ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ
November 30th, 11:30 am
ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଶୁଭାଂଶୁ ଶୁକ୍ଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
August 19th, 09:43 am
ପ୍ରଧାନମନ୍ତ୍ରୀ-ଆପଣ ନିଶ୍ଚୟ କିଛି ଭିନ୍ନ ଅନୁଭବ କରୁଛନ୍ତି। ମୁଁ କହିବାକୁ ଚାହୁଁଛି, ଆପଣ କ 'ଣ ଅନୁଭବ କରୁଛନ୍ତି?ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
August 19th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଯାତ୍ରାର ପରିବର୍ତ୍ତନକାରୀ ଅଭିଜ୍ଞତା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପରେ ଜଣେ ନିଶ୍ଚିତଭାବେ କିଛିଟା ପରିବର୍ତ୍ତନ ଅନୁଭବ କରୁଥିବ ଏବଂ ମହାକାଶଚାରୀମାନେ ଏହି ପରିବର୍ତ୍ତନକୁ କିପରି ଦେଖନ୍ତି ଏବଂ ଅନୁଭବ କରନ୍ତି ତାହା ସେ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, ଏହାର ଏକ ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣର ଅଭାବ ।ମହାକାଶ ଅନୁସନ୍ଧାନ ସମ୍ପର୍କିତ ବିଶ୍ୱ ସମ୍ମିଳନୀରେ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 07th, 12:00 pm
ଗ୍ଲୋବାଲ ସ୍ପେସ୍ ଏକ୍ସପ୍ଲୋରେସନ୍ କନଫରେନ୍ସ ୨୦୨୫ରେ ଆପଣମାନଙ୍କ ସହ ସାମିଲ ହୋଇ ବହୁତ ଖୁସି ଲାଗୁଛି । ମହାକାଶ କେବଳ ଏକ ଗନ୍ତବ୍ୟ ସ୍ଥଳ ନୁହେଁ । ଏହା କୌତୂହଳ, ସାହସ ଓ ସାମୂହିକ ପ୍ରଗତିର ଏକ ପେଣ୍ଠସ୍ଥଳ। ଭାରତର ମହାକାଶ ଯାତ୍ରା ଏହି ଭାବନାକୁ ପ୍ରତିଫଳିତ କରେ। ୧୯୬୩ ମସିହାରେ ଏକ କ୍ଷୁଦ୍ର ରକେଟ୍ ଉତକ୍ଷେପଣ ଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଆମର ଯାତ୍ରା ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି। ଆମର ରକେଟ୍ ପେଲୋଡ ଠାରୁ ଅଧିକ ଓଜନ ବହନ କରିଥାଏ। ସେମାନେ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନକୁ ଧାରଣ କରି ଚାଲିଥାନ୍ତି। ଭାରତର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ । ଏହା ବ୍ୟତୀତ, ସେମାନେ ପ୍ରମାଣ କରନ୍ତି ଯେ ମାନବ ଆତ୍ମା ମାଧ୍ୟାକର୍ଷଣକୁ ଚାଲେଞ୍ଜ କରିପାରେ । ଭାରତ ୨୦୧୪ରେ ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହରେ ପହଞ୍ଚି ଇତିହାସ ରଚିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା। ଚନ୍ଦ୍ରଯାନ-୨ ଆମକୁ ଚନ୍ଦ୍ରର ସର୍ବାଧିକ-ରିଜୋଲ୍ୟୁସନ୍ ଛବିଗୁଡ଼ିକ ଦେଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଆମର ବୁଝାମଣା ବୃଦ୍ଧିରେ ସହାୟକ ହୋଇଥିଲା। ଆମେ ରେକର୍ଡ ସମୟ ମଧ୍ୟରେ କ୍ରାୟୋଜେନିକ ଇଞ୍ଜିନ ନିର୍ମାଣ କରିଥିଲୁ। ଆମେ ଆମର ଉତକ୍ଷେପଣ ଯାନରେ ୩୪ଟି ଦେଶ ପାଇଁ ୪୦୦ରୁ ଅଧିକ ଉପଗ୍ରହ ଉତ୍କ୍ଷେପଣ କରିଛୁ। ଚଳିତ ବର୍ଷ ଆମେ ମହାକାଶରେ ଦୁଇଟି ଉପଗ୍ରହ ଡକ୍ କରିଛୁ, ଯାହା ଏକ ବଡ଼ ପଦକ୍ଷେପ।ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 07th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫ କୁ ସମ୍ବୋଧିତ କରିଛନ୍ତି । ସାରା ବିଶ୍ୱରୁ ଆସିଥିବା ବିଶିଷ୍ଟ ପ୍ରତିନିଧି, ବୈଜ୍ଞାନିକ ଏବଂ ମହାକାଶଚାରୀମାନଙ୍କୁ ସ୍ୱାଗତ କରି, ସେ (ଜିଏଲଇଏକ୍ସ) ୨୦୨୫ ରେ ଭାରତର ଉଲ୍ଲେଖନୀୟ ମହାକାଶ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ, ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ , ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଉଦଘୋଷ । ୧୯୬୩ରେ ଏକ ଛୋଟ ରକେଟ୍ ଉତକ୍ଷେପଣ କରିବା ଠାରୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଭାରତର ମହାକାଶ ଯାତ୍ରାର ସଫଳତାର ଭାବନାକୁ ପ୍ରତିଫଳିତ କରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ରକେଟ୍ ପେଲୋଡ୍ ଅପେକ୍ଷା ଅଧିକ ବହନ କରେ - ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି ବୋଲି ସେ କହିବା ସହିତ ଏହା କହିଛନ୍ତି ଯେ , ଭାରତର ମହାକାଶ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ ଏବଂ ଏହା ପ୍ରମାଣିତ ଯେ ମାନବ ଭାବନା ଗୁରୁତ୍ୱାକର୍ଷଣକୁ ଚ୍ୟାଲେଞ୍ଜ କରିପାରିବ। ସେ ୨୦୧୪ ମସିହାରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାର ଭାରତର ଐତିହାସିକ ସଫଳତାକୁ ମନେ ପକାଇଥିଲେ। ସେ ଆଲୋକପାତ କରିଥିଲେ ଯେ ଚନ୍ଦ୍ରାୟଣ - ୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା, ଚନ୍ଦ୍ରାୟଣ - ୨ ଚନ୍ଦ୍ର ପୃଷ୍ଠର ସର୍ବୋଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିଥିଲା ଏବଂ ଚନ୍ଦ୍ରାୟଣ -୩ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ସୂଚନାକୁ ଆହୁରି ଆଗକୁ ବଢାଇଥିଲା। ଭାରତ ରେକର୍ଡ ସମୟରେ କ୍ରାୟୋଜେନିକ୍ ଇଞ୍ଜିନ୍ ବିକଶିତ କରିଥିଲା, ଗୋଟିଏ ମିଶନରେ ୧୦୦ ଉପଗ୍ରହ ପ୍ରକ୍ଷେପଣ କରିଥିଲା ଏବଂ ଭାରତୀୟ ପ୍ରକ୍ଷେପଣ ଯାନ ବ୍ୟବହାର କରି ୩୪ଟି ରାଷ୍ଟ୍ର ପାଇଁ ୪୦୦ ରୁ ଅଧିକ ଉପଗ୍ରହ ସଫଳତାର ସହିତ ସ୍ଥାପିତ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ସଦ୍ୟତମ ସଫଳତାରେ , ଚଳିତ ବର୍ଷ ମହାକାଶରେ ଦୁଇଟି ଉପଗ୍ରହ ଡକିଂ କୁ ଗୁରୁତ୍ୱାରୋପ କରି ଏହାକୁ ମହାକାଶ ଅନୁସନ୍ଧାନରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ।ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।ହିମାଚଳ ପ୍ରଦେଶର ଲେପଚାରେ ସୁରକ୍ଷା ବାହିନୀ ସହ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 12th, 03:00 pm
ମା' ଭାରତୀଙ୍କର ଜୟଘୋଷର ଏହି ଶବ୍ଦ, ଭାରତୀୟ ସେନା ଓ ସୁରକ୍ଷା ବାହିନୀର ବୀରତ୍ବର ଏହି ସ୍ଲୋଗାନ, ଏହି ଐତିହାସିକ ଭୂମି ଏବଂ ଦୀପାବଳିର ଏହି ପବିତ୍ର ପର୍ବ । ଏହା ଏକ ଚମତ୍କାର ସଂଯୋଗ ଅଟେ, ଏହା ଏକ ଅଦ୍ଭୁତ ମିଳନ ଅଟେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତ ମୋ ପାଇଁ ମଧ୍ୟ ଆପଣଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ଦୀପାବଳିରେ ନୂଆ ଆଲୋକ ଆଣିବ ଏହା ମୋର ବିଶ୍ବାସ ଅଛି। ମୁଁ ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ସୀମାର ଶେଷ ଗାଁରୁ, ଯାହାକୁ ମୁଁ ବର୍ତ୍ତମାନ ପ୍ରଥମ ଗାଁ ବୋଲି କହୁଛି, ସେଠାରେ ଆମର ମୁତୟନ ହୋଇଥିବା ସୁରକ୍ଷା ବାହିନୀର ସହଯୋଗୀମାନଙ୍କ ସହିତ ଯେତେବେଳେ ଦୀପାବଳି ପାଳନ କରୁଛି, ସେତେବେଳେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଏହି ଶୁଭେଚ୍ଛା ବହୁତ ସ୍ବତନ୍ତ୍ର ହୋଇଥାଏ। ଏହି ଅବସରରେ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା, ଦୀପାବଳିର ଶୁଭକାମନା।ହିମାଚଳ ପ୍ରଦେଶର ଲେପ୍ଚାରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ
November 12th, 02:31 pm
ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପର୍ବର ମିଶ୍ରଣ ଏବଂ ଯବାନଙ୍କ ସାହସର ପ୍ରତିଫଳନ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଦେଶର ଶେଷ ଗାଁ ଭାରତର ସୀମାନ୍ତ ଅଞ୍ଚଳର ଯବାନଙ୍କ ସହ ଦୀପାବଳି ଅବସରରେ ସେ ଶୁଭେଚ୍ଛା ଜଣାଇଥିଲେ, ଯାହା ବର୍ତ୍ତମାନ ପ୍ରଥମ ଗାଁ ଭାବେ ପରିଗଣିତ ହୋଇଛି।Chandrayaan Mission and PM Modi’s Penchant Towards Space Tech
September 03rd, 02:25 pm
Prime Minister Narendra Modi always had a keen interest in technology and an inclination towards space-tech long before he became the PM. In 2006, when Shri Modi was the Chief Minister of Gujarat, he accompanied the then President APJ Abdul Kalam to the Space Applications Centre (SAC), ISRO, Ahmedabad.ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରରୁ ଫେରିବା ପରେ ଦିଲ୍ଲୀରେ ସମବେତ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 26th, 01:18 pm
ଆଜି ପ୍ରାତଃରେ ମୁଁ ବେଙ୍ଗାଲୁରୁରେ ଥିଲି, ସକାଳେ ବହୁତ ଶୀଘ୍ର ପହଞ୍ଚିଥିଲି ଆଉ ସ୍ଥିର କରିଥିଲି ଯେ ଭାରତକୁ ଯାଇ ଦେଶକୁ ଏତେ ବିରାଟ ସିଦ୍ଧି ପ୍ରଦାନ କରାଇଥିବା ବୈଜ୍ଞାନିକମାନଙ୍କର ଦର୍ଶନ କରିବି ଆଉ ଏଥିପାଇଁ ମୁଁ ସକାଳୁ- ସକାଳୁ ସେଠାକୁ ଚାଲିଗଲି । କିନ୍ତୁ ସେଠାରେ ଜନତା ଜନାର୍ଦ୍ଦନ ସକାଳୁ ହିଁ ସୂର୍ଯ୍ୟୋଦୟର ମଧ୍ୟ ପୂର୍ବରୁ ହାତରେ ତିରଙ୍ଗା ଧରି ଚନ୍ଦ୍ରଯାନର ସଫଳତା ପାଇଁ ଯେଉଁ ପ୍ରକାରର ଉତ୍ସବ ପାଳନ କଲେ, ତାହା ହେଉଛି ଖୁବ ପ୍ରେରିତ କରିବା ଭଳି ଆଉ ଏବେ ଟାଣ ଖରାରେ ସୂର୍ଯ୍ୟ ବରାବର ଉତପ୍ତ ହେଉଅଛି ଆଉ ଏହି ମାସରେ ଖରା ତ ଚମଡ଼ାକୁ ମଧ୍ୟ ଚିରି ଦେଇଥାଏ । ଏଭଳି ଟାଣ ଖରାରେ ଆପଣ ସମସ୍ତଙ୍କର ଏଠାକୁ ଆସିବା ଆଉ ଚନ୍ଦ୍ରଯାନର ସଫଳତାକୁ ଉତ୍ସବ ଭଳି ପାଳନ କରିବା ଏବଂ ମୋତେ ମଧ୍ୟ ଏହି ପାଳନର ଅଂଶୀଦାର ହେବାର ସୌଭାଗ୍ୟ ମିଳିଲା, ଏହା ମଧ୍ୟ ହେଉଛି ମୋର ସୌଭାଗ୍ୟ । ଆଉ ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି
August 26th, 12:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚନ୍ଦ୍ରଯାନ- 3 ମୁନ ଲ୍ୟାଣ୍ଡର ସଫଳ ଅବତରଣ ପରେ ଇସ୍ରୋ ଟିମ୍ କୁ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁରୁ ଯାଇଥିଲେ। ଶ୍ରୀ ଜେପି ନଡ୍ଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳ ଗସ୍ତ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ମହତ୍ତ୍ବପୂର୍ଣ୍ଣ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଚନ୍ଦ୍ରଯାନ ୩ ଅଭିଯାନର ସଫଳତା ଉପରେ ଟିମ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 26th, 08:15 am
ଆପଣ ସମସ୍ତଙ୍କ ଗହଣରେ ଆସି ଆଜି ଏକ ଭିନ୍ନ ପ୍ରକାରର ଆନନ୍ଦ ଅନୁଭବ କରୁଛି । ବୋଧହୁଏ, ଏଭଳି ଖୁସି ବହୁତ ବିରଳ ଘଟଣାରେ ହିଁ ମିଳିଥାଏ, ଯେତେବେଳେ ଦେହ ମନ ଖ୍ୁସିରେ ଭରିଯାଇଥାଏ ଏବଂ ବ୍ୟକ୍ତିର ଜୀବନରେ ଅନେକଥର ଏଭଳି ଘଟଣା ଘଟିଥାଏ କି ତାହା ଉପରେ ଉତ୍କଣ୍ଠାର ମାତ୍ରା ଅଧିକ ହୋଇଯାଏ । ଏଥର ମୋ ସାଥିରେ ମଧ୍ୟ ଏହିଭଳି ହିଁ ହୋଇଛି, ଏତେ ଉତ୍କଣ୍ଠା । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି । ପୁଣି ଗ୍ରୀସ୍ର କାର୍ଯ୍ୟକ୍ରମ ଥିଲା । ତେଣୁ ସେଠାକୁ ଚାଲିଗଲି । କିନ୍ତୁ ମୋ ମନ ସମ୍ପୁର୍ଣ୍ଣ ରୂପେ ଆପଣଙ୍କ ସହ ଯୋଡି ହୋଇ ରହିଥିଲା । କିନ୍ତୁ ବେଳେ ବେଳେ ମତେ ଅନୁଭବ ହୁଏ ଯେ ମୁଁ ଆପଣମାନଙ୍କ ସହିତ ଅନ୍ୟାୟ କରି ଦେଉଛି । ଉତ୍କଣ୍ଠା ମୋର କିନ୍ତୁ କଷ୍ଟ ଆପଣଙ୍କର । ଏତେ ସକାଳୁ ସକାଳୁ ଆପଣ ସମସ୍ତଙ୍କୁ ଏବଂ ଏହି ସମୟରେ ବାସ୍ ମନ ଚାହୁଁଥିଲା ଯିବାକୁ ଏବଂ ଆପଣମାନଙ୍କୁ ପ୍ରଣାମ କରିବାକୁ । ଆପଣମାନଙ୍କୁ କଷ୍ଟ ହୋଇଥିବ, କିନ୍ତୁ ମୁଁ ଭାରତରେ ପହଂଚିବା ମାତ୍ରେ ହିଁ ଶୀଘ୍ର ଶୀଘ୍ର ଆପଣମାନଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣ ସମସ୍ତଙ୍କୁ ସଲାମ କରିବାକୁ ଚାହୁଁଥିଲି । ସଲାମ ଆପଣଙ୍କ ପରିଶ୍ରମକୁ, ସଲାମ ଆପଣଙ୍କ ଧୈର୍ଯ୍ୟକୁ, ସଲାମ ଆପଣଙ୍କ ନିଷ୍ଠାକୁ, ସଲାମ ଆପଣମାନଙ୍କ ଜୀବନ୍ତତାକୁ, ସଲାମ ଆପଣମାନଙ୍କ ଆବେଗକୁ । ଆପଣମାନେ ଦେଶକୁ ଯେଉଁ ଶିଖର ପର୍ଯ୍ୟନ୍ତ ନେଇଯାଇଛନ୍ତି, ଏହା କୌଣସିି ସାଧାରଣ ସଫଳତା ନୁହେଁ । ଏହା ଅନନ୍ତ ଅନ୍ତରୀକ୍ଷରେ ଭାରତର ବୈଜ୍ଞାନିକ ସାମର୍ଥ୍ୟର ଶଙ୍ଖନାଦ ଅଟେ ।ଚନ୍ଦ୍ରଯାନ-୩ ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇସ୍ରୋକୁ ସମ୍ବୋଧନ
August 26th, 07:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
March 12th, 03:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୂର୍ବାବଲୋକନ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 10:31 am
ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!‘ଆଜାଦୀ କା ଅମୃତ ମହୋତ୍ସବ’ India@75 କାର୍ଯ୍ୟକ୍ରମର ପୂର୍ବ-ଭୂମିକା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଆଜାଦୀକା ଅମୃତ ମହୋତ୍ସବ’ (ଇଣ୍ଡିଆ ଅ ୭୫) କାର୍ଯ୍ୟକ୍ରମର ପ୍ରାକ୍ କାର୍ଯ୍ୟସୂଚୀ ବା ପୂର୍ବ-ଭୂମିକାକୁ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ପଦଯାତ୍ରା (ମୁକ୍ତି ଯାତ୍ରା)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ମଧ୍ୟ ଏହି ଉତ୍ସବ ପାଳନ ସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସ୍ୱାଧୀନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।India has a rich legacy in science, technology and innovation: PM Modi
December 22nd, 04:31 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.PM delivers inaugural address at IISF 2020
December 22nd, 04:27 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.Address by the President of India Shri Ram Nath Kovind to the joint sitting of Two Houses of Parliament
January 31st, 01:59 pm
In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.Read what PM Modi said about Chandrayaan and the hardworking ISRO scientists...
January 24th, 11:00 am
At the Pariksha Pe Charcha townhall, PM Modi said Chandrayaan landing is a perfect example of overcoming failures in life. “I can never forget my visit to ISRO during Chandrayaan landing and the time spent with our hardworking scientists.”