ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 09:24 pm
ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।କ୍ୟାଥୋଲିକ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।