ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 15th, 07:00 am

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

PM Modi addresses the nation from the ramparts of Red Fort on the occasion of 80th Independence Day

August 15th, 06:50 am

PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.

80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ

August 15th, 06:45 am

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

ବିଶେଷ ମଧ୍ୟାହ୍ନ ଭୋଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 11th, 12:32 pm

ଗତ ବର୍ଷ ପ୍ରଧାନମନ୍ତ୍ରୀ ଲକ୍ସନ୍‌ଙ୍କ ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ପର୍କର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶକ୍ତିର ସଞ୍ଚାର କରିଥିଲା। ତାଙ୍କର ନେତୃତ୍ୱ, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଏବଂ ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ଭାରତ-ନ୍ୟୁଜିଲାଣ୍ଡ ବନ୍ଧୁତ୍ୱ ନୂତନ ଗତି ଓ ନୂଆ ଦିଗ ପାଇଛି। ଆଜିର ଦିନ ଚାରି ଦଶନ୍ଧି ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତର ସାକ୍ଷୀ ହୋଇଛି। ମୁଁ ପ୍ରାୟତଃ କହେ ଯେ, ମୋ ପୂର୍ବରୁ ଯେଉଁମାନେ ଦାୟିତ୍ୱରେ ଥିଲେ, ସେମାନେ ଅନେକ ଭଲ କାମ ମୋ ପାଇଁ ଛାଡ଼ି ଯାଇଛନ୍ତି ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ସୌଭାଗ୍ୟ ମୋତେ ମିଳିଛି। ବନ୍ଧୁଗଣ, ଆଜି ଆମର ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ‘ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ।

କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

July 10th, 08:21 am

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଅଲବାନିଜ ଏବଂ ଭିକ୍ଟୋରିଆର ପ୍ରିମିୟର ସୁଶ୍ରୀ ଜେସିଣ୍ଟା ଆଲାନଙ୍କ ସହ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସମ୍ପର୍କର ଉତ୍ସବ ପାଳନ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପରିଦର୍ଶନ ହୋଇଥିଲା । ଷ୍ଟିଭ ୱ ଏବଂ ଶ୍ରୀମତୀ ଲିସା ସ୍ଥାଲେକରଙ୍କ ସମେତ ଅନେକ ଅଷ୍ଟ୍ରେଲିୟ କ୍ରୀଡା କିମ୍ବଦନ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଗସ୍ତ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ସ୍ତମ୍ଭ ଭାବରେ କ୍ରୀଡା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକସମ୍ପର୍କର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ।

ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

July 09th, 01:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲ ମାନ୍ୟବର ସୁଶ୍ରୀ ସାମ୍ ମୋଷ୍ଟିନ୍ ଏସି)ଙ୍କ ସହ ସାକ୍ଷାତ୍ କରିଥିଲେ।

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 10th, 01:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ପର୍ଯ୍ୟାୟ ୨ (ଏ)କୁ ମଞ୍ଜୁରୀ ଦେଇଛନ୍ତି । ଏହାର ଦୈର୍ଘ୍ୟ ୬.୦୩୨ କିଲୋମିଟର ରହିବ ଏବଂ ଏଥିରେ ୫ ଟି ଷ୍ଟେସନ (୪ ଟି ଉଚ୍ଚ ଏବଂ ଗୋଟିଏ ଭୂତଳ ଷ୍ଟେସନ) ଅନ୍ତର୍ଭୁକ୍ତ ହେବ। ପର୍ଯ୍ୟାୟ ୨ (ଏ) ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ, ଅହମ୍ମଦାବାଦ – ଗାନ୍ଧୀନଗର ମଧ୍ୟରେ ୭୭.୬୩ କିଲୋମିଟର ସକ୍ରିୟ ମେଟ୍ରୋ ରେଳ ନେଟୱାର୍କ ରହିବ । ପର୍ଯ୍ୟାୟ ୨ (ଏ) କରିଡରରେ ଯେଉଁ ଷ୍ଟେସନଗୁଡ଼ିକ ଅନ୍ତର୍ଭୁକ୍ତ, ସେଗୁଡିକ ହେଉଛି – ଆଶ୍ରମ ରୋଡ୍, କୋଟେଶ୍ୱର ପ୍ରାଚୀନ ମନ୍ଦିର, ସାବରମତି ନଦୀ, ସର୍ଦ୍ଦାର ନାଗର ଏବଂ ବିମାନବନ୍ଦର |

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ଆୟୋଜନ ଭାରତକୁ ମିଳିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

November 26th, 09:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୩୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ଆୟୋଜନ ପାଇଁ ଭାରତ ଡକାଯାଇଥିବା ନିଲାମରେ ବିଜୟୀ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।