Prime Minister Expresses Gratitude to President of Sri Lanka for Inaugurating the Exposition of the Holy Devnimori Relics
February 05th, 10:45 am
PM Modi conveyed his gratitude to Sri Lankan President Anura Kumara Dissanayake for inaugurating the Exposition of the Holy Devnimori Relics at the sacred Gangaramaya Temple in Colombo. He recalled his visit to Sri Lanka in April 2025, during which the decision to bring the revered relics to the country was taken. The PM expressed hope that Lord Buddha’s timeless message of compassion, peace and harmony will continue to guide humanity.ଶ୍ରୀଲଙ୍କାର ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
April 05th, 10:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସାଜିଥ୍ ପ୍ରେମଦାସାଙ୍କୁ ଭେଟିଛନ୍ତି ।ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
April 05th, 08:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋ ନିକଟ ଶ୍ରୀ ଜୟୱର୍ଦେନାପୁରା ଠାରେ ‘ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକ’ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।କଲମ୍ବୋରେ ଆଇପିକେଏଫ୍ ସ୍ମାରକ ବୁଲିରେ ପ୍ରଧାନମନ୍ତ୍ରୀ
April 05th, 07:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଆଇପିକେଏଫ ସ୍ମାରକ ବୁଲିବା ସହ ସେଠାରେ ପୁଷ୍ପଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀଲଙ୍କାର ଶାନ୍ତି, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ସେବାରେ ପ୍ରାଣବଳି ଦେଇଥିବା ଭାରତୀୟ ଶାନ୍ତିସେନାର ବାହାଦୂର ଯବାନମାନଙ୍କୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ ।PM Modi arrives in Sri Lanka
April 04th, 10:06 pm
Prime Minister Narendra Modi arrived in Colombo, Sri Lanka. During his visit, the PM will take part in various programmes. He will meet President Anura Kumara Dissanayake.ଏପ୍ରିଲ 3-6, 2025 ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଓ ଶ୍ରୀଲଙ୍କା ଗସ୍ତ
April 02nd, 02:00 pm
ବ୍ୟାଙ୍କକରେ ଆୟୋଜିତ ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଏପ୍ରିଲ 3-4, 2025) ରେ ଥାଇଲାଣ୍ଡ ଗସ୍ତରେ ଯିବେ। ଏହାପରେ ସେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ନିମନ୍ତ୍ରଣକ୍ରମେ (ଏପ୍ରିଲ 4-6, 2025)ରେ ଶ୍ରୀଲଙ୍କା ଗସ୍ତରେ ଯିବେ।ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଛି: ପ୍ରଧାନମନ୍ତ୍ରୀ
October 24th, 10:43 am
ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି । ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି । କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି ।ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 14th, 08:15 am
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ସହିତ ସାମିଲ ହେବା ହେଉଛି ମୋର ସୌଭାଗ୍ୟ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଏବଂ ଆର୍ଥିକ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରୁଛୁ । ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଆମର ସମ୍ବନ୍ଧକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ
October 14th, 08:05 am
ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ସହ ସମ୍ବୋଧନ କରିଛନ୍ତି ।ପ୍ରଧାନମନ୍ତ୍ରୀ ୨ଠ ଅକ୍ଟୋବର ଦିନ ଉତ୍ତର ପ୍ରଦେଶ ଯାତ୍ରା କରିବେଏବଂ କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ କରିବେ
October 19th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ଠ ଅକ୍ଟୋବର, ୨ଠ୨୧ ଦିନ ଉତ୍ତର ପ୍ରଦେଶ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧ଠଟା ସମୟରେ କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ କରିବେ । ଏହାପରେ, ପ୍ରାୟ ୧୧.୩ଠ ମିନିଟ ସମୟରେ, ସେ ମହାପରିନିର୍ବାଣ ମନ୍ଦିରରେ ଅଭିଧମ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୧.୧୫ ମିନିଟରେ କୁଶୀନଗର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ପାଇଁ ଏକ ସାର୍ବଜନିକ ସମାରୋହରେ ଯୋଗଦେବେ ।ଶ୍ରୀଲଙ୍କା ବନ୍ୟା, ଭୂସ୍ଖଳନରେ ଧନଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ
May 27th, 12:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ହେତୁ ଘଟିଥିବା ଧନ ଜୀବନ ହାନିରେ ଗଭୀର ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି । ‘‘ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଧନ ଜୀବନ ହାନି ହୋଇଥିବାରୁ ଭାରତ ଏଥିରେ ଗଭୀର ଶୋକ ପ୍ରକାଶ କରୁଛି । ଏହି ଦୁଃଖଦ ମୂହୁର୍ତ୍ତରେ ଭାରତ ଶ୍ରୀଲଙ୍କାର ଭାଇ, ଭଉଣୀମାନଙ୍କ ସହିତ ଛିଡା ହୋଇଛି ।" ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ଲାଗି ଶ୍ରୀଲଙ୍କାର ନେତାଗଣ ପ୍ରଶଂସା କଲେ "
May 12th, 12:25 pm
ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ଲାଗି ଶ୍ରୀଲଙ୍କାର ନେତାଗଣ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ସମାରୋହରେ ଯୋଗ ଦେବା ଲାଗି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଗଭୀର ଶିକ୍ଷା ବର୍ତମାନ କିପରି ଭାବେ ସମାଜରେ ପହଂଚିପାରିଛି ଏବଂ କିପରି ମଜବୁତ ଭାବେ ପ୍ରଭାବିତ ହୋଇଛି, ସେ ଉପରେ କହିଥିଲେ ।କଲୋମ୍ବୋ ଠାରେ ଅନ୍ତର୍ଜାତୀୟ ବୈଶାଖ ଦିବସ ସମାରୋହ (12 ମେ 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 12th, 10:20 am
ଏହି ଦିନ ସାରା ମାନବ ଜଗତ ପାଇଁ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନପ୍ରାପ୍ତି ଏବଂ ପରିନିର୍ବାଣକୁ ପାଳନ କରିବାର ଅବସର ଆଣିଛି । ଏହି ଦିବସ ପରମ ସତ୍ୟ, ଚିରସ୍ଥାୟୀ ଧମ୍ମ ଏବଂ ୪ଟି ମହାନ ସତ୍ୟକୁ ହୃଦୟଙ୍ଗମ କରିବାର ଦିନ । ଦଶଟି ସିଦ୍ଧାନ୍ତ ଦାନ, ଶୀଳ, ତ୍ୟାଗ, ବୁଦ୍ଧିମତା, ଶକ୍ତି, ସହିଷ୍ଣୁତା, ସତ୍ୟ, ଦୃଢ଼ସଂକଳ୍ପ, କରୁଣା, ସମଭାବ ସ୍ମରଣ କରିବାର ଦିନ ।ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନାଙ୍କୁ ସାକ୍ଷାତ କଲେ
May 11th, 10:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନାଙ୍କୁ ସାକ୍ଷାତ କଲେ । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଭାରତ ଏବଂ ଶ୍ରୀଲଙ୍କା ସମ୍ପର୍କର ଅଗ୍ରଗତି ନେଇ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଥିଲା ।କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପରିଦର୍ଶନ କଲେ ସୀମା ମାଲକା ମନ୍ଦିର
May 11th, 07:11 pm
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ବିମାନ ବନ୍ଦରଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମିଷ୍ଟର ରାନିଲ ୱିକ୍ରମସିଂଘେ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀବୃନ୍ଦ ତାଙ୍କୁ ସ୍ଵାଗତ କରିଥିଲେ ।ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ସମ୍ୱର୍ଦ୍ଧନା
May 11th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା କଲୋମ୍ବୋରେ ପହଞ୍ଚିଛନ୍ତି । ବିମାନ ବନ୍ଦରଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମିଷ୍ଟର ରାନିଲ ୱିକ୍ରମସିଂଘେ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀବୃନ୍ଦ ତାଙ୍କୁ ସ୍ଵାଗତ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଶ୍ରୀଲଙ୍କା ଗସ୍ତ
May 11th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 11 ଓ 12 ମେ, 2017ରେ 2 ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମ୍ପର୍କରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି :“ମୁଁ ଆଜି, 11ମେ ଠାରୁ ଦୁଇଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବି । ଆମର ସୁଦୃଢ଼ ସମ୍ପର୍କର ପ୍ରତୀକ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ଏହା ମୋର ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ”