ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 23rd, 04:05 pm
ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 23rd, 04:02 pm
ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷୀୟ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର
October 01st, 03:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ ଦେଇଛି । ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଏହି ମିଶନକୁ ୨୦୨୫-୨୬ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଛଅ ବର୍ଷ ଅବଧିରେ ୧୧,୪୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ।ଫିଜିର ପ୍ରଧାନମନ୍ତ୍ରୀ ସିଟିବେନି ରାବୁକାଙ୍କ ଭାରତ ଗସ୍ତର ପ୍ରଭାବ
August 25th, 01:58 pm
ଫିଜିରେ ଏକ ସୁପର-ସ୍ପେଶାଲିଟି ହସ୍ପିଟାଲର ଡିଜାଇନ୍, ନିର୍ମାଣ, କମିଶନିଂ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ଏବଂ ଫିଜି ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ।ଭାରତ-ଫିଜି ମିଳିତ ବିବୃତ୍ତି: ଭେଲୋମଣି ବନ୍ଧୁତ୍ୱ ଭାବନାରେ ସହଭାଗୀତା
August 25th, 01:52 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଫିଜି ଗଣରାଜ୍ୟର ମହାମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ସିଟିବେନୀ ରାବୁକା ୨୪ ରୁ ୨୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାବୁକା, ଯିଏ ବର୍ତ୍ତମାନ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି, ତାଙ୍କ ସହିତ ତାଙ୍କ ପତ୍ନୀ; ମହାମାନ୍ୟ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସେବା ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ଲାଲାବାଲାଭୁ; ଏବଂ ଫିଜି ଗଣରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଉପସ୍ଥିତ ଅଛନ୍ତି ।ନାମିବିଆର ଜାତୀୟ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 09th, 08:14 pm
ଦୟାକରି ମୋତେ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁମତି ଦିଅନ୍ତୁ । ଲୋକମାନେ ଆପଣଙ୍କୁ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଜନାଦେଶ ଦେଇଛନ୍ତି। ଆପଣ ସମସ୍ତେ ଜାଣନ୍ତି, ରାଜନୀତିରେ,ଏହା ଉଭୟ ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ। ମୁଁ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆପଣଙ୍କ ସଫଳତା କାମନା କରୁଛି।Prime Minister addresses the Namibian Parliament
July 09th, 08:00 pm
PM Modi addressed the Parliament of Namibia and expressed gratitude to the people of Namibia for conferring upon him their highest national honour. Recalling the historic ties and shared struggle for freedom between the two nations, he paid tribute to Dr. Sam Nujoma, the founding father of Namibia. He also called for enhanced people-to-people exchanges between the two countries.ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବୋଲିଭିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 07th, 09:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବହୁଜାତୀୟ ରାଷ୍ଟ୍ର ବୋଲିଭିଆର ରାଷ୍ଟ୍ରପତି ଲୁଇସ ଆର୍ସେ କାଟାକୋରାଙ୍କୁ ଭେଟିଛନ୍ତି ।Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance
July 07th, 06:00 am
The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 07th, 05:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ୍ର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ ବର୍ମୁଡେଜଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଜୋହାର୍ନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ଡିଆଜ-କାନଲେଙ୍କୁ ଭେଟିଥିଲେ, ଯେଉଁଠାରେ କ୍ୟୁବା ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ ।ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା
July 04th, 11:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋର୍ଟ ଅଫ୍ ସ୍ପେନର ରେଡ ହାଉସରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାରଙ୍କୁ ସାକ୍ଷାତ କରିଛନ୍ତି । ସାମ୍ପ୍ରତିକ ନିର୍ବାଚନରେ ବିଜୟ ପରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମଧ୍ୟ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।India and Trinidad & Tobago share a relationship rooted in centuries-old bonds: PM Modi in Parliament of Trinidad & Tobago
July 04th, 09:30 pm
At the invitation of the President of the Senate, H.E. Wade Mark and the Speaker of the House, H.E. Jagdeo Singh, Prime Minister Shri Narendra Modi today addressed the Joint Assembly of the Parliament of Trinidad & Tobago [T&T]. He is the first Prime Minister from India to address the T&T Parliament and the occasion marked a milestone in India-Trinidad & Tobago bilateral relations.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ
July 04th, 09:00 pm
ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।PM Modi conferred with highest national award, the ‘Order of the Republic of Trinidad & Tobago
July 04th, 08:20 pm
PM Modi was conferred Trinidad & Tobago’s highest national honour — The Order of the Republic of Trinidad & Tobago — at a special ceremony in Port of Spain. He dedicated the award to the 1.4 billion Indians and the historic bonds of friendship between the two nations, rooted in shared heritage. PM Modi also reaffirmed his commitment to strengthening bilateral ties.ଘାନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 03rd, 01:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ଜନ୍ ଡ୍ରାମାନି ମହାମାଙ୍କୁ ଭେଟିଛନ୍ତି । ଜୁବୁଲି ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ମହାମା ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ଘାନାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ତିନି ଦଶନ୍ଧି ମଧ୍ୟରେ ଏପରି ପ୍ରଥମ ଗସ୍ତ ।ଚେନାବ ରେଳ ସେତୁ ଉପରେ ଗର୍ବରେ ଉଡୁଛି ତ୍ରିରଙ୍ଗା : ପ୍ରଧାନମନ୍ତ୍ରୀ
June 06th, 02:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନାବ ରେଳ ସେତୁ ଉପରେ ତ୍ରିରଙ୍ଗା ଉତ୍ତୋଳନ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଗର୍ବର ମୁହୂର୍ତ୍ତ ବୋଲି କହିବା ସହ ସବୁଠାରୁ ଆହ୍ୱାନପୂର୍ଣ୍ଣ ଭୂଖଣ୍ଡରେ ଅତ୍ୟାଧୁନିକ ଭିତ୍ତଭୂମି ନିର୍ମାଣରେ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି ।ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 03rd, 01:00 pm
ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର ଭାରତରେ ହୃଦୟସ୍ପର୍ଶୀ ସ୍ୱାଗତ କରୁଛି। ଏହା ଏକ ଐତିହାସିକ ମୁହୂର୍ତ୍ତ। ୩୮ ବର୍ଷ ପରେ , ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ଏହ ଗସ୍ତ କାରଣରୁ କେବଳ ଭାରତ - ଅଙ୍ଗୋଲା ସମ୍ପର୍କକୁ ନୂତନ ଦିଗ ମିଳୁନାହିଁ , ବରଂ ଭାରତ ଏବଂ ଆଫ୍ରିକା ସହଭାଗୀତାକୁ ବହୁତ ଶକ୍ତି ମିଳୁଛି।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
April 24th, 02:00 pm
ଆଜି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ, ଆମେ ଭାରତର ଉଦୀୟମାନ କ୍ଷେତ୍ର ଇସ୍ପାତ କ୍ଷେତ୍ରର ସାମର୍ଥ୍ୟ ଏବଂ ଦକ୍ଷତା ବିଷୟରେ ବ୍ୟାପକ ଆଲୋଚନା କରିବୁ। ଏହା ଏପରି ଏକ କ୍ଷେତ୍ର, ଯାହା ଭାରତର ପ୍ରଗତିର ମେରୁଦଣ୍ଡ, 'ଯାହା ବିକଶିତ ଭାରତ’ ପାଇଁ ଏକ ସୁଦୃଢ଼ ମୂଳଦୁଆ, ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଇଣ୍ଡିଆ ଷ୍ଟିଲ୍ 2025 କୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଅଛି ଯେ ଏହି କାର୍ଯ୍ୟକ୍ରମରେ ନୂତନ ଚିନ୍ତାଧାରା ବାଣ୍ଟିବା, ନୂତନ ଭାଗିଦାରୀ ସୃଷ୍ଟି କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରିବ। ଏହା ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ପକାଇବ।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 24th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର - ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।