ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 26th, 08:16 pm

ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

July 26th, 07:47 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

June 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।

ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ ଲୋକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 06th, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ କିଛି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଦେଶ ପାଇଁ ଆଧୁନିକ ଭିତ୍ତଭୂମି ନିର୍ମାଣ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଚେନାବ ରେଳ ସେତୁ ଉପରେ ଗର୍ବରେ ଉଡୁଛି ତ୍ରିରଙ୍ଗା : ପ୍ରଧାନମନ୍ତ୍ରୀ

June 06th, 02:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନାବ ରେଳ ସେତୁ ଉପରେ ତ୍ରିରଙ୍ଗା ଉତ୍ତୋଳନ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଗର୍ବର ମୁହୂର୍ତ୍ତ ବୋଲି କହିବା ସହ ସବୁଠାରୁ ଆହ୍ୱାନପୂର୍ଣ୍ଣ ଭୂଖଣ୍ଡରେ ଅତ୍ୟାଧୁନିକ ଭିତ୍ତଭୂମି ନିର୍ମାଣରେ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି ।

ଜମ୍ମୁ ଏବଂ କଶ୍ମୀରର କଟରାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 06th, 12:50 pm

ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଜିତେନ୍ଦ୍ର ସିଂହ, ଭି ସୋମନ୍ନା, ଉପମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର କୁମାର, ଜମ୍ମୁ ଏବଂ କଶ୍ମୀର ବିଧାନସଭା ବିରୋଧୀ ଦଳ ନେତା ସୁନୀଲ, ସଂସଦରେ ମୋର ସହଯୋଗୀ ଯୁଗଳ କିଶୋର, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଏହା ବୀର ଜୋରାୱର ସିଂହଙ୍କ ଭୂମି, ମୁଁ ଏହି ଭୂମିକୁ ପ୍ରଣାମ ଜଣାଉଛି ।

ଜାମ୍ମୁ ଏବଂ କାଶ୍ମୀରରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 06th, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଏବଂ କାଶ୍ମୀରର କଟରା ଠାରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସାହସୀ ବୀର ଜୋରାୱାର ସିଂହଙ୍କ ଭୂମିକୁ ପ୍ରଣାମ କରି ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ସଂକଳ୍ପର ଏକ ମହାନ ଉତ୍ସବ। ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଏବେ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୁକ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି। ଆମେ ସର୍ବଦା ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ 'କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ' ଡାକି ଆସିଛୁ, ବୋଲି ଉଲ୍ଲେଖ କରି , ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲାଇନ ପ୍ରକଳ୍ପ କେବଳ ଏକ ନାମ ନୁହେଁ , ବରଂ ଜାମ୍ମୁ ଏବଂ କାଶ୍ମୀରର ନୂତନ ଶକ୍ତିର ପ୍ରତୀକ ଏବଂ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ। ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାର ପ୍ରତିବଦ୍ଧତା ସହିତ, ସେ ଚେନାବ ଏବଂ ଅଞ୍ଜି ରେଳ ସେତୁର ଉଦଘାଟନ କରିଥିଲେ ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ସହିତ, ଶ୍ରୀ ମୋଦୀ ଜାମ୍ମୁରେ ଏକ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସେ ଆହୁରି ମଧ୍ୟ କହିଥିଲେ, 46,000 କୋଟି ଟଙ୍କାର ପ୍ରକଳ୍ପ ଜାମ୍ମୁ ଏବଂ କାଶ୍ମୀରରେ ବିକାଶକୁ ତ୍ୱରାନ୍ୱିତ କରିବ, ପ୍ରଗତି ଏବଂ ସମୃଦ୍ଧିକୁ ଆଗେଇ ନେବ। ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ଏହି ନୂତନ ଯୁଗ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।

୬ ଜୁନ୍‌ରେ ଜମ୍ମୁ ଏବଂ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ

June 04th, 12:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୬ ତାରିଖ ଦିନ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିବେ । ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧ଟା ସମୟରେ ଚେନାବ ସେତୁ ଉଦ୍‌ଘାଟନ କରିବେ ଏବଂ ସେତୁ ଡେକ୍ ପରିଦର୍ଶନ କରିବେ । ଏହା ପରେ, ସେ ଅଞ୍ଜି ସେତୁ ପରିଦର୍ଶନ ଏବଂ ଉଦ୍‌ଘାଟନ କରିବେ । ସେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ପରେ, ସେ କାଟରାଠାରେ ୪୬,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ରାଜସ୍ଥାନର ବିକାନେରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 22nd, 12:00 pm

ରାଜସ୍ଥାନର ରାଜ୍ୟପାଳ ହରିଭାଉ ବାଗଡେ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଅଶ୍ୱିନୀ ବୈଷ୍ଣବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଜୀ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥି ମଦନ ରାଠୋର ଜୀ, ଅନ୍ୟ ସାଂସଦମାନେ ଏବଂ ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ରାଜସ୍ଥାନର ବିକାନେର ଠାରେ 26,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 22nd, 11:30 am

ରାଜସ୍ଥାନର ବିକାନେର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶାଳ ସମାବେଶକୁ ସ୍ୱାଗତ କରିଥିଲେ, ଏବଂ 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ସ୍ୱୀକାର କରିଥିଲେ। ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶ୍ରୀନଗରରେ 'ଯୁବଗୋଷ୍ଠୀ ସଶକ୍ତୀକରଣ, ସମୃଦ୍ଧ ଜମ୍ମୁ-କଶ୍ମୀର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 20th, 07:00 pm

ଆଜି ସକାଳେ ଯେତେବେଳେ ମୁଁ ଦିଲ୍ଲୀରୁ ଶ୍ରୀନଗର ଆସିବାପାଇଁ ପ୍ରସ୍ତୁତ ହେଉଥିଲି। ସେତେବେଳ ତେଣୁ ସେମିତି ମୋ ମନ ଉତ୍ସାହରେ ଭରି ରହିଥିଲା। ଏବଂ ମୁଁ ଭାବୁଥିଲି ଯେ ଆଜି ମୋ ମନରେ ଏତେ ଉତ୍ସାହ କାହିଁକି ଅଛି | ତେଣୁ ମୁଁ ଦୁଇଟି କାରଣ ଦେଖିଲି । ତେବେ ଏହାର ଏକ ତୃତୀୟ କାରଣ ରହିଛି। ମୁଁ କାହିଁକି ଏଠାରେ ଦୀର୍ଘ ଦିନ ଧରି ରହୁଛି ଏବଂ କାମ କରିଛି, କାରଣ ମୁଁ ବହୁତ ପୁରୁଣା ଲୋକଙ୍କ ସହିତ ପରିଚିତ | ବିଭିନ୍ନ ଅଞ୍ଚଳ ସହ ମୋରନ ଗଭୀର ସମ୍ପର୍କ ରହିଛି। ତେଣୁ ସ୍ମୃତି ସତେଜ ରହିବା ସ୍ୱାଭାବିକ। କିନ୍ତୁ ଦୁଇଟି କାରଣ ମୋ ପାଇଁ ଏହାକୁ ଅତ୍ୟନ୍ତ ସ୍ୱାଭାବିକ କରିଛି । ଆଜିର କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀରର ବିକାଶ ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ କାଶ୍ମୀରର ଭାଇ ଭଉଣୀଙ୍କ ସହ ମୋର ପ୍ରଥମ ସାକ୍ଷାତ ।

ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରରେ ପରିବର୍ତ୍ତନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

June 20th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ ।

ହର ଘର ତ୍ରିରଙ୍ଗା ଅଭିଯାନ ପ୍ରତି ଆଗ୍ରହର ବହୁ ଦୃଷ୍ଟାନ୍ତ ଶେୟାର କଲେ ପ୍ରଧାନମନ୍ତ୍ରୀ

August 14th, 02:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ପାଳନର ବହୁ ଉଦାହରଣ ଶେୟାର କରିଛନ୍ତି ।

ଚେନାବ ନଦୀରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜର ଆର୍ଚ ନିର୍ମାଣ ସମ୍ପନ୍ନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା

April 05th, 08:51 pm

ଜାମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ଭାରତୀୟ ରେଳପଥ ଦ୍ୱାରା ଆର୍ଚ ନିର୍ମାଣ କାମ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବେଶ ପ୍ରଶଂସା କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

April 26th, 12:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାସ୍ତା, ରେଳ, ବିମାନବନ୍ଦର, ଡିଜିଟାଲ୍ ଏବଂ କୋଇଲା ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ଦୀର୍ଘ ସାଢ଼େ 4 ଘଂଟା ଧରି ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ନୀତି ଆୟୋଗ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।