DMK’s policy is by the family, of the family and for the family: PM Modi in Coimbatore, Tamil Nadu
April 18th, 06:20 pm
Election, Coimbatore, Tamil Nadu, BJP, Lord Murugan, Puthandu, Nari Shakti Vandan Adhiniyam, Nari Shakti, Women Empowerment, Women's Reservation Bill, Parliament, Corruption, Highway, Roadways, Next Generation Infrastructure, Railway, Inclusive Growth, C. P. Radhakrishnan, Surya Ghar Muft Bijli Yojana, Rooftop Solar, Electricity for all, Investment, Jobs, Jal Jeevan Mission, MUDRA, Pradhan Mantri Ujjwala Yojana, Business, Income Tax, GST Bachat Utsav, Education, Healthcare, Ayushman Bharat Yojana, Jan Aushadhhi Kendra, Yuva Shakti, First Time Voters, Census, MSME, Economy, Natural Farming, Farmer Welfare, Innovation, Employment, Viksit Bharat Viksit Tamil Nadu,PM Modi’s fiery speech electrifies Coimbatore
April 18th, 06:00 pm
Prime Minister Narendra Modi today delivered a high-energy and politically charged address in Coimbatore, Tamil Nadu, drawing an enthusiastic response from the public. Addressing a large gathering, Prime Minister Modi said the people of Tamil Nadu are sending a clear message ahead of the upcoming polls: “NDA is in, DMK is out.”ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
April 14th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ଏବଂ ପୁଥାଣ୍ଡୁର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।Tiruchirappalli turns out in huge numbers for PM Modi’s public meeting
March 11th, 06:00 pm
At a massive public meeting in Tamil Nadu’s Tiruchirappalli, Prime Minister Narendra Modi hailed Tiruchirappalli as a land of courage and faith, recalling the bravery of the Marudu Brothers and paying tribute to Major M. Saravanan for his sacrifice during the Kargil War. “Trichy is a land of courage and faith,” he said, adding that the Centre proudly honours Tamil Nadu’s culture and heritage. He also highlighted that C. P. Radhakrishnan, a son of the state, serves as the Vice President of India.ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
February 16th, 09:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ।ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର ଦ୍ୱିତୀୟଙ୍କ ସମ୍ମାନାର୍ଥେ ସ୍ମାରକ ଡାକଟିକଟ ଉନ୍ମୋଚନକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
December 14th, 10:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଉପରାଷ୍ଟ୍ରପତି ଥିରୁ ସି.ପି. ରାଧାକ୍ରିଷ୍ଣନଙ୍କ ଦ୍ୱାରା ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର-୨ୟ (ସୁବର୍ଣ୍ଣ ମାରାନ)ଙ୍କ ସମ୍ମାନରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି।ରାଜ୍ୟସଭା ଅଧ୍ୟକ୍ଷ ଥିରୁ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 11:15 am
ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି, ଏବଂ ଆଜି ଆମ ସମସ୍ତ ତଥା ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣଙ୍କୁ ସ୍ୱାଗତ କରିବା ଏବଂ ଆପଣଙ୍କ ମାର୍ଗଦର୍ଶନରେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଗୃହ ମାଧ୍ୟମରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆପଣଙ୍କ ଅମୂଲ୍ୟ ମାର୍ଗଦର୍ଶନ ଗ୍ରହଣ କରିବା। ଏହା ଆମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ। ଗୃହ ପକ୍ଷରୁ, ମୋ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ଆଶ୍ୱସ୍ତି ଦେଉଛି ଯେ, ଏହି ଗୃହରେ ବସିଥିବା ସମସ୍ତ ମାନନୀୟ ସଦସ୍ୟ, ଉଚ୍ଚ ଗୃହର ମର୍ଯ୍ୟାଦା ବଜାୟ ରଖି, ସର୍ବଦା ଆପଣଙ୍କ ମର୍ଯ୍ୟାଦା ପ୍ରତି ସଚେତନ ରହିବେ ଏବଂ ସୌଜନ୍ୟ ବଜାୟ ରଖିବେ। ମୁଁ ଆପଣଙ୍କୁ ଏହା ଆଶ୍ୱସ୍ତି ଦେଉଛି।ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
December 01st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 10:15 am
ଏହି ଶୀତ କାଳୀନ ଅଧିବେଶନ, ଏହା କେବଳ ଏକ ରୀତିନୀତି ନୁହେଁ। ମୋର ବିଶ୍ୱାସ ଯେ, ଏହି ଶୀତକାଳୀନ ଅଧିବେଶନ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚାଲିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଭାରତ ଗଣତନ୍ତ୍ରରେ ବଞ୍ଚିଛି, ସମୟ ସମୟରେ ଗଣତନ୍ତ୍ରର ଉତ୍ସାହ ଏବଂ ଉଦ୍ଦୀପନାକୁ ଏପରି ଭାବରେ ପ୍ରକାଶ କରିଛି ଯେ ଗଣତନ୍ତ୍ରରେ ବିଶ୍ୱାସ ଦୃଢ ହେବାରେ ଲାଗିଛି। ନିକଟରେ ବିହାରରେ ହୋଇଥିବା ନିର୍ବାଚନରେ ମତଦାନର ରେକର୍ଡ, ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। ମାଆ ଏବଂ ଭଉଣୀମାନଙ୍କର ବର୍ଦ୍ଧିତ ଯୋଗଦାନ ଏକ ନୂତନ ଆଶା ସୃଷ୍ଟି କରୁଛି, ନିଜ ଉପରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ଗୋଟିଏ ପଟେ, ଗଣତନ୍ତ୍ରର ଶକ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଅର୍ଥବ୍ୟବସ୍ଥାର ଶକ୍ତି ଉପରେ ମଧ୍ୟ ବିଶ୍ୱର ତୀକ୍ଷଣ ନଜର ରହିଛି। ଭାରତ ପ୍ରମାଣ କରିଛି-ଗଣତନ୍ତ୍ର କାର୍ଯ୍ୟକ୍ଷମ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥବ୍ୟବସ୍ଥା ଆଜି ନୂଆ ଶିଖର ଛୁଇଁଛି। ଏହା ଆମକୁ କେବଳ ନୂତନ ଆତ୍ମବିଶ୍ୱାସ ଦିଏ ନାହିଁ, ବରଂ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେବାରେ ନୂତନ ଶକ୍ତି ମଧ୍ୟ ଦେଇଥାଏ।ଶୀତକାଳୀନ ଅଧିବେଶନ-୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
December 01st, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିରନ୍ତର ଭାବରେ ଏହାର ଗଣତାନ୍ତ୍ରିକ ପରମ୍ପରାର ଗତିଶୀଳତା ଏବଂ ଆତ୍ମାକୁ ପ୍ରଦର୍ଶନ କରିଚାଲିଛି। ସାମ୍ପ୍ରତିକ ବିହାର ନିର୍ବାଚନର ଉଦାହରଣ ଦେଇ, ସେ ସେଠାରେ ହୋଇଥିବା ରେକର୍ଡ ମତଦାନକୁ ପ୍ରଶଂସା କରିଥିଲେ । ସେ ଏହାକୁ ଦେଶର ଗଣତାନ୍ତ୍ରିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଥିଲେ। ସେ ମହିଳା ଭୋଟରଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ମଧ୍ୟ ଏକ ଉଲ୍ଲେଖନୀୟ ଏବଂ ଉତ୍ସାହଜନକ ଧାରା ବୋଲି କହିଥିଲେ ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ଆଶା ଏବଂ ନୂତନ ଆତ୍ମବିଶ୍ୱାସ ଆଣୁଛି । ସେ ଉଲ୍ଲେଖ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ମଜବୁତ ହେବା ସହିତ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ କିପରି ଦେଶର ଅର୍ଥନୈତିକ କ୍ଷମତାକୁ ମଧ୍ୟ ମଜବୁତ କରିଚାଲିଛି ତାହା ଉପରେ ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପ୍ରମାଣ କରିଛି ଯେ ଗଣତନ୍ତ୍ର ସଫଳ ପରିଣାମ ପ୍ରଦାନ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥନୈତିକ ଅବସ୍ଥା ନୂତନ ଉଚ୍ଚତାକୁ ଆରୋହଣ କରୁଛି ତାହା ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛି ଏବଂ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଏହା ଆମକୁ ନୂଆ ଶକ୍ତି ପ୍ରଦାନ କରୁଛି ।“ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ
November 19th, 07:01 pm
ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 19th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କୋଏମ୍ବାଟୁରର ପବିତ୍ର ଭୂମିରେ ମାରୁଧାମାଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କୋଏମ୍ବାଟୁରକୁ ସଂସ୍କୃତି, କରୁଣା ଏବଂ ସୃଜନଶୀଳତାର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦକ୍ଷିଣ ଭାରତର ଉଦ୍ୟୋଗୀ ଶକ୍ତିର ଏକ ଶକ୍ତି କେନ୍ଦ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ସେ ଆଲୋକପାତ କରିଛନ୍ତି ଯେ, ସହରର ବୟନ ଶିଳ୍ପ ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଏମ୍ବାଟୁର ଏବେ ଆହୁରି ସ୍ୱତନ୍ତ୍ରତା ହାସଲ କରିଛି, କାରଣ ଏହାର ପୂର୍ବତନ ସାଂସଦ ଶ୍ରୀ ସି.ପି. ରାଧାକୃଷ୍ଣନ ଏବେ ଉପରାଷ୍ଟ୍ରପତି ଭାବରେ ଦେଶକୁ ନେତୃତ୍ୱ ଦେଉଛନ୍ତି।ଦୀପାବଳି ଅବସରରେ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 20th, 07:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉପରାଷ୍ଟ୍ରପ୍ରତି ଥିରୁ ସିପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି ଏବଂ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।ସାର୍ବଜନୀନ ସେବାର ୨୪ ବର୍ଷ ପୂରଣରେ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା
October 09th, 01:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖ୍ୟ ଭାବରେ ନିରନ୍ତର ସେବାର ୨୪ ବର୍ଷ ପୂରଣ କରିବା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କଥା ଏବଂ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି ।ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 28th, 09:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।ଜନ୍ମଦିନ ଶୁଭେଚ୍ଛା ପାଇଁ ଉପରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 17th, 09:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୫ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଭାରତର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ଶୁଭେଚ୍ଛା ସମର୍ପିତ ଭାବନାରେ ଦେଶର ସେବା କରିବା ପାଇଁ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ।”ଦେଶର ଉପରାଷ୍ଟ୍ରପତି ରୂପେ ଥିରୁ ସିପି ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
September 12th, 12:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ରୂପେ ଥିରୁ ସିପି ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ ଜନସାଧାରଣଙ୍କ ସେବା ପ୍ରତି ସମର୍ପିତ ଏକ ସଫଳ ଉପରାଷ୍ଟ୍ରପତି କାର୍ଯ୍ୟକାଳ ପାଇଁ ଶ୍ରୀ ରାଧାକୃଷ୍ଣନଙ୍କୁ ଶୁଭକାମନା ଜଣାଇଛନ୍ତି।ନବନିର୍ବାଚିତ ଉପରାଷ୍ଟ୍ରପତି ଥିରୁ ସିପି ରାଧାକୃଷ୍ଣନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 09th, 11:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ନିର୍ବାଚିତ ଥିରୁ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ତାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।