ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 20th, 09:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ଆବାସରେ ଭାରତ ସରକାରଙ୍କ ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ଭିତ୍ତିଭୂମି ଓ ଯୋଗାଯୋଗ, ସୁରକ୍ଷା ଓ ବୈଦେଶିକ ବ୍ୟାପାର ଏବଂ ଶାସନ ସହ ଜଡିତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି ।

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

July 28th, 08:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ଆବାସରେ ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ବିତ୍ତ ଓ ଅର୍ଥବ୍ୟବସ୍ଥା, ବାଣିଜ୍ୟ ଓ ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହିତ ଜଡିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ସମୀକ୍ଷା କରିଥିଲେ। ବୈଠକରେ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସଚିବମାନଙ୍କ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା

July 22nd, 07:37 pm

ପ୍ରଧାନମନ୍ତ୍ରୀ ଆଜି ତାଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ଦିଗରେ ଗ୍ରାମୀଣ ବିକାଶ, କୃଷି, ସାମାଜିକ କଲ୍ୟାଣ ଏବଂ ସମ୍ପର୍କିତ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା।

ଫେବୃଆରୀ ୧୩ରେ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12th, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଫେବୃଆରୀ, ୨୦୨୬ ଅପରାହ୍ନ ପ୍ରାୟ ୧:୩୦ ସମୟରେ ‘ସେବା ତୀର୍ଥ’ ଭବନ ପରିସରର ନାମ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ। ଏହା ସହ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ‘ସେବା ତୀର୍ଥ’ଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।

ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’

January 02nd, 07:30 pm

କେନ୍ଦ୍ର କ୍ୟାବିନେଟ୍‌ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ବ୍ୟବସ୍ଥା (ପ୍ରୋ ଆକ୍ଟିଭ୍‌ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍ଲି ଇମ୍ପ୍ଲିମେଣ୍ଟେସନ୍‌ ବା ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା)ର ଫଳାଫଳ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭାରତ ସରକାରଙ୍କ ସଚିବମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ

May 08th, 02:17 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟର ସମୀକ୍ଷା କରାଯାଇଛି ।

୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

September 13th, 03:30 pm

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନାର ଏକ ଅଂଶବିଶେଷ ଭାବରେ, ଇ-କୋର୍ଟ ପ୍ରକଳ୍ପ ୨୦୦୭ ମସିହାରୁ କାର୍ଯ୍ୟକାରୀ ହେଉଛି, ଯାହାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ରେ ଶେଷ ହୋଇଛି। ଭାରତରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ‘‘ପ୍ରାପ୍ତି ଏବଂ ଅନ୍ତର୍ଭୁକ୍ତୀକରଣ’’ର ଦର୍ଶନ ଉପରେ ଆଧାରିତ।

ଗହମ ଯୋଗାଣ, ଷ୍ଟକ ଓ ରପ୍ତାନୀ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମୀକ୍ଷା

May 05th, 09:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗହମ ଯୋଗାଣ, ଷ୍ଟକ ଓ ରପ୍ତାନୀର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା ହୋଇଥିଲା ।

ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

December 02nd, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।

ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ୱିତ କରିବାର ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

July 09th, 01:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଉପଲବ୍ଧତାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।

ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

June 04th, 08:41 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଅଧିକାରୀମାନେ ଟିକାକରଣ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ।

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତି

June 01st, 07:25 pm

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ହୋଇଥିବା ବ୍ୟାପକ ବିଚାରବିମର୍ଶ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ଠାରୁ ମିଳିଥିବା ମତାମତ ସମ୍ପର୍କରେ ଅବଗତ କରାଇଥିଲେ।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତାଉତେ” ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠ

May 15th, 06:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତାଉତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦେଶରେ କୋଭିଡ-19 ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠ

April 27th, 08:25 pm

ଦେଶରେ କୋଭିଡ-19 ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଔଷଧ ଉଦ୍ୟୋଗ ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

April 19th, 08:12 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗର ନେତୃବର୍ଗଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇରେ ଔଷଧ ଉଦ୍ୟୋଗ ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

କୋଭିଡ଼-୧୯ ସମ୍ପର୍କିତ ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷ

April 17th, 09:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ଼ ୧୯ ମହାମାରୀର ମୁକାବିଲା ସକାଶେ ପ୍ରସ୍ତୁତିର ସଦ୍ୟତମ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଔଷଧ, ଅକ୍ସିଜେନ୍‍, ଭେଣ୍ଟିଲେଟର ଏବଂ ଟିକାକରଣ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ।

PM chaired review meeting on Covid-19 pandemic preparations

July 11th, 02:06 pm

PM Modi reviewed the Covid-19 situation in the country. The PM directed that we must reiterate the need to observe personal hygiene and social discipline in public places.

Prime Minister reviews India’s fight against Covid-19

June 13th, 06:26 pm

PM Modi held a meeting with senior ministers and officials to review India’s response to Covid-19 pandemic. The national level status and preparation in the context of the pandemic were discussed. The meeting also took stock of situation in different states and union territories including Delhi.

PM at the helm of India’s Fight against COVID-19

March 29th, 10:00 am

Prime Minister Shri Narendra Modi is continuing his interactions with various stakeholders in India’s fight against COVID-19.

PM interacts with medical fraternity - doctors, nurses and lab technicians

March 24th, 10:00 pm

Prime Minister Shri Narendra Modi today interacted with the medical fraternity including doctors, nurses and lab technicians from all over the country via video conference.