Prime Minister extends greetings to the people of Sikkim on Statehood Day

May 16th, 01:32 pm

The Prime Minister, Shri Narendra Modi, today extended greetings to the people of Sikkim on the occasion of the State’s Statehood Day, marking a historic milestone as Sikkim celebrates its 50th Statehood Day this year. Shri Modi remarked that the contribution of Sikkim to India’s development journey is deeply valued and appreciated. Recalling his recent visit to Sikkim during the 50th Statehood Day celebrations, the Prime Minister said that he was deeply touched by the warmth and affection shown by the people of the State.

ମଇ ୧୦-୧୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

May 09th, 11:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦-୧୧ ମଇ ୨୦୨୬ ତାରିଖରେ ଗୁଜରାଟ ଗସ୍ତ କରିବେ । ସେ ମଇ ୧୦ ବିଳମ୍ବିତ ରାତିରେ ଗୁଜରାଟର ଜାମନଗରଠାରେ ପହଞ୍ଚିବେ । ମଇ ୧୧ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଭଦୋଦରାକୁ ଯାତ୍ରା କରିବେ, ଯେଉଁଠାରେ ସେ ସନ୍ଧ୍ୟା ପ୍ରାୟ ୬ଟାରେ ସର୍ଦ୍ଦାରଧାମ ଛାତ୍ରାବାସ ଉଦଘାଟନ କରିବେ । ସେ ଉଭୟ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ମଇ ୧୦ ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

May 09th, 11:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ମଇ, ୨୦୨୬ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ। ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ 'ଦ ଆର୍ଟ ଅଫ୍ ଲିଭିଂ ’ ର ୪୫ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୩ଟାରେ ସେ ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ସିନ୍ଧୁ ଡାକ୍ତରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।

Prime Minister extends greetings to the people of Gujarat on Gujarat Day

May 01st, 09:14 am

Prime Minister Shri Narendra Modi today extended his warm greetings to the people of Gujarat on the special occasion of Gujarat Day.

ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

April 26th, 11:30 am

ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଇଷ୍ଟର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

April 05th, 09:02 am

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଗୁଜରାଟର ପୋରବନ୍ଦର ଠାରେ ଅନୁଷ୍ଠିତ ମାଧବପୁର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 29th, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୋରବନ୍ଦରରେ ଚାଲିଥିବା ମାଧବପୁର ମେଳା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଭବ୍ୟ ଉତ୍ସବ ଆମର ଗୌରବମୟ ସଂସ୍କୃତିକୁ ଦର୍ଶାଉଛି ଏବଂ ଏହା ଗୁଜରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଚିରନ୍ତନ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି। ଏହି ପର୍ବ ବିବିଧ ପରମ୍ପରାକୁ ଏକତ୍ର କରିଥାଏ, ଯାହା 'ଏକ ଭାରତ, ଶ୍ରେଷ୍ଠ ଭାରତ ର ପ୍ରକୃତ ଭାବନାକୁ ପ୍ରତିଫଳିତ କରିଥାଏ। ମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଆହ୍ୱାନ କରୁଛି! , ଶ୍ରୀ ମୋଦୀ କହିଥିଲେ।

Arya Vaidya Sala has played a significant role in preserving, protecting and advancing Ayurveda: PM Modi

January 28th, 02:39 pm

Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.

କେରଳର ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 02:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳସ୍ଥିତ ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଥିଲେ ଯେ, ଏହି ପବିତ୍ର ଅବସରରେ ସମସ୍ତଙ୍କ ସହିତ ଯୋଡ଼ିହେବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ। ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ଦିଗରେ ଆର୍ଯ୍ୟ ବୈଦ୍ୟଶାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ନିଜର ୧୨୫ ବର୍ଷର ଯାତ୍ରାରେ ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥାରେ ପରିଣତ କରିଆସିଛି। ସେ ଏହି ଅବସରରେ ଆର୍ଯ୍ୟ ବୈଦ୍ୟଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନ ପି.ଏ.ଓ୍ବାରିୟରଙ୍କ ଅବଦାନ ବିଷୟରେ ସ୍ମରଣ କରି କହିଥିଲେ, ଆୟୁର୍ବେଦ ପ୍ରତି ତାଙ୍କର ଆଭିମୁଖ୍ୟ ଓ ଜନ ମଙ୍ଗଳ ପ୍ରତି ସମର୍ପଣଭାବ ଅନୁପ୍ରାଣିତ କରିଚାଲିବ।

ଉତ୍ସାହ ଏବଂ ରାଷ୍ଟ୍ର ଗୌରବରେ ପରିପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 26th, 04:50 pm

ଭାରତ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅତ୍ୟନ୍ତ ଉତ୍ସାହ ଏବଂ ଗୌରବର ସହିତ ପାଳନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 02:12 pm

ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାପତ୍ରୀ ଦ୍ୱୀଶତାବ୍ଦୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି

January 23rd, 02:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷାପତ୍ରୀର ଦ୍ୱିଶତବାର୍ଷିକୀ ମହୋତ୍ସବକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭଗବାନ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ୨୦୦ ବର୍ଷ ପୂର୍ତ୍ତି ପାଳନ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଦ୍ୱିଶତବାର୍ଷିକୀ ମହୋତ୍ସବରେ ସାମିଲ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହି ପବିତ୍ର ଅବସରରେ ସମସ୍ତ ସନ୍ଥଙ୍କୁ ପ୍ରଣାମ ଜଣାଇବା ସହ ଭଗବାନ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ଦ୍ୱିଶତବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

26 ନଭେମ୍ବରରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 25th, 04:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର 76ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି।

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ଗସ୍ତ

November 18th, 11:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।

ଦିଲ୍ଲୀ ଚିତ୍ତରଞ୍ଜନ ପାର୍କ ଦୁର୍ଗାପୂଜା ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

September 30th, 09:24 pm

ମହାଅଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ, ଚିତ୍ତରଞ୍ଜନ ପାର୍କ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇଥିଲେ ।

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 07th, 03:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପରିଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 26th, 06:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ୨୪ ଜୁନ୍, ୨୦୨୫ରେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ

June 23rd, 05:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୪ ଜୁନ୍, ୨୦୨୫ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ଦୁଇ ମହାନ୍ ଆଧ୍ୟାତ୍ମିକ ଏବଂ ନୈତିକ ବ୍ୟକ୍ତି ଶ୍ରୀ ନାରାୟଣ ଗୁରୁ ଏବଂ ଶ୍ରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନ ସମାବେଶକୁ ସମ୍ବୋଧିତ କରିବେ ।

ମରିସସ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

March 10th, 06:18 pm

ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ନିମନ୍ତ୍ରଣ କ୍ରମେ, ମୁଁ ମରିସସର ୫୭ତମ ଜାତୀୟ ଦିବସ ସମାରୋହରେ ଭାଗ ନେବା ପାଇଁ ମରିସସକୁ ଦୁଇ ଦିନିଆ ସରକାରୀ ଗସ୍ତରେ ବାହାରିଛି।

ଜାତୀୟ ମତଦାତା ଦିବସ ହେଉଛି ଆମ ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳନ ଏବଂ ପ୍ରତ୍ୟେକ ନାଗରିକଙ୍କର ଭୋଟ୍ ଦେବାର ଅଧିକାରକୁ ସଶକ୍ତ କରିବା : ପ୍ରଧାନମନ୍ତ୍ରୀ

January 25th, 08:45 am

ଜାତୀୟ ମତଦାତା ଦିବସ ହେଉଛି ଆମର ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳନ ଏବଂ ପ୍ରତ୍ୟେକ ନାଗରିକମାନଙ୍କର ଭୋଟ୍ ଦେବାର ଅଧିକାରକୁ ସଶକ୍ତ କରିବା ବିଷୟରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ।