ପ୍ରତିଷ୍ଠା ଦିବସରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

March 10th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ ସମର୍ପଣ ପାଇଁ ଜଣାଶୁଣା ସି. ଆଇ. ଏସ୍. ଏଫ୍. ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅତୁଟ ପ୍ରତିବଦ୍ଧତା ଭାରତର ସୁରକ୍ଷା ଏବଂ ପ୍ରଗତିରେ ବହୁତ ଯୋଗଦାନ ଦେଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି।

ରୋଜଗାର ମେଳା ଅଧୀନରେ ଅଗଷ୍ଟ ୨୮ ତାରିଖରେ ସରକାରୀ ବିଭାଗ ଏବଂ ସଂଗଠନ ଗୁଡିକରେ ନବନିଯୁକ୍ତ ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

August 27th, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।

ସ୍ଥାପନା ଦିବସ ଅବସରରେ ସିଆଇଏସଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

March 10th, 08:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ସ୍ଥାପନା ଦିବସ ଅବସରରେ ସିଆଇଏସଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।