ପଞ୍ଚଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି: ଆମ ପରବର୍ତ୍ତୀ ପିଢ଼ିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସହଭାଗୀତା

August 29th, 07:06 pm

ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଇଶିବା ଶିଗେରୁଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯-୩୦ ଅଗଷ୍ଟ ୨୦୨୫ ରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ସରକାରୀ ଗସ୍ତ କରିଥିଲେ। ୨୯ ଅଗଷ୍ଟ ୨୦୨୫ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (କାଣ୍ଟେଇ) ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଇଶିବା ସ୍ୱାଗତ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରତିନିଧି ସ୍ତରୀୟ ଆଲୋଚନା ସମୟରେ, ଦୁଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାକୁ ମନେ ପକାଇଥିଲେ ଯାହାକି ସଭ୍ୟତା ସମ୍ପର୍କ, ସମାନ ମୂଲ୍ୟବୋଧ ଏବଂ ସ୍ୱାର୍ଥ, ସାଧାରଣ ରଣନୈତିକ ଦୃଷ୍ଟିକୋଣ ଏବଂ ପରସ୍ପର ପ୍ରତି ପାରସ୍ପରିକ ସମ୍ମାନରେ ନିହିତ ରହିଛି। ଗତ ଦଶନ୍ଧିରେ ଭାରତ-ଜାପାନ ସହଭାଗୀତା ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦଶନ୍ଧିରେ ପାରସ୍ପରିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ରଣନୈତିକ ଏବଂ ଭବିଷ୍ୟତମୁଖୀ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଉପାୟ ଉପରେ ଗଠନମୂଳକ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ରେ ବିହାର ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ

August 20th, 03:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେ ବିହାରର ଗୟାଠାରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବାକୁ ସେଠାକୁ ଗସ୍ତ କରିବେ ।

ମିଳିତ ଘୋଷଣାନାମା: ଭାରତ ଓ ବ୍ରାଜିଲ – ଉଚ୍ଚତର ହିତ ସାଧନ ନିମନ୍ତେ ଦୁଇ ମହାନ୍ ରାଷ୍ଟ୍ର

July 09th, 05:55 am

ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ

July 09th, 03:14 am

ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ମୁକାବିଲାରେ ସହଯୋଗ ପାଇଁ ଚୁକ୍ତିନାମା ।

ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

June 18th, 03:17 pm

ମଙ୍ଗଳବାର ଦିନ କାନାଡର କାନନାସକିସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରିପ୍ଲବିକ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । କୋରିଆ ମୁଖ୍ୟ ଲି ଜାଏ ମୟୁଙ୍ଗ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମୋଦୀ ଆଲୋଚନା କରିଛନ୍ତି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ଗ୍ରୀନ ହାଇଡ୍ରୋଜେନ, ଜାହାଜ ନିର୍ମାଣ ପରି ବିଭିନ୍ନ କ୍ଷେତ୍ରରେ ଉଭୟ କୋରିଆ ଓ ଭାରତ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ସୋସିଆଲ ଗଣମାଧ୍ୟମ ଏକ୍ସରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାନାଡାରେ କୋରିଆ ମୁଖ୍ୟ ଲି ମୟୁଙ୍ଗଙ୍କ ସହ ତାଙ୍କର ଭଲ କଥାବାର୍ତା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Prime Minister interacts with Prime Minister of United Kingdom at G7 summit

June 18th, 02:55 pm

The Prime Minister Shri Narendra Modi interacted with the Prime Minister of United Kingdom, H.E Mr. Keir Starmer at the 51st G7 Summit at Kananaskis, Canada on 17th June 2025. Shri Modi remarked that India and UK ties are getting stronger, reflecting in the ground we’ve covered in areas like trade and commerce.

Mauritius is not just a partner country; For us, Mauritius is family: PM Modi

March 12th, 06:07 am

PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.

ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 11th, 07:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।

ଜୁଆରି ସେତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଲେ

December 23rd, 05:51 pm

ଏହି ସେତୁ ଯୋଗାଯୋଗରେ ଉନ୍ନତି ଆଣି ପର୍ଯ୍ୟଟନ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 16th, 09:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ବୈଠକ କରିଛନ୍ତି । ଏଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ।

୨୬-୨୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

September 25th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬-୨୭ ସେପ୍ଟେମ୍ବର ୨୦୨୩ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ। ସେପ୍ଟେମ୍ବର ୨୭ ପୂର୍ବାହ୍ନ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତା’ପରେ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ବୋଦେଲୀ ଓ ଛୋଟା ଉଦୟପୁର ପହଂଚି ସେଠାରେ ୫୨୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

ତୁର୍କୀର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 10th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ ତୁର୍କୀର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ରିସେପ୍ ତାୟିପ୍ ଏର୍ଡୋଗାନଙ୍କ ସହିତ ସାକ୍ଷାତ କରିଛନ୍ତି।

ଭାରତ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ହବ୍ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

May 01st, 03:43 pm

ବିଶ୍ବ ବ୍ୟାଙ୍କର LPI ୨୦୨୩ ରିପୋର୍ଟ ଅନୁଯାୟୀ ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ବନ୍ଦରର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି ବିଷୟରେ ଟୁଇଟ୍ କରିଛି।

ଅହମ୍ମଦାବାଦ- ମେହସାନା (୬୪.୨୭ କିଲୋମିଟର) ଗେଜ ପରିବର୍ତ୍ତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ

March 06th, 09:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ- ମେହସାନା (୬୪.୨୭ କିଲୋମିଟର) ଗେଜ ପରିବର୍ତ୍ତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

GIFT City celebrates both wealth and wisdom: PM Modi

July 29th, 03:42 pm

PM Modi laid the foundation stone of the headquarters building of the International Financial Services Centres Authority (IFSCA) in GIFT City, Gandhinagar. The Prime Minister noted that GIFT City was making a strong mark as a hub of commerce and technology. GIFT City celebrates both wealth and wisdom, he remarked.

PM lays foundation stone of IFSCA headquarters at GIFT City in Gandhinagar

July 29th, 03:41 pm

PM Modi laid the foundation stone of the headquarters building of the International Financial Services Centres Authority (IFSCA) in GIFT City, Gandhinagar. The Prime Minister noted that GIFT City was making a strong mark as a hub of commerce and technology. GIFT City celebrates both wealth and wisdom, he remarked.

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

July 06th, 12:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନକୁ ମନେ ରଖିଛନ୍ତି ଏବଂ ତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ-ନେପାଳ ମିଳିତ ଦୃଷ୍ଟିକୋଣ ବିବୃତ୍ତି

April 02nd, 01:09 pm

02 ଏପ୍ରିଲ 2022 ରେ ମହାମହିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେବବା ନୂଆଦିଲ୍ଲୀରେ ଫଳପ୍ରଦ ଏବଂ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

ଭାରତ-ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି (ଇଣ୍ଡଅସ୍‌-ଏକ୍‌ଟା) ସ୍ୱାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା

April 02nd, 10:01 am

ଆଜି ମାସକରୁ କମ୍ ସମୟ ମଧ୍ୟରେ ଏହା ମୋର ବନ୍ଧୁ ସ୍କଟ୍‌ଙ୍କ ସହିତ ତୃତୀୟ ପ୍ରତ୍ୟକ୍ଷ ଆଲୋଚନା । ଗତ ସପ୍ତାହରେ ଆୟୋଜିତ ଆଭାସୀ ଶିଖର ବୈଠକରେ ଆମ ଦୁଇଜଣଙ୍କ ମଧ୍ୟରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଥିଲା । ସେହି ସମୟରେ ଆମେ ଉଭୟ ଆମର ଟିମ୍‌କୁ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି ଘେନି ଚାଲିଥିବା କଥାବାର୍ତ୍ତାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲୁ । ଆଜି ସେହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେଉଥିବାରୁ ମୁଁ ବିଶେଷ ଆନନ୍ଦିତ । ଏହି ଅସାଧାରଣ ଉପଲବ୍ଧି ପାଇଁ ମୁଁ ଉଭୟ ଦେଶର ବାଣିଜ୍ୟମନ୍ତ୍ରୀ ଏବଂ ସେମାନଙ୍କ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା “ଇଣ୍ଡସ୍ ଏକ୍‌ଟା” ସ୍ୱାକ୍ଷରିତ

April 02nd, 10:00 am

ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା (ଇଣ୍ଡସ୍ ଏକ୍‌ଟା) ଭାରତ ସରକାରଙ୍କ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିବେଶ ମନ୍ତ୍ରୀ ଶ୍ରୀ ଡାନ୍ ତେହାନ୍‌ଙ୍କ ଦ୍ୱାରା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ସ୍କର୍ଟ ମୋରିସନ୍‌ଙ୍କ ଉପସ୍ଥିତିରେ ଆଜି ଏକ ଆଭାସୀ ଉତ୍ସବରେ ସମ୍ପନ୍ନ ହୋଇଯାଇଛି ।