେ ‘ଶକ୍ତି ସୁରକ୍ଷା: ପରିବର୍ତ୍ତିତ ବିଶ୍ୱରେ ଉପଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରିବା ଲାଗି ବିବିଧକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି’ ବିଷୟ ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣ ପାଇଁ କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କୁ ଧନ୍ୟବାଦ ଜଣାଇବା ସହିତ ଜି-7 ଯାତ୍ରାର ୫୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଥିଲେ।

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22nd, 08:30 am

ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 28th, 09:36 pm

ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!

ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 09:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Prime Minister marks 10 years of Beti Bachao, Beti Padhao movement

January 22nd, 10:04 am

Marking 10 years of the Beti Bachao, Beti Padhao movement today, the Prime Minister Shri Narendra Modi remarked that it had become a transformative, people powered initiative and drawn participation from people across all walks of life.

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

We have resolved that even the poorest of the poor in this country will have a roof over their head: PM

January 03rd, 08:30 pm

In the heartwarming conversation with the beneficiaries moving into Swabhiman Apartments, Prime Minister Shri Narendra Modi expressed his joy at the transformation brought about by the Government's housing initiative. The interaction reflected the positive changes in the lives of families who had previously lived in slums and now have access to permanent homes.

Prime Minister Interacts with the Beneficiaries of Swabhiman Apartments

January 03rd, 08:24 pm

In the heartwarming conversation with the beneficiaries moving into Swabhiman Apartments, Prime Minister Shri Narendra Modi expressed his joy at the transformation brought about by the Government's housing initiative. The interaction reflected the positive changes in the lives of families who had previously lived in slums and now have access to permanent homes.

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 19th, 05:41 am

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମର୍‌ଙ୍କ ସହ ମତ ବିନିମୟ କରିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନୂଆ ପଦଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଷ୍ଟାର୍ମର ମଧ୍ୟ ତାଙ୍କର ଐତିହାସିକ ତୃତୀୟ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

ଲାଓସର ଭିଏନ୍‌ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ

October 10th, 02:35 pm

୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି ।

ଲାଓସର ଭିଏନ୍‌ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ

October 10th, 02:30 pm

ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି ।

ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଯୁବପିଢ଼ୀ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 02nd, 04:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଛୋଟ ସ୍କୁଲ ପିଲାମାନଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ସେମାନଙ୍କ ସହ କଥା ହୋଇଥିଲେ ।

ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

July 13th, 11:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି ।

PM Modi interacts with the Indian community in Paris

July 13th, 11:05 pm

PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.

ଏସଟି ସଂଗମମ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧନକୁ ମଜବୁତ କରୁଛି: ପ୍ରଧାନମନ୍ତ୍ରୀ

March 26th, 10:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାମିଲନାଡୁ ଓ ସୌରାଷ୍ଟ୍ର ସଙ୍ଗମମ (ଏସଟି ସଙ୍ଗମମ) ଶହ ଶହ ବର୍ଷ ପୂର୍ବରୁ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଗଢି ଉଠିଥିବା ବନ୍ଧନକୁ ମଜବୁତ କରୁଛି ।

ଜୁନ୍‍ ୩ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 02nd, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜୁନ୍ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ୩.୦ ରେ ଯୋଗଦେବେ । ଅପରାହ୍ନ ପ୍ରାୟ ୧.୪୫ ସମୟରେ ପ୍ରଧାନମନ୍ତ୍ରୀ କାନପୁରର ପାରାଉଙ୍ଖ ଗାଁରେ ପହଞ୍ଚିବେ, ଯେଉଁଠାରେ ସେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ । ତା\'ପରେ, ଅପରାହ୍ନ ପ୍ରାୟ ୨ ଟା ସମୟରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ଗସ୍ତ କରିବେ, ଯାହା ପରେ ଅପରାହ୍ନ ୨.୧୫ ରେ ମିଳନ କେନ୍ଦ୍ର ଯିବେ । ଏହି କେନ୍ଦ୍ର ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହାକୁ ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏକ ଗୋଷ୍ଠି କେନ୍ଦ୍ର (ମିଳନ କେନ୍ଦ୍ର) ରେ ରୂପାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ, ସେମାନେ ଅପରାହ୍ନ ୨. ୩୦ ରେ ପାରାଉଙ୍ଖ ଗ୍ରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ବଡ ଚିନ୍ତା କରନ୍ତୁ, ବଡ ସ୍ୱପ୍ନ ଦେଖନ୍ତୁ ଏବଂ ସେଗୁଡ଼ିକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରନ୍ତୁ: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 26th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏବେ ଆପଣମାନେ ନିଶ୍ଚୟ ୨୦୨୧କୁ ବିଦାୟ ଦେବା ଓ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗିଥିବେ । ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ଆଗାମୀ ବର୍ଷରେ କିଛି ଆହୁରି ଭଲ କରିବା, ଆହୁରି ଭଲ ହେବାର ସଂକଳ୍ପ ଗ୍ରହଣ କରିଥାନ୍ତି । ବିଗତ ସାତ ବର୍ଷରୁ ଆମର ଏହି ‘ମନ୍ କି ବାତ୍’ ମଧ୍ୟ ବ୍ୟକ୍ତିର, ସମାଜର, ଦେଶର ଭଲ କଥାଗୁଡ଼ିକୁ ଉଜାଗର କରି ଆହୁରି ଭଲ କରିବା, ଆହୁରି ଭଲ ହେବା ପାଇଁ ପ୍ରେରଣା ଯୋଗାଇଆସିଛି । ଏହି ସାତ ବର୍ଷରେ ‘ମନ୍ କି ବାତ୍’ କହିବା ଭିତରେ ମୁଁ ସରକାରଙ୍କ ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିଥାଆନ୍ତି । ଆପଣମାନଙ୍କୁ ମଧ୍ୟ ଭଲ ଲାଗିଥାଆନ୍ତା, ଆପଣମାନେ ମଧ୍ୟ ଏହାକୁ ପ୍ରଶଂସା କରିଥାଆନ୍ତେ । କିନ୍ତୁ ଏହା ମୋର ଅନେକ ଦଶନ୍ଧିର ଅନୁଭୂତି ଯେ, ଗଣମାଧ୍ୟମର ଚାକଚକ୍ୟଠାରୁ ଦୂରରେ, ଖବରକାଗଜର ଶିରୋନାମାଠାରୁ ଦୂରରେ, କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ ଅନେକ ଭଲ କାମ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ବିନିଯୋଗ କରୁଛନ୍ତି । ସେମାନେ ଦେଶର ଆଗାମୀ ପିଢ଼ିମାନଙ୍କ ପାଇଁ ନିଜର ପ୍ରଚେଷ୍ଟାରେ ଆଜି ମନ-ପ୍ରାଣ ଦେଇ ଲାଗିଛନ୍ତି । ଏଭଳି ଲୋକଙ୍କ କଥା ବହୁତ ଶାନ୍ତି ପ୍ରଦାନ କରିଥାଏ, ଗଭୀର ପ୍ରେରଣା ଦେଇଥାଏ । ମୋ ପାଇଁ ‘ମନ୍ କି ବାତ୍’ ସବୁବେଳେ ଏଭଳି ଲୋକଙ୍କ ପ୍ରଚେଷ୍ଟାରେ ପରିପୂର୍ଣ୍ଣ, ପ୍ରସ୍ଫୁଟିତ, ସୁସଜ୍ଜିତ, ଗୋଟିଏ ସୁନ୍ଦର ଉପବନ । ‘ମନ୍ କି ବାତ୍’ରେ ପ୍ରତି ମାସ ମୋର ପ୍ରଚେଷ୍ଟା ରହିଥାଏ ଯେ, ଏଥର ଫୁଲର କେଉଁ ପାଖୁଡ଼ାଟିକୁ ଆପଣଙ୍କ ପାଇଁ ଧରି ଆସିବି । ଆମର ବହୁରତ୍ନା ବସୁନ୍ଧରାର ପୂଣ୍ୟକାର୍ଯ୍ୟର ଅବିରତ ପ୍ରବାହ ନିରନ୍ତର ଭାବେ ବହିଚାଲିଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମର ଯେଉଁ ଜନଶକ୍ତି ରହିଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ରହିଛି – ତାହାର ଉଲ୍ଲେଖ, ତା’ର ପ୍ରୟାସ, ତା’ର ପରିଶ୍ରମ, ଭାରତ ଏବଂ ମାନବ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ପ୍ରକାର ଗ୍ୟାରେଣ୍ଟି ଦେଉଛି ।