କୋଲକାତାରେ ଅନୁଷ୍ଠିତ ମିଳିତ କମାଣ୍ଡର ସମ୍ମିଳନୀରେ ସଶସ୍ତ୍ର ବାହିନୀର ବର୍ଦ୍ଧିତ ରଣନୈତିକ ପ୍ରସ୍ତୁତି ଲାଗି ଏକତା, ଆତ୍ମନିର୍ଭରଶୀଳତା ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 15th, 03:34 pm

ପ୍ରଧାନମନ୍ତ୍ରୀ ଆଜି କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ଏହି ସମ୍ମିଳନୀ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ମନ୍ଥନ ମଞ୍ଚ। ଏହି ମଞ୍ଚ ଦେଶର ଶୀର୍ଷ ନାଗରିକ ଏବଂ ସାମରିକ ନେତୃତ୍ୱଙ୍କୁ ମତ ବିନିମୟ କରିବା ଏବଂ ଭାରତର ସାମରିକ ପ୍ରସ୍ତୁତିର ଭବିଷ୍ୟତ ବିକାଶ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏକତ୍ରିତ କରିଥାଏ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି 'ସଂସ୍କାର ବର୍ଷ - ଭବିଷ୍ୟତ ପାଇଁ ପରିବର୍ତ୍ତନ', ସଶସ୍ତ୍ର ବାହିନୀର ଆଧୁନିକୀକରଣ ଏବଂ ରୂପାନ୍ତର ସହିତ ମେଳ ଖାଉଛି।

୧୩ ରୁ ୧୫ ସେପ୍ଟେମ୍ବର: ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

September 12th, 02:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।

ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

April 01st, 08:36 pm

ତିନି ଦିନିଆ ଏହି ସାମରିକ କମାଣ୍ଡର ସମ୍ମିଳନୀର ବିଷୟବସ୍ତୁ ଥିଲା ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ । ସମ୍ମିଳନୀରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯାଇଥିଲା । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ ଆତ୍ମନିର୍ଭରତା” ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଗୁଜରାଟର କେୱଡ଼ିଆଠାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 06th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡ଼ିଆଠାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ସମ୍ମିଳନୀର ଢାଞ୍ଚା ଏବଂ ଏଜେଣ୍ଡାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ କନିଷ୍ଠ କମିଶନ ଅଧିକାରୀ ଏବଂ ଅଣକମିଶନ ଅଧିକାରୀଙ୍କୁ ସାମିଲ କରିବାକୁ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ।

PM to visit Kerala

December 14th, 10:38 am