PM Modi congratulates Boong’s team on winning the BAFTA, calls it a moment of pride for Manipur and the nation
February 23rd, 05:10 pm
PM Modi congratulated the ‘BOONG’ film team for winning an award in the Children’s & Family Film category at the BAFTA Film Awards. He noted that this achievement is a moment of immense joy, especially for Manipur. The PM added that the award highlights the immense creative talent present in the nation.ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ବାଳିକାମାନଙ୍କ ମର୍ଯ୍ୟାଦା, ସୁଯୋଗ ଏବଂ ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ
January 24th, 07:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟେକ ଝିଅ ଯେପରି ମର୍ଯ୍ୟାଦା, ସୁଯୋଗ ଏବଂ ଆଶାର ଜୀବନଯାପନ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି।ଇଥିଓପିଆ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:25 pm
ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
December 17th, 12:12 pm
ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ ଚାମ୍ପିଅନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
November 28th, 10:15 am
ମହାଶୟ, ଆପଣ କିପରି ଜାଣିଲେ ଯେ ସେ ଗାଆନ୍ତି ବୋଲିଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ
November 28th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କରିଛନ୍ତି । ଶ୍ରୀ ମୋଦୀ ଖେଳାଳିଙ୍କ ସହ ଉତ୍ସାହର ସହ ଆଲୋଚନା କରିଥିଲେ, ସେମାନଙ୍କ ଦୃଢ଼ ସଂକଳ୍ପର ପ୍ରଶଂସା କରିଥିଲେ ଏବଂ ଆତ୍ମବିଶ୍ୱାସ ତଥା ଦୃଢ଼ତାର ସହ ଭବିଷ୍ୟତରେ ମଧ୍ୟ ଏପରି ଖେଳ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ସେ କହିଥିଲେ, କଠିନ ପରିଶ୍ରମରେ ଆଗକୁ ବଢ଼ୁଥିବା ଖେଳାଳି କେବଳ ଖେଳ ମଇଦାନରେ ନୁହେଁ ବରଂ ଜୀବନରେ କେବେ ବି ବିଫଳ ହୋଇ ନଥାଏ । ସେ କହିଛନ୍ତି, ଖେଳାଳିମାନେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି, ଯାହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରିଛି ।ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 03:15 pm
ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।ନୟା ରାୟପୁରର ସତ୍ୟସାଇ ସଞ୍ଜୀବନୀ ଶିଶୁ ହୃଦରୋଗ ଡାକ୍ତରଖାନାରେ ହୃଦରୋଗ ପାଇଁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିବା ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
November 01st, 05:30 pm
ମୁଁ ହକିର ଚାମ୍ପିଅନ୍, ମୁଁ ହକିରେ 5 ଟି ପଦକ ଜିତିଛି, ମୋ ସ୍କୁଲରେ ମୋର ପରୀକ୍ଷା କରାଯାଇଥିଲା, ମୁଁ ଜାଣିବାକୁ ପାଇଲି ମୋ ହୃଦୟରେ ଛିଦ୍ର ଅଛି, ତେଣୁ ମୁଁ ଏଠାକୁ ଆସିଥିଲି, ମୋର ଏକ ଅସ୍ତ୍ରୋପଚାର ହୋଇଥିଲା, କିନ୍ତୁ ମୁଁ ବର୍ତ୍ତମାନ ହକି ଖେଳିବାକୁ ସକ୍ଷମ।Prime Minister interacts with children who overcame congenital heart conditions
November 01st, 05:15 pm
As part of the ‘Dil Ki Baat’ programme, PM Modi interacted with 2,500 children who were successfully treated for congenital heart diseases at Sri Sathya Sai Sanjeevani Hospital in Nava Raipur, Chhattisgarh. As the children shared their experiences, the PM expressed his joy in meeting them and advised them to practice yoga for a healthy body. He also informed them about the centenary year of Shri Sathya Sai Baba.ନଭେମ୍ବର ୧ ରେ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 31st, 12:02 pm
ସକାଳ ପ୍ରାୟ ୧୦ ଟା ସମୟରେ ‘ଦିଲ୍ କି ବାତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସେ ନବ ରାୟପୁର ଅଟଳ ନଗରର ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲରେ ‘ଜୀବନ ଉପହାର’ ସମାରୋହରେ ଜନ୍ମଗତ ହୃଦରୋଗର ସଫଳତାର ସହ ଚିକିତ୍ସିତ ହୋଇଥିବା ୨୫୦୦ ପିଲାମାନଙ୍କ ସହିତ ଆଲୋଚନା କରିବେ ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ
September 16th, 02:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ମଧ୍ୟାହ୍ନ ୧୨ଟା ସମୟରେ ଧାରରେ ସେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ସହିତ, ଉପସ୍ଥିତ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଉତ୍ତରାଖଣ୍ଡ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
September 11th, 06:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ୨୦୨୫ରେ ଡେରାଡୁନ ଗସ୍ତ କରି, ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନରେ ସୃଷ୍ଟିତ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଛନ୍ତି।ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ
September 09th, 05:34 pm
ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ସର୍ଭେ କରିଥିଲେ। ପରେ, ସେ ଗୁରୁଦାସପୁରରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ସମୀକ୍ଷା କରିଥିଲେ ଏବଂ ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ।'ଭୋକାଲ୍ ଫର୍ ଲୋକାଲ୍' – ମନ୍ କି ବାତ୍ ରେ ସ୍ୱଦେଶୀ ଗର୍ବର ସହ ପର୍ବପର୍ବାଣୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ
August 31st, 11:30 am
ଚଳିତ ମାସର ମନ୍ କି ବାତ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିବା ସୁରକ୍ଷା ବାହିନୀ ଏବଂ ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ କ୍ରୀଡ଼ା ପ୍ରତିଯୋଗିତା, ସୌରଶକ୍ତି, 'ଅପରେସନ୍ ପୋଲୋ' ଏବଂ ଭାରତୀୟ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରସାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ। ପାର୍ବଣ ଋତୁରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବା ଏବଂ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ।ନାମିବ୍ୟାର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 09th, 07:55 pm
ନାମିବ୍ୟାକୁ ତାଙ୍କର ସରକାରୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱିଣ୍ଡହୋକସ୍ଥିତ ଷ୍ଟେଟ୍ ହାଉସରେ ନାମିବ୍ୟାର ରାଷ୍ଟ୍ରପତି ମହାମହିମ ଡ. ନେତୁମ୍ବୋ ନନ୍ଦୀ-ନଦୈତୱାଙ୍କୁ ଭେଟିଛନ୍ତି। ରାଜ୍ୟ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନନ୍ଦୀ-ନଦୈତୱା ଭବ୍ୟ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ତରରେ ଭାରତରୁ ନାବିବ୍ୟାକୁଏହି ଗସ୍ତ ୨୭ବର୍ଷ ପରେ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଷ୍ଟ୍ରପତି ନନ୍ଦୀ-ନଦାୟତୱାଙ୍କ ଦ୍ୱାରା ଆୟୋଜିତ ଏହା ପ୍ରଥମ ଦ୍ୱିପାକ୍ଷିକ ସରକାରୀ ଗସ୍ତ ଥିଲା।ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 21st, 08:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍ସ, ଦ୍ୱିତୀୟ ମହିଳା ଶ୍ରୀମତୀ ଉଷା ଭାନ୍ସ, ସେମାନଙ୍କ ସନ୍ତାନ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।Developing villages is the first step toward building a Viksit Bharat: PM Modi during Bavaliyali Dham programme
March 20th, 04:35 pm
PM Modi delivered his remarks during Bavaliyali Dham programme related to the Bharwad Samaj of Gujarat via video message. He extended his heartfelt greetings to Mahant Shri Ram Bapu ji, the community leaders, and the devotees. PM highlighted his long-standing connection with the Bharwad community and Bavaliyali Dham, lauding the community's dedication to service. He emphasized the importance of preserving indigenous cattle breeds and highlighted the National Gokul Mission.ବାଭଲିୟାଲି ଧାମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 20th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭରୱାଡ ସମାଜ ସହ ଜଡ଼ିତ ବାଭଲିୟାଲି ଧାମ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ମହନ୍ତ ଶ୍ରୀ ରାମ ବାପୁ ଜୀ, ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଏବଂ ଉପସ୍ଥିତ ହଜାର ହଜାର ଭକ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ଭରୱାଡ ସମ୍ପ୍ରଦାୟର ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶ୍ରଦ୍ଧେୟ ସନ୍ଥ ଏବଂ ମହନ୍ତମାନଙ୍କୁ ସମ୍ମାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ। ଐତିହାସିକ ମହାକୁମ୍ଭ ସହିତ ଜଡ଼ିତ ଅପାର ଆନନ୍ଦ ଏବଂ ଗର୍ବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ପବିତ୍ର କାର୍ଯ୍ୟକ୍ରମ ସମୟରେ ମହନ୍ତ ଶ୍ରୀ ରାମ ବାପୁ ଜୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯିବାର ଗୁରୁତ୍ୱପୂର୍ଣ୍ଣ ଅବସରରେ ମନ୍ତବ୍ୟ ଦେଇ ଏହାକୁ ଏକ ସ୍ମାରକୀ ସଫଳତା ଏବଂ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ସମୟ ବୋଲି କହିଛନ୍ତି। ସେ ମହନ୍ତ ଶ୍ରୀ ରାମ ବାପୁ ଜୀ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସେମାନଙ୍କ ଅବଦାନ ଏବଂ ସଫଳତାକୁ ପାଳନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।Prime Minister marks 10 years of Beti Bachao, Beti Padhao movement
January 22nd, 10:04 am
Marking 10 years of the Beti Bachao, Beti Padhao movement today, the Prime Minister Shri Narendra Modi remarked that it had become a transformative, people powered initiative and drawn participation from people across all walks of life.