ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 12:30 pm
ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ ।"ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
December 08th, 12:00 pm
ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ଏକ ସମୟ ଯେତେବେଳେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ପୁନର୍ବାର ଜୀବିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ସମ୍ପ୍ରତି ସମ୍ବିଧାନର ୭୫ ବର୍ଷକୁ ଗର୍ବର ସହିତ ପାଳନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରତି ଦେଶ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛି।ସମ୍ବିଧାନ ଦିବସରେ ଭାରତର ସମ୍ବିଧାନ ନିର୍ମାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
November 26th, 10:15 am
ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ସହ ସେମାନଙ୍କ ଦୂରଦୃଷ୍ଟି ଓ ଦୂରଦର୍ଶିତାକୁ ସ୍ୱୀକାର କରିଛନ୍ତି,ଯାହାକି ବିକଶିତ ଭାରତ ଗଠନ ପାଇଁ ସମଗ୍ର ରାଷ୍ଟ୍ରକୁ ସାମୂହିକ ପ୍ରଚେଷ୍ଟା ଦିଗରେ ପ୍ରେରଣା ଦେଉଛି ।ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ, ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
September 04th, 08:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଜନୌଷଧି କେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ଭଳି ପରିବର୍ତ୍ତନକାରୀ ପଦକ୍ଷେପକୁ ଆଗକୁ ନେଇ ସରକାର #NextGenGST ସୁଧାର ସ୍ୱରୂପ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଆଗକୁ ନେଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୯ତମ ସ୍ୱାଧୀନତା ଦିବସ ଅଭିଭାଷଣ : ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି
August 15th, 11:58 am
୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ।The world acknowledges today that India possesses two infinite powers - Demography & Democracy: PM Modi
July 12th, 11:30 am
PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 12th, 11:00 am
ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।"ତିନୋଟି ନୂତନ ଅପରାଧିକ ଆଇନ"ର ସଫଳ ରୂପାୟନକୁ ଦେଶକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 03rd, 12:15 pm
ଚଣ୍ଡିଗଡ଼ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ପ୍ରିୟଜନଙ୍କ ମଧ୍ୟକୁ ଆସିଯାଇଛି । ଚଣ୍ଡିଗଡ଼ର ପରିଚୟ ଶକ୍ତି-ସ୍ୱରୂପା ମାଚଣ୍ଡିକାଙ୍କ ନାମ ସହିତ ଯୋଡି ହୋଇଛି । ମା’ଚଣ୍ଡି, ଅର୍ଥାତ୍ ଶକ୍ତିର ସେହି ସ୍ୱରୂପ ଯାହା ଦ୍ୱାରା ସତ୍ୟ ଓ ନ୍ୟାୟ ପ୍ରତିଷ୍ଠିତ ହୋଇଥାଏ । ଏହା ଭାବନା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତାର ସମ୍ପୂର୍ଣ୍ଣ ପ୍ରାରୁପର ଆଧାର ମଧ୍ୟ ଅଟେ । ବିକଶିତ ଭାରତର ସଂକଳ୍ପ ନେଇ ଏମିତି ସମୟରେ ଦେଶ ଆଗକୁ ବଢ଼ୁଛି, ଯେତେବେଳେ ବେଳେ ସମ୍ବିଧାନର ୭୫ ବର୍ଷ ବିତିଗଲାଣି... ତା'ପରେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା ପ୍ରଭାବ ଆରମ୍ଭ ହେବା, ତାହାର ପ୍ରଭାବରେ ଆସିବା ଏହା ଏକ ବହୁତ ବଡ ପ୍ରାରମ୍ଭ । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ରେ ପରିକଳ୍ପନା କରାଯାଇଥିବା ଆଦର୍ଶକୁ ପୂରଣ କରିବା ପାଇଁ ଏହା ଏକ ସମନ୍ୱିତ ପ୍ରୟାସ । ଏହି ଆଇନଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ତାହାର ଲାଇଭ୍ ଡେମୋ ଦେଖୁଥିଲି। ଏବଂ ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମୟ ବାହାର କରନ୍ତୁ ଏବଂ ଏହି ଲାଇଭ୍ ଡେମୋକୁ ନିଶ୍ଚିତ ଦେଖନ୍ତୁ । ଆଇନର ଛାତ୍ରଛାତ୍ରୀମାନେ, ବାରର ସାଥିମାନେ ଦେଖନ୍ତୁ, ନ୍ୟାୟପାଳିକାର ସାଥିମାନଙ୍କୁ ଯଦି ସୁବିଧା ହେବ, ସେମାନେ ମଧ୍ୟ ଦେଖନ୍ତୁ, ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତାର ଲାଗୁ ହେବା ପାଇଁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ଚଣ୍ଡିଗଡ଼ ପ୍ରଶାସନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 03rd, 11:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଗଡ଼ଠାରେ ତିନୋଟି ରୂପାନ୍ତରିତ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମବେତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଚଣ୍ଡିଗଡ଼ର ପରିଚୟ ଦେବୀ ମା' ଚଣ୍ଡୀଙ୍କ ସହ ଜଡ଼ିତ, ଯିଏ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରୁଥିବା ଶକ୍ତିର ଏକ ରୂପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଦର୍ଶନ ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସମଗ୍ର ଫର୍ମାଟର ଆଧାର ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ଏକ ଚମତ୍କାର ମୁହୂର୍ତ୍ତ, କାରଣ ଦେଶ ବିକଶିତ ଭାରତର ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗକୁ ବଢ଼ିବାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ଯେଉଁ ଆଦର୍ଶର ପରିକଳ୍ପନା କରିଛି ତାହାକୁ ପୂରଣ କରିବା ଦିଗରେ ଏହା ଏକ ଠୋସ୍ ପ୍ରୟାସ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ସିଧା ପ୍ରଦର୍ଶନ ଦ୍ୱାରା କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଝଲକ ସେ ନିକଟରେ ପାଇଛନ୍ତି। ଏହି ଆଇନର ସିଧା ପ୍ରଦର୍ଶନ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନ ଅବସରରେ ସେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଚଣ୍ଡିଗଡ଼ ପ୍ରଶାସନର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 07th, 08:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ ଏବଂ ୭, ୨୦୨୪ ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଇନ୍ସପେକ୍ଟର ଜେନେରାଲମାନଙ୍କର ୫୮ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ।