Arya Vaidya Sala has played a significant role in preserving, protecting and advancing Ayurveda: PM Modi
January 28th, 02:39 pm
Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.କେରଳର ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳସ୍ଥିତ ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଥିଲେ ଯେ, ଏହି ପବିତ୍ର ଅବସରରେ ସମସ୍ତଙ୍କ ସହିତ ଯୋଡ଼ିହେବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ। ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ଦିଗରେ ଆର୍ଯ୍ୟ ବୈଦ୍ୟଶାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ନିଜର ୧୨୫ ବର୍ଷର ଯାତ୍ରାରେ ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥାରେ ପରିଣତ କରିଆସିଛି। ସେ ଏହି ଅବସରରେ ଆର୍ଯ୍ୟ ବୈଦ୍ୟଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନ ପି.ଏ.ଓ୍ବାରିୟରଙ୍କ ଅବଦାନ ବିଷୟରେ ସ୍ମରଣ କରି କହିଥିଲେ, ଆୟୁର୍ବେଦ ପ୍ରତି ତାଙ୍କର ଆଭିମୁଖ୍ୟ ଓ ଜନ ମଙ୍ଗଳ ପ୍ରତି ସମର୍ପଣଭାବ ଅନୁପ୍ରାଣିତ କରିଚାଲିବ।PM to inaugurate Centenary Celebrations of Acharya Vidyanand Ji Maharaj on 28th June in New Delhi
June 27th, 05:06 pm
PM Modi will inaugurate the Centenary Celebrations of Acharya Vidyanand Ji Maharaj on 28th June in New Delhi. The year-long celebration will include cultural, literary, educational, and spiritual initiatives across the country, aimed at celebrating the revered Jain spiritual leader's life and legacy and spreading his message.ଶ୍ରୀ ନାରାୟଣ ଗୁରୁ ଏବଂ ଗାନ୍ଧୀଜୀଙ୍କ ମଧ୍ୟରେ ବାର୍ତ୍ତାଳାପର ଶତବାର୍ଷିକୀ ସମାରୋହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 24th, 11:30 am
ଆଜି ଏହି ପରିସରରେ ଦେଶର ଇତିହାସରେ ଏକ ଅଭୂତପୂର୍ବ ଘଟଣାର ସ୍ମରଣ କରିବାର ସାକ୍ଷୀ ହେଉଛି। ଏକ ଏମିତି ଐତିହାସିକ ଘଟଣା, ଯାହା କେବଳ ଆମର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଦିଗ ପ୍ରଦାନ କରି ନ ଥିଲା ବରଂ ସ୍ୱାଧୀନତାର ଲକ୍ଷ୍ୟ ଏବଂ ଏକ ସ୍ୱାଧୀନ ଭାରତର ସ୍ୱପ୍ନକୁ ଦୃଢ଼ ଅର୍ଥ ମଧ୍ୟ ଦେଇଥିଲା। 100 ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ସେହି ସାକ୍ଷାତ ଆଜି ମଧ୍ୟ ସେତିକି ପ୍ରେରଣାଦାୟୀ ଏବଂ ପ୍ରାସଙ୍ଗିକ। 100 ବର୍ଷ ପୂର୍ବେ ଯେଉଁ ବୈଠକ ହୋଇଥିଲା, ତାହା ଆଜି ମଧ୍ୟ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ବଡ଼ ଉତ୍ସ ହୋଇ ରହିଛି। ଏହି ଐତିହାସିକ ଅବସରରେ ମୁଁ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରୁଛି। ମୁଁ ଗାନ୍ଧୀଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
June 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଭାରତର ଦୁଇ ମହାନ ଆଧ୍ୟାତ୍ମିକ ଏବଂ ନୈତିକ ନେତା ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଆଲୋଚନାର ଶତବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମ୍ମାନପୂର୍ବକ ଶୁଭେଚ୍ଛା ଜଣାଇଥିଲେ, କହିଥିଲେ ଯେ ଆଜି ଏହି ସ୍ଥାନ ଦେଶର ଇତିହାସରେ ଏକ ଅଭୂତପୂର୍ବ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ , ଏହା ଏକ ଐତିହାସିକ ଘଟଣା ଯାହା ଆମର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗଦର୍ଶନ ଦେଇଥିଲା, ସ୍ୱାଧୀନତାର ଉଦ୍ଦେଶ୍ୟ ଏବଂ ସ୍ୱାଧୀନ ଭାରତର ସ୍ୱପ୍ନକୁ ପ୍ରକୃତ ଅର୍ଥ ଦେଇଥିଲା। ୧୦୦ ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଜି ମଧ୍ୟ ପ୍ରେରଣାଦାୟକ ଏବଂ ପ୍ରାସଙ୍ଗିକ ଅଟେ, ଏବଂ ସାମାଜିକ ସଦ୍ଭାବ ଏବଂ ଏକ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ଶକ୍ତିଶାଳୀ ଉତ୍ସ ଭାବରେ କାର୍ଯ୍ୟ କରେ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ, ସେ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପ୍ରଧାନମନ୍ତ୍ରୀ ୨୪ ଜୁନ୍, ୨୦୨୫ରେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ
June 23rd, 05:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୪ ଜୁନ୍, ୨୦୨୫ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ଦୁଇ ମହାନ୍ ଆଧ୍ୟାତ୍ମିକ ଏବଂ ନୈତିକ ବ୍ୟକ୍ତି ଶ୍ରୀ ନାରାୟଣ ଗୁରୁ ଏବଂ ଶ୍ରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନ ସମାବେଶକୁ ସମ୍ବୋଧିତ କରିବେ ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।ଆସନ୍ତା 25 ତାରିଖ ଦିନ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
November 23rd, 01:13 pm
ଆସନ୍ତା 25 ତାରିଖ ଦିନ ଅପରାହ୍ନ 5.30 ମିନଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ । ଏହି ବିଶ୍ଵବିଦ୍ୟାଳୟ 1920ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ନିଜର ଶତବାର୍ଷିକୀ ପାଳନ କରୁଛି ।ଭିଡିଓ କନଫରେନ୍ସିଂ ଯୋଗେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 19th, 11:11 am
କର୍ଣ୍ଣାଟକର ରାଜ୍ୟପାଳ ଏବଂ ମହୀଶୂର ବିଶ୍ୱବିଦ୍ୟାଳୟର କୁଳାଧିପତି, ଶ୍ରୀ ଭଜୁ ଭାଇ ବାଲାଜୀ, କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥ ନାରାୟଣ ଜୀ, ମହୀଶୂର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି ହେମନ୍ତ କୁମାର ଜୀ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକଗଣ, ଛାତ୍ରଛାତ୍ରୀଗଣ, ଅଭିଭାବକଗଣ, ଦେବୀ ଏବଂ ସଜ୍ଜନଗଣ! ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ “ମହୀଶୂର ଦଶହରା, “ନାଇ ହବ୍ୱାର ଅନନ୍ତ ଅନନ୍ତ ଶୁଭକାମନା ଜ୍ଞାପନ କରୁଛି!ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 19th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦ୍ବୋଧନ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଭଳି ମହାନ୍ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି ।ବାରାଣସୀରେ ଶ୍ରୀ ଜଗଦଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 11:57 am
ମୁଁ କାଶୀର ଜନ ପ୍ରତିନିଧି ଅଟେ, କାଶୀ ମାଟିରେ ଏତେ ସଂଖ୍ୟକ ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ଏବଂ କାଶୀର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି । ସଂସ୍କୃତ ଓ ସଂସ୍କୃତିର ସଂଗମସ୍ଥଳୀରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ବାବା ବିଶ୍ୱନାଥଙ୍କ ସାନ୍ନିଧ୍ୟରେ, ମା ଗଙ୍ଗାର ପଣତରେ, ସନ୍ଥବାଣୀର ସାକ୍ଷୀ ହେବାର ଅବସର ବାରମ୍ବାର ଆସି ନଥାଏ ।ପ୍ରଧାନମନ୍ତ୍ରୀଙ୍କର ନିଜ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ: ବିଶ୍ୱ ଆରାଧ୍ୟ ଗୁରୁକୁଳ ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ
February 16th, 11:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜଙ୍ଗମବାଡି ମଠ ଠାରେ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।ପାଟନା ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 14th, 11:29 am
ଆମର ଏହି ପାଟନା ନଗରୀ ଗଙ୍ଗାଙ୍କ କୂଳରେ ରହିଛି ଆଉ ଗଙ୍ଗାଙ୍କ ଧାରା ହେଉଛି ଯେତିକି ପୁରୁଣା ବିହାର ହେଉଛି ସେତିକି ପୁରୁଣା ଜ୍ଞାନରଧାରା, ପରମ୍ପରାର ମାଲିକ । ଯେତିକି ପୁରୁଣା ଜ୍ଞାନଗଙ୍ଗାର ପରମ୍ପରା, ସେତିକି ଗଙ୍ଗାଧାରାର ପରମ୍ପରା ଆପଣଙ୍କ ପାଖରେ ଅଛି । ହିନ୍ଦୁସ୍ଥାନରେ ଯେବେ ମଧ୍ୟ ଚର୍ଚ୍ଚା ହୋଇଥାଏ ତ ନାଳନ୍ଦା, ବିକ୍ରମଶୀଳାକୁ କିଏ ଭୁଲି ପାରିବ । ମାନବ ଜୀବନ ସଂଶୋଧନର କ୍ଷେତ୍ର ।ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ
October 14th, 11:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ଐତିହାସିକ ପାଟନା ବିଶ୍ୱବିଦ୍ୟାଳୟର ସମାରୋହ ଏବଂ ଛାତ୍ରଛାତ୍ରୀମାନଙ୍କ ଗହଣରେ ଯୋଗଦେଇ ସେ ନିଜକୁ ଗୌରାବାନ୍ୱିତ ମନେ କରୁଛନ୍ତି । “ମୁଁ ବିହାରର ଏହି ମହାନ ଭୂମିକୁ ପ୍ରଣାମ କରୁଛି । ଏହି ବିଶ୍ୱବିଦ୍ୟାଳୟ ଅନେକ ବରପୁତ୍ରଙ୍କୁ ଜନ୍ମ ଦେଇଛି, ଯେଉଁମାନେ କି ଦେଶ ନିର୍ମାଣରେ ଅମୂଲ୍ୟ ଅବଦାନ ଦେଇଛନ୍ତି ।”ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 13th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।PM inaugurates Pumping Station at Bhachau; Narmada Waters released for Tappar dam
May 22nd, 06:35 pm
Prime Minister Narendra Modi inaugurated pumping station in Bhachau, Gujarat. The PM said mentioned the importance of conserving water, and added that in Kutch, people understood this quite well. Now, he said, with the Narmada waters arriving, the region would witness a transformation.ଗୁଜରାଟର ବଚାଉଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପମ୍ପିଂ କେନ୍ଦ୍ରର ଉଦଘାଟନ; ତପ୍ପାର ବନ୍ଧକୁ ନିଷ୍କାସିତ ହେଲା ନର୍ମଦା ନଦୀର ଜଳ
May 22nd, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବଚାଉଠାରେ ଏକ ପମ୍ପିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହା ତପ୍ପାର ଡ୍ୟାମକୁ ନର୍ମଦା ନଦୀରୁ ଜଳ ନିଷ୍କାସନରେ ସହାୟକ ହେବ ।ଏହି ଅବସରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉଦଘାଟନ ଦ୍ୱାରା କଚ୍ଛର ପ୍ରତ୍ୟେକ ନାଗରୀକ ନିଜକୁ ଗୌରବାନ୍ୱିତ ମନେକରିବେ ।ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
May 07th, 01:15 pm
ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି । ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।ସୋସିଆଲ ମିଡିଆ କର୍ଣ୍ଣର 10 ଏପ୍ରିଲ 2017
April 10th, 08:29 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।