ଜାନୁଆରୀ ୧୫ରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 14th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ଜାନୁଆରୀ ୨୦୨୬ ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ।ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
November 26th, 09:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି।26 ନଭେମ୍ବରରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 25th, 04:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର 76ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି।PM Modi’s candid interaction with students on the Jayanti of Netaji Subhas Chandra Bose
January 23rd, 04:26 pm
On Parakram Diwas, PM Modi interacted with students in Parliament, discussing India’s goal of becoming a Viksit Bharat by 2047. The students highlighted Netaji Subhas Chandra Bose's inspiring leadership and his famous slogan, Give me blood, and I promise you freedom. PM Modi emphasized sustainability initiatives like electric buses to reduce the nation’s carbon footprint.PM Modi interacts with students on Parakram Diwas
January 23rd, 03:36 pm
On Parakram Diwas, PM Modi interacted with students in Parliament, discussing India’s goal of becoming a Viksit Bharat by 2047. The students highlighted Netaji Subhas Chandra Bose's inspiring leadership and his famous slogan, Give me blood, and I promise you freedom. PM Modi emphasized sustainability initiatives like electric buses to reduce the nation’s carbon footprint.ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
November 26th, 02:46 pm
ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଜ୍ଞାନବର୍ଦ୍ଧକ ଦର୍ଶାଇ ପ୍ରଶଂସା କରିଛନ୍ତି ।ସଂସଦର କେନ୍ଦ୍ରୀୟ କକ୍ଷରେ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:50 am
ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନେକ- ଅନେକ ଶୁଭକାମନା । ଆଜି ନୂତନ ସଂସଦ ଭବନରେ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭବିଷ୍ୟତର ଶୁଭାରମ୍ଭ (ଶ୍ରୀଗଣେଶ) କରିବାକୁ ଯାଉଛେ । ଆଜି ଆମେ ଏଠାରେ ବିକଶିତ ଭାରତର ସଂକଳ୍ପ ଦୋହରାଇବା ପାଇଁ ପୁଣିି ଥରେ ସଂକଳ୍ପବଦ୍ଧ ହେବା ଏବଂ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ମନ- ପ୍ରାଣ ଦେଇ ଯୋଡି ହେବାର ଲକ୍ଷ୍ୟରେ ନୂତନ ଭବନ ଆଡକୁ ପ୍ରସ୍ଥାନ କରୁଛେ । ସମ୍ମାନନୀୟ ସଭାଗୃହ, ଏହି ଭବନ ଆଉ ତାହା ମଧ୍ୟରେ ଏହି କେନ୍ଦ୍ରୀୟ କକ୍ଷ ଏକ ପ୍ରକାରରେ ଆମର ଭାବନାରେ ଭରି ହୋଇ ରହିଛି । ଆମକୁ ମଧ୍ୟ ଭାବୁକ କରୁଛି ଏବଂ ଆମର କର୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଦେଉଛି । ସ୍ୱାଧୀନତାର ପୂର୍ବ ସମୟରେ ଏହା ଏକ ପ୍ରକାରରେ ଗ୍ରନ୍ଥାଗାର ଭାବେ ବ୍ୟବହାର ହେଉଥିଲା । କିନ୍ତୁ ପରେ ସମ୍ବିଧାନ ସଭାର ବୈଠକ ଏଠାରେ ଆରମ୍ଭ ହେଲା ଆଉ ସେହି ସମ୍ବିଧାନ ସଭାର ବୈଠକ ଦ୍ୱାରା ଗଭୀର ଚର୍ଚ୍ଚା, ବିଚାର- ବିମର୍ଶ କରି ଆମର ସମ୍ବିଧାନ ଏହି ଆକାର ନେଲା । ଏଠାରେ 1947ରେ ଇଂରେଜ ସରକାର କ୍ଷମତା ହସ୍ତାନ୍ତରଣ କଲେ, ସେହି ପ୍ରକ୍ରିୟାର ମଧ୍ୟ ସାକ୍ଷୀ ହେଉଛି ଆମର କେନ୍ଦ୍ରୀୟ କକ୍ଷ । ଏହି କେନ୍ଦ୍ରୀୟ କକ୍ଷରେ ଭାରତର ତିରଙ୍ଗାକୁ ଗ୍ରହଣ କରାଗଲା, ଆମର ରାଷ୍ଟ୍ରଗାନକୁ ଆପଣାଇ ନିଆ ଗଲା । ଆଉ ସ୍ୱାଧୀନତା ପରେ ଐତିହାସିକ ଅବସରରେ ମଧ୍ୟ ସମସ୍ତ ସରକାରଙ୍କ ସମୟରେ ଅନେକ ସୁଯୋଗ ଆସିଛି ଯେତେବେଳେ ଉଭୟ ସଦନ ମିଶି ଏଠାରେ ଭାରତର ଭାଗ୍ୟକୁ ଗଢିବାର କଥା ଉପରେ ବିଚାର କରାଯାଇଛି, ସହମତି ହେଇଛି ଓ ନିର୍ଣ୍ଣୟ ମଧ୍ୟ ନିଆଯାଇଛି ।ସଂସଦର ସ୍ବତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:30 am
ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।