Our collective goal is a developed Tamil Nadu for developed India: PM Modi in Madurai
March 01st, 03:30 pm
PM Modi launched multiple development projects in Madurai, Tamil Nadu, aimed at transforming connectivity, boosting the economy and creating significant job opportunities for youth. In his speech, he highlighted 9 Vande Bharat trains, 9 Amrit Bharat trains, and the renovation of railway stations serving the people of Tamil Nadu. The PM also inaugurated Akashvani’s new FM relay transmitters.ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 01st, 03:00 pm
୦୧.୦୩.୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା, ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଉଚ୍ଚମାନର ଭିତ୍ତିଭୂମି ନିର୍ମାଣ ମୌଳିକ ଭାବରେ ଲୋକଙ୍କୁ ସଶକ୍ତ କରିବ। ଏହି ବିକାଶର ଅର୍ଥ ହେଉଛି କୃଷକମାନଙ୍କ ପାଇଁ ବଜାରରେ ପହଞ୍ଚିବା ପାଇଁ ଉତ୍ତମ ରାସ୍ତା, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସହଜ ଯାତ୍ରା ଏବଂ ବ୍ୟବସାୟ ପାଇଁ ଦ୍ରୁତ ପରିବହନ, ଶ୍ରୀ ମୋଦୀ ଆଲୋକପାତ କରିଥିଲେ।୧ ମାର୍ଚ୍ଚରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ମାର୍ଚ୍ଚ ୨୦୨୬ରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ। ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ ପରେ, ପ୍ରଧାନମନ୍ତ୍ରୀ ୨୮ ଫେବୃଆରୀ ରାତି ପ୍ରାୟ ୯ଟାରେ ଚେନ୍ନାଇ ପହଞ୍ଚିବେ ।ମିନିକୟ, ଥୁଣ୍ଡି ବେଳାଭୂମି ଓ କଦମତ ବେଳାଭୂମି ସମ୍ମାନଜନକ ବ୍ଲୁ ବିଚ୍ ତାଲିକାରେ ସ୍ଥାନ ପାଇଥିବାରୁ ଲାକ୍ଷାଦ୍ୱୀପବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
October 26th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମିନିକୟ, ଥୁଣ୍ଡି ବେଳାଭୂମି ଓ କଦମଚ ବେଳାଭୂମି ସମ୍ମାନଜନକ ବ୍ଲୁ ବିଚ (ବିଶ୍ୱର ସ୍ୱଚ୍ଛ ବେଳାଭୂମିଗୁଡିକୁ ପ୍ରଦାନ କରାଯାଉଥିବା ଇକୋ- ଲେବଲ) ତାଲିକାରେ ସ୍ଥାନିତ ହୋଇଥିବାରୁ ଲାକ୍ଷାଦ୍ୱୀପବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଆକର୍ଷଣୀୟ ତଟ ରେଖା ଓ ବେଳାଭୂମି ସ୍ୱଚ୍ଛତା ପାଇଁ ଦେଶବାସୀଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ।ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ/ଲୋକାର୍ପଣ/ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 14th, 11:31 am
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ତାମିଲନାଡ଼ୁରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
February 14th, 11:30 am
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
February 12th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।