ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ
May 15th, 03:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସକୁ ସରକାରୀ ଗସ୍ତ କରିଛନ୍ତି। ବିମାନବନ୍ଦରରେ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ତାଙ୍କୁ ସ୍ୱାଗତ କରିବା ସହ ସେଠାରେ ତାଙ୍କୁ ଭବ୍ୟ ସାମରିକ ସମ୍ମାନ ପ୍ରଦାନ କରାଯାଇଥିଲା।ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
February 12th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।