ଗୁଜୁରାଟର ସାନନ୍ଦରେ ସିଜି ସେମି ଓଏସ୍ଏଟି ସୁବିଧାର ଉଦଘାଟନ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 05:15 pm
ଆଜିର ଏହି କାର୍ଯ୍ୟକ୍ରମ ଏହା ପ୍ରମାଣିତ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ ନେଇଥାଏ, ତାହା କାର୍ଯ୍ୟରେ କରି ଦେଖାଇଥାଏ। ପାଞ୍ଚ ବର୍ଷ ପୂର୍ବେ, ଭାରତ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଆମେ ଡିଜାଇନ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆର ମନ୍ତ୍ର ସହିତ ଆଗକୁ ବଢ଼ିଲୁ। ଏବଂ ଆଜି, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ଚିପ୍ ପ୍ୟାକେଜିଂର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି।ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
July 04th, 05:00 pm
୦୪/୦୭/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧା ଉଦ୍ଘାଟନ କରିଛନ୍ତି। ଏହି ଅବସରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଶୁଭାରମ୍ଭକୁ ଦେଶର ଲକ୍ଷ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାର ପ୍ରମାଣ ଭାବରେ ପ୍ରସ୍ତୁତ କରିଛନ୍ତି। ସେ ଜୋର ଦେଇଛନ୍ତି ଯେ ଦେଶ ନିରନ୍ତର ଭାବରେ ଏହାର ଦୃଢ଼ ସଂକଳ୍ପକୁ ଦୃଶ୍ୟମାନ ବାସ୍ତବତାରେ ପରିଣତ କରୁଛି। ଆଜିର କାର୍ଯ୍ୟକ୍ରମ ପ୍ରମାଣ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ କରେ, ତାହା ନିଶ୍ଚିତ ଭାବରେ ହାସଲ କରେ, ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି।‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।