We are moving towards an India where energy is cheap, clean and easily available: PM Modi in Alipurduar, West Bengal

May 29th, 01:30 pm

PM Modi laid the foundation stone of the City Gas Distribution project in Alipurduar, West Bengal. “As India moves towards becoming a developed nation, Bengal’s participation is both expected and essential”, emphasised the PM, highlighting the Central government's continuous efforts to accelerate infrastructure, innovation, and investment in the region. He praised West Bengal as a major center of India's culture, knowledge, and scientific advancements.

ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ୧୦୧୦ କୋଟିରୁ ଅଧିକ ମୂଲ୍ୟର ସହରାଞ୍ଚଳ ଗ୍ୟାସ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 29th, 01:20 pm

ସହରାଞ୍ଚଳ ଗ୍ୟାସ ଯୋଗାଣ (ସିଜିଡି) ନେଟୱାର୍କକୁ ସମ୍ପ୍ରସାରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ସିଜିଡି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମେ ୨୯ ଓ ୩୦ରେ ସିକିମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ଯିବେ

May 28th, 12:10 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୯ ଓ ୩୦ରେ ସିକିମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ଯିବେ ।

ଛତିଶଗଡ଼ର ବିଳାସପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 30th, 06:12 pm

ଛତିଶଗଡ଼ର ରାଜ୍ୟପାଳ, ଶ୍ରୀ ରମେନ ଡେକା ଜୀ, ରାଜ୍ୟର ଲୋକପ୍ରିୟ ଏବଂ ସକ୍ରିୟ ମୁଖ୍ୟମନ୍ତ୍ରୀ, ଶ୍ରୀ ବିଷ୍ଣୁଦେବ ସାଇ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ଏହି ଅଞ୍ଚଳର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ, ତୋଖାନ ସାହୁ ଜୀ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଏବଂ ମୋର ପ୍ରିୟ ବନ୍ଧୁ, ରମଣ ସିଂହ ଜୀ, ଉପମୁଖ୍ୟମନ୍ତ୍ରୀ, ବିଜୟ ଶର୍ମା ଜୀ, ଅରୁଣ ସାହୁ ଜୀ, ଛତିଶଗଡ଼ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ଦୂର ଦୂରାନ୍ତରୁ ଏଠାକୁ ଆସିଥିବା ମୋର ଭାଇ ଓ ଭଉଣୀମାନେ !

ଛତିଶଗଡର ବିଳାସପୁରରେ ୩୩,୭୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 30th, 03:30 pm

ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବିଳାସପୁର ଠାରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ, କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଆଜି ନୂଆ ବର୍ଷର ଶୁଭ ଆରମ୍ଭ ଏବଂ ନବରାତ୍ରିର ପ୍ରଥମ ଦିନରେ ସେ ମା' ମହାମାୟାଙ୍କ ଭୂମି ଏବଂ ମାତା କୌଶଲ୍ୟାଙ୍କ ମାତୃଭୂମି ଭାବେ ଛତିଶଗଡ଼ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ପାଇଁ ଦେବୀଙ୍କ ପ୍ରତି ସମର୍ପିତ ଏହି ନଅ ଦିନର ବିଶେଷ ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ନବରାତ୍ରିର ପ୍ରଥମ ଦିନରେ ଛତିଶଗଡ଼ରେ ରହିବାର ସୌଭାଗ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭକ୍ତ ଶିରୋମଣି ମାତା କର୍ମାଙ୍କ ସମ୍ମାନରେ ନିକଟରେ ଡାକ ଟିକଟ ଜାରି ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ନବରାତ୍ରି ପର୍ବ ରାମନବମୀ ପାଳନ ସହିତ ଶେଷ ହେବ , ଏହା ସହିତ ଯେ ଛତିଶଗଡ଼ରେ ଭଗବାନ ରାମଙ୍କ ପ୍ରତି ଅନନ୍ୟ ଭକ୍ତି, ବିଶେଷ କରି ରାମନାମୀ ସମାଜର ଅସାଧାରଣ ସମର୍ପଣ, ଯିଏ କି ଭଗବାନ ରାମଙ୍କ ନାମରେ ନିଜର ସମଗ୍ର ଅସ୍ତିତ୍ୱ ଉତ୍ସର୍ଗ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ସେ ଛତିଶଗଡ଼ବାସୀଙ୍କୁ ଭଗବାନ ରାମଙ୍କ ମାମୁଁ ଘର ପରିବାର ବୋଲି ଦର୍ଶାଇ ଶୁଭେଚ୍ଛା ଜଣାଇଥିଲେ।

The situation of the Congress, which ruled for 60 years, is very worrying: PM Modi in Sabarkantha

May 01st, 04:15 pm

Prime Minister Narendra Modi addressed public meeting in Sabarkantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.

PM Modi addresses public meetings in Banaskantha and Sabarkantha, Gujarat

May 01st, 04:00 pm

Prime Minister Narendra Modi addressed public meetings in Banaskantha and Sabarkantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.

My duty is to work for the empowerment of all, and all the people of Odisha are Modi ka Parivar: PM Modi

March 05th, 04:55 pm

On his visit to Odisha, PM Modi addressed a jubilant crowd in Jajpur and paid his tributes to former CM Biju Pattnaik on his birth anniversary. He said, The presence of innumerable people here is a testimony to 400+ seats for the N.D.A. in 2024. He added, The vision for 400+ seats for N.D.A. will enable India to become the 3rd largest economy on the back of strong decision-making & robust policy implementation.

PM Modi addresses a jubilant crowd at Jajpur, Odisha

March 05th, 04:00 pm

On his visit to Odisha, PM Modi addressed a jubilant crowd in Jajpur and paid his tributes to former CM Biju Pattnaik on his birth anniversary. He said, The presence of innumerable people here is a testimony to 400+ seats for the N.D.A. in 2024. He added, The vision for 400+ seats for N.D.A. will enable India to become the 3rd largest economy on the back of strong decision-making & robust policy implementation.

ବାରାଣସୀରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 18th, 02:16 pm

ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।

ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

December 18th, 02:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଗୁଜରାଟର ମେହେସାଣାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 30th, 09:11 pm

କିପରି ଅଛି ମୋର ଖାଖରିଆ ଟପ୍ପା, ପ୍ରଥମେ ତ’ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ମହାଶୟ ଏବଂ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସି ଦର୍ଶନ କରିବା ପାଇଁ ଏଠାରେ ସୁଯୋଗ ମିଳିଛି । ସ୍କୁଲ ସମୟର କେତେ ହିଁ ସାଙ୍ଗମାନଙ୍କର ଚେହେରା ମୋତେ ଦିଶୁଥିଲା, ମୋ ପାଇଁ ଏହା ସୌଭାଗ୍ୟର ମୁହୂର୍ତ ଥିଲା । ଆପଣ ସମସ୍ତଙ୍କ ନିକଟକୁ ଆସି ଆପଣ ସମସ୍ତଙ୍କ ଦର୍ଶନ କରିବା, ଘର ଅଗଣାକୁ ଆସିଥିବାରୁ ମୋର ସବୁକିଛି ପୁରୁଣା କଥା ସ୍ମରଣ ଆସୁଛି ଏବଂ ପୁରୁଣା ଅନୁଭୂତି ସତେଜ ହୋଇ ଉଠୁଛି, ଯେଉଁ ମାଟି ଏବଂ ଯେଉଁ ଲୋକମାନେ ମୋତେ ସୃଷ୍ଟି କରିଛନ୍ତି, ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଥାଏ, ମନକୁ ସନ୍ତୋଷ ମିଳିଥାଏ । ଏଥିପାଇଁ ଏକ ପ୍ରକାରରେ ଆଜି ଏହା ମୋର ସାକ୍ଷାତ ଋଣ ସ୍ୱୀକାର କରିବା ପାଇଁ ମୋ ପାଇଁ ହେଉଛି ଏକ ସୁଯୋଗ । ଆଜି ୩୦ ଅକ୍ଟୋବର ଏବଂ ଆସନ୍ତା କାଲି ୩୧ ଅକ୍ଟୋବର, ଏହି ଦୁଇଟି ଦିନ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ପ୍ରେରଣାର ଦିନ, ଆଜି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କୁ ଯିଏ ନେତୃତ୍ୱ ଦେଇଥିଲେ ଏବଂ ଯିଏ ଇଂରେଜ ସରକାରଙ୍କୁ ଉଚିତ ଜବାବ ଦେଇଥିଲେ, ହେଉଛି ଏଭଳି ସଂଗ୍ରାମୀ ଗୋବିନ୍ଦ ଗୁରୁଜୀଙ୍କର ପୁଣ୍ୟ ତିଥି । ଆଉ ଆସନ୍ତା କାଲି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଆମର ପିଢ଼ୀ ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ସାହେବଙ୍କୁ ଉଚିତ ଅର୍ଥରେ ହିଁ ଆମ୍ଭେମାନେ ବହୁତ ଉଚ୍ଚ ଶ୍ରଦ୍ଧା ବ୍ୟକ୍ତ କରିଛୁ । ଆଉ ଆଗାମୀ ପିଢ଼ୀ ମଧ୍ୟ ଯେତେବେଳେ ସର୍ଦ୍ଦାର ସାହେବଙ୍କ ମୂର୍ତି ଦେଖିବେ ତେବେ ଆପେ ଆପେ ସେମାନଙ୍କର ମୁଣ୍ଡ ନଇଁବ ନାହିଁ ବରଂ ସେମାନଙ୍କ ମୁଣ୍ଡ ଉପରକୁ ହୋଇଯିବ । ସର୍ଦ୍ଦାର ସାହେବଙ୍କ ପାଦ ତଳେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ଉପରକୁ କରି ଠିଆ ହେବେ, ସେମାନେ ମୁଣ୍ଡ ନୁଆଁଇବେ ନାହିଁ, ଏପରି କାର୍ଯ୍ୟ ହୋଇଛି । ଗୁରୁ ଗୋବିନ୍ଦ ଜୀଙ୍କ ସମ୍ପୂର୍ଣ୍ଣ ଜୀବନ ମାଆ ଭାରତୀଙ୍କ ସ୍ୱାଧୀନତା ପାଇଁ ସଙ୍ଘର୍ଷରେ ଏବଂ ଆଦିବାସୀ ସମାଜର ସେବାରେ, ସେବା ଏବଂ ରାଷ୍ଟ୍ରଭକ୍ତି ଏତେ ତୀବ୍ର ଥିଲା ଯେ ବଳିଦାନୀମାନଙ୍କ ପାଇଁ ପରମ୍ପରା ସୃଷ୍ଟି କରିଦେଲା । ଆଉ ସେ ସ୍ୱୟଂ ନିଜେ ବଳିଦାନୀମାନଙ୍କର ପ୍ରତୀକ ପାଲଟିଗଲେ, ମୁଁ ଆନନ୍ଦିତ ଯେ ମୋ ସରକାର ବିଗତ ବର୍ଷମାନଙ୍କରେ ଗୁରୁ ଗୋବିନ୍ଦ ଜୀଙ୍କ ସ୍ମୃତିରେ ମାନଘର ଧାମ ଯାହା ମଧ୍ୟପ୍ରଦେଶ- ଗୁଜରାଟର ଆଦିବାସୀ ବହୁଳ କ୍ଷେତ୍ରରେ ଅଛି, ତାକୁ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ କରି ତାହାକୁ ବହୁତ ବଡ଼ ସୁଯୋଗ ଭାବେ ପାଳନ କରୁଛନ୍ତି ।

PM inaugurates, dedicates to the nation and lays foundation stone for projects worth around Rs 5800 crores in Mehsana, Gujarat

October 30th, 04:06 pm

PM Modi inaugurated, dedicated to the nation and laid the foundation stone for projects worth around Rs 5800 crores in Mehsana, Gujarat. Addressing the gathering, the PM remarked that the two dates of 30th and 31st October are a source of great inspiration for everyone, as the former is the death anniversary of Govind Guru ji and the latter is the birth anniversary of Sardar Patel ji. “Our generation has expressed its reverence for Sardar Saheb by building the world's largest statue, the Statue of Unity”, PM Modi said.

କାଶୀରେ କାଶୀ-ତେଲୁଗୁ ସଙ୍ଗମମ୍ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 29th, 07:46 pm

ନମସ୍କାର! ଆପଣ ସମସ୍ତଙ୍କୁ ଗଙ୍ଗା- ପୁଷ୍କରାଲୁ ଉତ୍ସବର ହାର୍ଦ୍ଦିକ ଶୁଭକାମନା । ଆପଣମାନେ ସମସ୍ତେ କାଶୀକୁ ଆସିଛନ୍ତ, ଏଥିପାଇଁ ଏହି ଯାତ୍ରାରେ ଆପଣମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ହେଉଛନ୍ତି ମୋର ଅତିଥି, ଆଉ ଆମର ଏଠାରେ ଯେପରି କୁହାଯାଏ ଯେ ଅତିଥିମାନେ ହେଉଛନ୍ତି ଦେବତାଙ୍କ ଭଳି । ଅନେକ ଗୁଡିଏ ଦାୟିତ୍ୱ କାରଣରୁ ଯଦିଓ ମୁଁ ଆପଣମାନଙ୍କର ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ହୋଇ ପାରିଲି ନାହିଁ, କିନ୍ତୁ ମୋ ମନକୁ ଆପଣମାନଙ୍କ ଗହଣରେ ରହିବା ଭଳି ଅନୁଭବ ହେଉଛି । ମୁଁ ଏହି ଆୟୋଜନ ପାଇଁ କାଶୀ-ତେଲୁଗୁ ସମିତି ଏବଂ ସଂସଦରେ ମୋର ସାଥୀ ଜିବିଏଲ ନରସିହ୍ମା ରାଓ ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । କାଶୀ ଘାଟରେ ଏହି ଗଙ୍ଗା- ପୁଷ୍କରାଲୁ ଉତ୍ସବ ହେଉଛି, ଗଙ୍ଗା ଏବଂ ଗୋଦାବରୀର ସଙ୍ଗମ ଭଳି । ଏହା ହେଉଛି ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାଗୁଡିକର ସଙ୍ଗମର ଉତ୍ସବ । ଆପଣମାନଙ୍କର ସ୍ମରଣ ଥିବ, କିଛି ମାସ ପୂର୍ବେ ଏହି କାଶୀର ମାଟିରେ କାଶୀ- ତାମିଲ ସଙ୍ଗମମର ମଧ୍ୟ ଆୟେଜନ ହୋଇଥିଲା । ଏବେ କିଛି ଦିନ ପୂର୍ବେ ହିଁ ମୋତେ ସୌରାଷ୍ଟ୍ର- ତାମିଲ ସଙ୍ଗମମରେ ସାମିଲ ହେବାର ସୌଭାଗ୍ୟ ମିଳିଛି । ସେତେବେଳେ ମୁଁ କହିଥିଲି, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ବିବିଧତା ଗୁଡିକୁ, ବିବିଧଧାରା ଗୁଡିକର ଏହା ହେଉଛି ସଙ୍ଗମକାଳ । ବିବିଧତା ଗୁଡିକର ଏହି ସଙ୍ଗମ ଦ୍ୱାରା ରାଷ୍ଟ୍ରୀୟତାର ଅମୃତ ବାହାରୁଛି, ଯାହା ଭାରତକୁ ଅନନ୍ତ ଭବିଷ୍ୟତ ପର୍ଯ୍ୟନ୍ତ ଉର୍ଜ୍ଜାବାନ କରି ରଖିବ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର କାଶୀରେ କାଶୀ ତେଲୁଗୁ ସଙ୍ଗମମ୍‌ଙ୍କୁ ସମ୍ବୋଧିତ କରିଛନ୍ତି

April 29th, 07:45 pm

ଗଙ୍ଗା ପୁଷ୍କରଲୁ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ କହିଥିଲେ ଯେ ଏଠାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କର ବ୍ୟକ୍ତିଗତ ଅତିଥି, ଏବଂ ଅତିଥିମାନେ ଭାରତୀୟ ସଂସ୍କୃତିରେ ଭଗବାନଙ୍କ ସହ ସମାନ ଅଟନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଯଦିଓ ମୁଁ ଆପଣଙ୍କୁ ସ୍ୱାଗତ କରିବାକୁ ସେଠାରେ ଉପସ୍ଥିତ ହୋଇପାରିଲି ନାହିଁ, ମୋର ମନ ଆପଣଙ୍କ ସମସ୍ତଙ୍କ ସହିତ ଅଛି।’’ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ କାଶୀ-ତେଲୁଗୁ କମିଟି ତଥା ସାଂସଦ ଶ୍ରୀ ଜିଭିଏଲ୍ ନରସିଂହ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାଶୀ ଘାଟରେ ଥିବା ଗଙ୍ଗା - ପୁଷ୍କରଲୁ ଉତ୍ସବ ଗଙ୍ଗା ଏବଂ ଗୋଦାବରୀର ମିଳନ ପରି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାର ମିଳନ ଉତ୍ସବ। ସେ କିଛି ମାସ ପୂର୍ବେ ଏଠାରେ ହୋଇଥିବା କାଶୀ - ତାମିଲ ସଙ୍ଗମମକୁ ମନେ ପକାଇଥିଲେ ଏବଂ କିଛି ଦିନ ପୂର୍ବରୁ ସୌରାଷ୍ଟ୍ର - ତାମିଲ ସଙ୍ଗମମରେ ଅଂଶଗ୍ରହଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ଆଜାଦି ର ଅମୃତ କାଳରେ ଭାରତର ବିବିଧତା ଏବଂ ସଂସ୍କୃତିର ମିଳନ ଭାବରେ ପାଳନ କରାଯାଇଥିଲା। ବିବିଧତାର ଏହି ମିଳନ ଜାତୀୟତାବାଦର ଅମୃତ ସୃଷ୍ଟି କରୁଛି ଯାହା ଭବିଷ୍ୟତରେ ଭାରତ ପାଇଁ ସମ୍ପୂର୍ଣ୍ଣ ଶକ୍ତି ନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଘରୋଇ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ନିର୍ଦ୍ଦେଶାବଳୀ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 07th, 11:19 am

ପ୍ରଧାନମନ୍ତ୍ରୀ, ଭାରତରେ ଗ୍ୟାସ ମୂଲ୍ୟ ଉପରେ ଆନ୍ତର୍ଜାତିକ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବ ହ୍ରାସ କରି ଉପଭୋକ୍ତାଙ୍କ ହିତସାଧନ ପାଇଁ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।

ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

February 15th, 03:49 pm

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି । ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ ।

କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଭାରତ ଉର୍ଜ୍ଜା ସପ୍ତାହ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 06th, 11:50 am

ବର୍ତମାନ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଉପରେ ଆମ ସମସ୍ତଙ୍କର ଦୃଷ୍ଟି ଲାଗି ରହିଛି । ବହୁତ ଲୋକମାନଙ୍କର ଦୁଃଖଦ ମୃତ୍ୟୁ ଏବଂ ବହୁତ କ୍ଷୟକ୍ଷତିର ଖବର ରହିଛି । ତୁର୍କୀର ଆଖପାଖ ଦେଶଗୁଡ଼ିକରେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ରହିଛି । ଭାରତର 140କୋଟି ଲୋକମାନଙ୍କର ସମ୍ବେଦନା, ସମସ୍ତ ଭୂକମ୍ପ ପୀଡ଼ିତମାନଙ୍କ ସହିତ ରହିଛି । ଭାରତ ଭୂକମ୍ପ ପୀଡ଼ିତମାନଙ୍କୁ ସମସ୍ତ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ତତ୍ପର ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ ୨୦୨୩ ଉଦଘାଟିତ

February 06th, 11:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୬-୦୨-୨୦୨୩) ବେଙ୍ଗାଲୁରୁ ଠାରେ ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲୁ)ର ଉଦଘାଟନ କରିଛନ୍ତି । ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ପୋଷାକ ଉନ୍ମୋଚନ କରିଛନ୍ତି । ଏହି ପୋଷାକଗୁଡ଼ିକ ପିଇଟି ବଟଲ ପୁନଃପ୍ରକ୍ରିୟାକରଣ ଜରିଆରେ ହୋଇଛି । ସେ ମଧ୍ୟ ଭାରତୀୟ ତୈଳ ସଂସ୍ଥାର ଇନଡୋର ସୋଲାର କୁକିଂ ସିଷ୍ଟମ ଅନ୍ତର୍ଗତ ଟୁଇନ କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ବାଣିଜି୍ୟକ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

୨୯-୩୦ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

September 27th, 12:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୯ଓ ୩୦ ତାରିଖ ଗୁଜରାଟ ଗସ୍ତ କରିବେ । ସେପ୍ଟେମ୍ବର ୨୯ଦିନ ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ସୁରଟଠାରେ ୩୪୦୦ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପରେ ପରେ ପ୍ରଧାନମନ୍ତ୍ରୀ ଭାବନଗର ଗସ୍ତରେ ଯିବେ । ସେଠାରେ ଅପରାହ୍ନ ଦୁଇଟାବେଳେ ପ୍ରାୟ ୫୨୦୦କୋଟି ଟଙ୍କାରୁ ଅଧିକ କଲ୍ୟାଣକାରୀ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପ୍ରାୟ ସନ୍ଧ୍ୟା ସାତଟାବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡ୍ୟିମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ । ପ୍ରାୟ ରାତି ୯ଟା ବେଳକୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।