ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି
June 16th, 02:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।ସାଇପ୍ରସ୍ରେ ହୋଇଥିବା ଭାରତ-ସାଇପ୍ରସ୍ ବାଣିଜ୍ୟ ଗୋଲଟେବୁଲ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 15th, 11:10 pm
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆଜି ସେ ମତେ ସ୍ୱାଗତ କରିବା ପାଇଁ ନିଜେ ବିମାନ ବନ୍ଦର ଆସିଥିଲେ। ଉଦ୍ୟୋଗପତିଙ୍କ ସହିତ ସେ ଏତେ ବଡ଼ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ସେ ମୋ ପାଇଁ ଓ ଆମର ପାଟନରସିପ୍ ପାଇଁ ଯେଉଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି