ଭାରତ - ନ୍ୟୁଜିଲାଣ୍ଡ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 11th, 08:20 am
ଅକଲ୍ୟାଣ୍ଡରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ମୁଁ ବହୁତ ଆନନ୍ଦିତ। ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କ ସକାରାତ୍ମକ ଚିନ୍ତାଧାରା ଏବଂ ଭାରତ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ପାଇଁ ମୁଁ ତାଙ୍କ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରୁଛି।Prime Minister addresses business leaders in New Zealand
July 11th, 08:16 am
PM Modi interacted with leading CEOs and business leaders from India and New Zealand, highlighting the vast opportunities for trade, investment and innovation. He invited New Zealand businesses to partner India's growth story and help achieve the shared goal of doubling bilateral trade to NZD 7 billion by 2030.ପିପିପି ମୋଡ୍ରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ
May 13th, 03:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଏମଆଇଏଲ୍ (ଏମଆଇଏଚଏଏନ୍ ଇଣ୍ଡିଆ ଲିମିଟେଡ)କୁ ଲିଜ୍ ଦିଆଯାଇଥିବା ଜମିର ଲିଜ୍ ଅବଧି ୦୬.୦୮.୨୦୩୯ ପରେ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ଏମଆଇଏଲ୍ ନାଗପୁର ବିମାନବନ୍ଦରକୁ ବାଣିଜ୍ୟିକ ପରିଚାଳନା ତାରିଖ (ସିଓଡି) ଠାରୁ ୩୦ ବର୍ଷ ପାଇଁ ରିହାତିଦାତା, ଅର୍ଥାତ୍ ଜିଏମଆର୍ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ଜିଏନଆଇଏଏଲ୍)କୁ ଲାଇସେନ୍ସ ଦେଇପାରିବ।ଟିଏମସି ସରକାର ଗୁଣ୍ଡାମାନଙ୍କ ଦ୍ୱାରା କିମ୍ବା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ଚାଲୁଛି : ପଶ୍ଚିମବଙ୍ଗର ଆରମବାଗରେ ପ୍ରଧାନମନ୍ତ୍ରୀ ମୋଦୀ
April 26th, 01:50 pm
ପଶ୍ଚିମବଙ୍ଗର ଆରମବାଗରେ ଏକ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ 15 ବର୍ଷର ଭୟଭୀତ କରିବା ପରେ, ବଙ୍ଗଳାର ଲୋକମାନେ ଏବେ ଅନ୍ୟାୟକୁ ପରାସ୍ତ କରିବାକୁ ସଂକଳ୍ପବଦ୍ଧ। ସେ ଉଲ୍ଲେଖ କରିଥିଲେ ଯେ ଟିଏମସି ସରକାର କେବଳ କୋର୍ଟଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟ କରେ। ସେ ଲୋକମାନଙ୍କୁ ବିଜେପି ପାଇଁ ନିର୍ଣ୍ଣାୟକ ଭାବରେ ଭୋଟ ଦେବାକୁ ଆହ୍ୱାନ କରି ଶେଷରେ କହିଥିଲେ ଯେ କେବଳ ଭୟ, ଦୁର୍ନୀତି ଏବଂ ସିଣ୍ଡିକେଟ ନିୟନ୍ତ୍ରଣ ମୁକ୍ତ ସରକାର ହିଁ ବଙ୍ଗଳାର ପ୍ରକୃତ ସମ୍ଭାବନାକୁ ଖୋଲିପାରିବ।ଏହି 15 ବର୍ଷର ସିଣ୍ଡିକେଟ ଟିଏମସି ରାଜର ଅବଧି 4 ମେ: ପଶ୍ଚିମବଙ୍ଗର ବନଗାଓଁରେ ପ୍ରଧାନମନ୍ତ୍ରୀ ମୋଦୀ
April 26th, 01:30 pm
ପଶ୍ଚିମବଙ୍ଗର ବନଗାଓଁରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟିଏମସିର ଦୁର୍ନୀତି, ସିଣ୍ଡିକେଟ ରାଜ ଏବଂ ଭୟ ରାଜନୀତି ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଥିଲେ। ଟିଏମସି ଶାସନରେ ନାରୀଶକ୍ତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି କହି, ସେ ମହିଳାମାନଙ୍କୁ ପରିବର୍ତ୍ତନର ନେତୃତ୍ୱ ନେବାକୁ ଆହ୍ୱାନ କରିଥିଲେ। ସେ ପଶ୍ଚିମବଙ୍ଗରେ ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ପାଇଁ ବିଜେପିର ରୋଡମ୍ୟାପ୍ ମଧ୍ୟ ରୂପରେଖା କରିଥିଲେ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଐତିହ୍ୟକୁ ମନେ ପକାଇଥିଲେ।ପଶ୍ଚିମବଙ୍ଗର ବନଗାଓଁ ଏବଂ ଆରାମବାଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବଶାଳୀ ରାଲି
April 26th, 01:24 pm
ପ୍ରଧାନମନ୍ତ୍ରୀ ମୋଦୀ ବନଗାଓଁ ଏବଂ ଆରାମବାଗରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ, ଟିଏମସିର ଦୁର୍ନୀତି, ସିଣ୍ଡିକେଟ ରାଜ ଏବଂ ଭୟ ରାଜନୀତି ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଥିଲେ, ପଶ୍ଚିମବଙ୍ଗରେ ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ପାଇଁ ବିଜେପିର ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ।ପଶ୍ଚିମବଙ୍ଗର କୋଲକାତାରେ ବିଭିନ୍ନ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 14th, 02:15 pm
ରାଜ୍ୟପାଳ ଶ୍ରୀମାନ ଆର ଏନ୍ ରବି ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶାନ୍ତନୁ ଠାକୁର ଜୀ, ସୁକାନ୍ତ ମଜୁମଦାର ଜୀ, ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସଂସଦରେ ମୋର ସାଥୀ ଶାମିକ ଭଟ୍ଟାଚାର୍ଯ୍ୟ ଜୀ, ଅନ୍ୟ ଜନ ପ୍ରତିନିଧିଗଣ , ମହିଳା ଏବଂ ଭଦ୍ରଲୋକମାନେ ।କୋଲକାତାରେ ୧୮,୭୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 14th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”ହାଇଦ୍ରାବାଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 06:00 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 05:45 pm
ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।Today, India is placing strong emphasis on multi-modal connectivity and green mobility: PM Modi in Singur, West Bengal
January 18th, 03:30 pm
During the launch of multiple development projects at Singur, West Bengal, PM Modi said the past 24 hours have been unprecedented for the state’s rail connectivity. Launching projects linked to ports and river waterways, he said West Bengal has the potential to emerge as a major hub for manufacturing, trade and logistics, with ports, waterways, highways and airports being interconnected for seamless transport.PM Modi launches various development projects worth around ₹830 crore in Singur, West Bengal
January 18th, 03:00 pm
During the launch of multiple development projects at Singur, West Bengal, PM Modi said the past 24 hours have been unprecedented for the state’s rail connectivity. Launching projects linked to ports and river waterways, he said West Bengal has the potential to emerge as a major hub for manufacturing, trade and logistics, with ports, waterways, highways and airports being interconnected for seamless transport.ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 29th, 04:09 pm
ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
October 29th, 04:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ
August 29th, 07:11 pm
ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।ପାଞ୍ଚଟି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ଶିକ୍ଷା ଏବଂ ଭିତ୍ତିଭୂମି କ୍ଷମତା ସମ୍ପ୍ରସାରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
May 07th, 12:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଆନ୍ଧ୍ର ପ୍ରଦେଶ (ଆଇଆଇଟି ତିରୁପତି), କେରଳ (ଆଇଆଇଟି ପଲକ୍କଡ), ଛତିଶଗଡ଼ (ଆଇଆଇଟି ଭିଲାଇ), ଜାମ୍ମୁ-କାଶ୍ମୀର (ଆଇଆଇଟି ଜାମ୍ମୁ) ଏବଂ କର୍ଣ୍ଣାଟକ (ଏଚଟି ଧରୱାଡ) ଆଦି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ନୂତନ ଆଇଆଇଟିର ଶିକ୍ଷା ଏବଂ ଭିତ୍ତିଭୂମି କ୍ଷମତା (ପର୍ଯ୍ୟାୟ-'ବି' ନିର୍ମାଣ) ର ସମ୍ପ୍ରସାରଣକୁ ମଞ୍ଜୁରି ଦେଇଛନ୍ତି।Today, India's youth are demonstrating our immense potential to the world, through their dedication and innovation: PM Modi in Rozgar Mela
April 26th, 11:23 am
PM Modi addressed the Rozgar Mela and distributed more than 51,000 appointment letters to youth. He highlighted that the government is ensuring employment and self-employment opportunities for the country's youth. The PM spoke about the immense opportunity WAVES 2025 summit offers for the youth. He recalled the mantra of ‘Nagrik Devo Bhava,’ and encouraged youth to serve every citizen of India.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି । ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସେ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ।ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 11:08 am
ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ନମସ୍କାର କରୁଛି, ଆଜିର ଦିନରେ ମାତାଙ୍କ ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ
January 15th, 10:30 am
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।