Today, India's youth are demonstrating our immense potential to the world, through their dedication and innovation: PM Modi in Rozgar Mela
April 26th, 11:23 am
PM Modi addressed the Rozgar Mela and distributed more than 51,000 appointment letters to youth. He highlighted that the government is ensuring employment and self-employment opportunities for the country's youth. The PM spoke about the immense opportunity WAVES 2025 summit offers for the youth. He recalled the mantra of ‘Nagrik Devo Bhava,’ and encouraged youth to serve every citizen of India.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି । ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସେ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
April 24th, 02:00 pm
ଆଜି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ, ଆମେ ଭାରତର ଉଦୀୟମାନ କ୍ଷେତ୍ର ଇସ୍ପାତ କ୍ଷେତ୍ରର ସାମର୍ଥ୍ୟ ଏବଂ ଦକ୍ଷତା ବିଷୟରେ ବ୍ୟାପକ ଆଲୋଚନା କରିବୁ। ଏହା ଏପରି ଏକ କ୍ଷେତ୍ର, ଯାହା ଭାରତର ପ୍ରଗତିର ମେରୁଦଣ୍ଡ, 'ଯାହା ବିକଶିତ ଭାରତ’ ପାଇଁ ଏକ ସୁଦୃଢ଼ ମୂଳଦୁଆ, ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଇଣ୍ଡିଆ ଷ୍ଟିଲ୍ 2025 କୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଅଛି ଯେ ଏହି କାର୍ଯ୍ୟକ୍ରମରେ ନୂତନ ଚିନ୍ତାଧାରା ବାଣ୍ଟିବା, ନୂତନ ଭାଗିଦାରୀ ସୃଷ୍ଟି କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରିବ। ଏହା ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ପକାଇବ।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 24th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର - ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
March 08th, 11:50 am
ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ନବସାରୀସାଂସଦ ତଥା କେନ୍ଦ୍ର ସରକାରଙ୍କ ମୋର ସହକର୍ମୀ, କେନ୍ଦ୍ରମନ୍ତ୍ରୀ ଭାଇ ସିଆର ପାଟିଲ, ମଞ୍ଚରେ ଉପସ୍ଥିତ ଥିବା ପଞ୍ଚାୟତର ସଦସ୍ୟ ଏବଂ ଲକ୍ଷପତି ଦିଦିମାନେ , ଅନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟକ ଉପସ୍ଥିତ ଥିବା ଲୋକଙ୍କୁ, ବିଶେଷକରି ମୋ ମାଆ, ଭଉଣୀ ଏବଂ ଝିଅମାନଙ୍କୁ ଅଭିନନ୍ଦନ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି
March 08th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା', ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା' ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି - ସଫଲ (ଗୁଜରାଟ ସ୍କିମ୍ ଫର୍ ଅନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି - ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧ରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ
February 28th, 07:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖ ଦ୍ୱିପ୍ରହର ପ୍ରାୟ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ । ଏହି ଅବସରରେ ସେ ସଭାକୁ ସମ୍ବୋଧିତ ମଧ୍ୟ କରିବେ ।ମଧ୍ୟପ୍ରଦେଶର ଭୋପାଳରେ ବିଶ୍ୱ ନିବେଶକ ସମ୍ମିଳନୀ 2025ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 24th, 10:35 am
ସର୍ବପ୍ରଥମେ, ଏଠାକୁ ଆସିବାକୁ ବିଳମ୍ବ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ବିଳମ୍ବ ହେଲା କାରଣ ଗତକାଲି ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ମୋ ମନରେ ଗୋଟିଏ କଥା ଆସିଲା ଯେ ଆଜି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଏବଂ ସେମାନଙ୍କର ଏକା ସମୟରେ ବାହାରିବା ବହୁତ ଭିଡ ହୋଇଯିବ ଏବଂ ସେହି କାରଣରୁ, ଏକ ସମ୍ଭାବନା ଥିଲା ଯେ ଯଦି ସୁରକ୍ଷା କାରଣରୁ ରାସ୍ତା ବନ୍ଦ ହୋଇଯାଏ, ତେବେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଯିବାରେ ଅସୁବିଧା ହେବ। ଏବଂ ମୁଁ ଭାବିଲି ଯେ ପିଲାମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ହିଁ ମୁଁ ରାଜଭବନରୁ ବାହାରିବି, ଯେଉଁଥିପାଇଁ ମୁଁ ମୋର ପ୍ରସ୍ଥାନରେ 15-20 ମିନିଟ୍ ବିଳମ୍ବ କଲି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ପୁଣି ଥରେ କ୍ଷମା ମାଗୁଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ
February 24th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 06th, 04:21 pm
ଭାରତର ଉପଲବ୍ଧି ସମ୍ପର୍କରେ ଭାରତଠାରୁ ବିଶ୍ୱର ଆଶା ଏବଂ ଏକ 'ବିକଶିତ ଭାରତ' ଗଠନ ସମ୍ବନ୍ଧରେ ଭାରତରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବିକଶିତ କରିବାର ସଂକଳ୍ପ ଉପରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ସେ ଦେଶର ଭବିଷ୍ୟତ ପାଇଁ ଏକ ଦିଗ ମଧ୍ୟ ଦେଖାଇଛନ୍ତି। ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ଥିଲା, ଏବଂ ଏହା ଭବିଷ୍ୟତ କାର୍ଯ୍ୟ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରିଥିଲା। ମୁଁ ଏଠାରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ଜଣାଇବାକୁ ଆସି ଏହି ସ୍ଥାନରେ ଉପସ୍ଥିତ ହୋଇଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 06th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି। ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 22nd, 10:30 am
ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର, ଏହି ପବିତ୍ର ଦିନରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି ଏବଂ ଏହି ଅବସରରେ ଏହି ପ୍ରଥମ ସୋମବାରରେ ମୁଁ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 22nd, 10:15 am
ଏହି ଅବସରରେ ଗଣମାଧ୍ୟମ ନିକଟରେ ନିଜର ମତ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୬୦ ବର୍ଷ ବ୍ୟବଧାନ ପରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଏକ ସରକାର କ୍ଷମତାକୁ ଆସିଛି । ତୃତୀୟ ପାଳିରେ ସଂସଦରେ ବଜେଟ ଉପସ୍ଥାପନ କରାଯିବାକୁ ଦେଶ ଏକ ଗୌରବମୟ ଘଟଣା ବୋଲି ବିବେଚନା କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଏହା ଏକ ମାଇଲ ଖୁଣ୍ଟ ବଜେଟ ଏବଂ ସରକାର ଯେଉଁସବୁ ଗ୍ୟାରେଣ୍ଟିମାନ ଦେଇଥିଲା ତାହାକୁ ବାସ୍ତବରେ ରୂପାନ୍ତରିତ କରିବା ନିମନ୍ତେ ସବୁମତେ କାର୍ଯ୍ୟ କରୁଛି । ‘ଏହି ବଜେଟ ବର୍ତ୍ତମାନ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଦିଶା ନିର୍ଦ୍ଦେଶ କରିବ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ’ ବୋଲି ସେ କହିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଗାମୀ ବର୍ଷ ଗୁଡ଼ିକରେ ଭାରତକୁ ଆହୁରି ବିକଶିତ କରିବାର ଲକ୍ଷ୍ୟ ଉପରେ ଆଲୋକପାତ କରୁଛି: ପ୍ରଧାନମନ୍ତ୍ରୀ
January 31st, 05:28 pm
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଜିର ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ସାମୂହିକ ଶକ୍ତି ଉପରେ ଆଲୋକପାତ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ।ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
January 31st, 10:45 am
ଏହି ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଶେଷରେ ଏହି ସଂସଦ ଏକ ଅତ୍ୟନ୍ତ ସମ୍ମାନଜନକ ନିଷ୍ପତ୍ତି ନେଇଥିଲା ଏବଂ ସେହି ନିଷ୍ପତ୍ତି ଥିଲା ନାରୀ ଶକ୍ତି ବନ୍ଦନ ଆଇନ । ଏହା ସହିତ ଜାନୁଆରୀ ୨୬ ତାରିଖରେ ମଧ୍ୟ ଆମ ଦେଶ ନାରୀ ଶକ୍ତି, ନାରୀ ଶକ୍ତିର ବୀରତ୍ୱ ଏବଂ କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ସଂକଳ୍ପକୁ ଅନୁଭବ କରିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଏବଂ ଆସନ୍ତାକାଲି ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ଏକ ପ୍ରକାରରେ ନାରୀ ଶକ୍ତିର ସାକ୍ଷାତକାରର ପର୍ବ ।ସଂସଦ ଅଧିବେଶନ ଆଗରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କସମ୍ବୋଧନ
January 31st, 10:30 am
ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ପ୍ରଥମ ଅଧିବେଶନର ସ୍ମତିଚାରଣ କରିବା ସହ ଏଥିରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସଶକ୍ତିକରଣ ଓ ସାମ୍ବିଧାନିକ ବ୍ୟବସ୍ଥା ଆଇନରେ ପାରିତ ହେବା ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ଦେଶ ନାରୀଶକ୍ତିର ଶୌର୍ଯ୍ୟ, ସଂକଳ୍ପ ଓ ଶକ୍ତିକୁ ସ୍ୱୀକୃତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଓ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଆନ୍ତରୀଣ ବଜେଟ ଉପସ୍ଥାପନର ଗୁରୁତ୍ୱ ବୁଝି ଏହାକୁ ମହିଳା ସଶକ୍ତିକରଣର ଉତ୍ସବ ପାଳନ ବୋଲି ବର୍ଣ୍ଣନା କରିଥିଲେ ।