India and Indonesia are connected not only by our history but also by a shared future: PM Modi at community programme in Jakarta
July 07th, 11:47 pm
Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 07th, 05:30 pm
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଏପରି ଭବ୍ୟ ସ୍ୱାଗତ ପାଇଁ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତି ପ୍ରବୋୱୋଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ମହାନ ନେତା ଏବଂ ଭାରତର ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସେ ଇଣ୍ଡୋନେସିଆର ପ୍ରଗତି ଏବଂ ସମୃଦ୍ଧିରେ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ପ୍ରଶଂସା କରିଥିଲେ । ସେ ପାରସ୍ପରିକ ବିଶ୍ୱାସ, ସମାନ ଐତିହ୍ୟ ଏବଂ ସାମୁଦ୍ରିକ ସଂଯୋଗ ଉପରେ ଆଧାରିତ ଇଣ୍ଡୋନେସିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରାଚୀନ ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି, ସେ କହିଥିଲେ ଯେ, ବାଲିଯାତ୍ରା, ଭେସାକ ତୀର୍ଥଯାତ୍ରା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆଧୁନିକ ସମୟ ଭଳି ପରମ୍ପରା ବିବିଧ ଏବଂ ସ୍ପନ୍ଦନଶୀଳ ଲୋକସମ୍ପର୍କକୁ ପୋଷଣ କରିଆସୁଛି ।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।ବିଶିଷ୍ଟ ବୌଦ୍ଧ ବିଦ୍ୱାନ ରବର୍ଟ ଏ. ଏଫ୍. ଥର୍ମନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 18th, 05:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରବର୍ଟ ଏ. ଏଫ୍. ଥୁର୍ମନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ସଂସ୍କୃତ 'ସୁଭାଷିତମ୍’ କୁ ସେୟାର କରି ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ
March 31st, 10:41 am
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସତ୍ୟ, ସୌହାର୍ଦ୍ଦ୍ୟ, ଉତ୍ତମ ଆଚରଣ ଏବଂ ସମାନତା ଉପରେ ଆଧାରିତ ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଛି। ତାଙ୍କର ମହାନ ଚିନ୍ତାଧାରା ସବୁଦିନ ପାଇଁ ମାନବତାର ପଥପ୍ରଦର୍ଶକ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।ରାଇ ପିଥୋରା ସାଂସ୍କୃତିକ ପରିସରରେ ପିପରାହୱା ଅବଶେଷ ଦେଖିବା ପାଇଁ ନାଗରିକମାନଙ୍କୁ ପ୍ରଧାମନ୍ତ୍ରୀଙ୍କ ଆହ୍ୱାନ
January 02nd, 06:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୧୧ଟାରେ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ 'ଦ ଲାଇଟ ଆଣ୍ଡ ଦ ଲୋଟସ: ରେଲିକ୍ସ ଅଫ ଦ ଆୱାକେଣ୍ଡ ୱାନ ଶୀର୍ଷକ ପବିତ୍ର ପିପରାହୱା ଅବଶେଷର ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ।ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ
November 30th, 11:30 am
ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 12:00 pm
କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି । କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି । ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି ।ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
November 11th, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ।ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।ପ୍ରାଦେଶିକ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
August 30th, 08:00 am
ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 05th, 11:30 am
ଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହି ପୁରସ୍କାର କେବଳ ମୋତେ ସମ୍ମାନିତ କରି ନାହିଁ, ବରଂ ୧୪୦ କୋଟି ଭାରତୀୟଙ୍କୁ ସମ୍ମାନିତ କରିଛି। ଏହା ଏକ ଶ୍ରଦ୍ଧାଞ୍ଜଳି । ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରିଛି।Prime Minister’s visit to Wat Pho
April 04th, 03:36 pm
PM Modi with Thai PM Paetongtarn Shinawatra, visited Wat Pho, paying homage to the Reclining Buddha. He offered ‘Sanghadana’ to senior monks and presented a replica of the Ashokan Lion Capital. He emphasized the deep-rooted civilizational ties between India and Thailand, strengthening cultural bonds.ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି
April 03rd, 03:01 pm
ମାର୍ଚ୍ଚ ୨୮ରେ ଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଁ ଭାରତବାସୀଙ୍କ ତରଫରୁ ଗଭୀର ସମବେଦନା ଜଣାଉଛି । ଆମେ ସମସ୍ତେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।୨୦ ଅକ୍ଟୋବରରେ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
October 19th, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ରେ ବାରଣାସୀ ଗସ୍ତ କରିବେ । ଦିନ ୨ ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବେ । ଏହା ପରେ, ପ୍ରାୟ ୪:୧୫ ସମୟରେ, ସେ ବାରଣାସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।ପୋଲାଣ୍ଡର ୱାର୍ସାରେ ଭାରତୀୟ ସମୁଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 21st, 11:45 pm
ଏହି ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ ଆଶ୍ଚର୍ଯ୍ୟଜନକ | ଯେବେଠାରୁ ମୁଁ ଏଠାରେ ପାଦ ରଖିଛି, ଆପଣ ଥକି ଯାଉନାହଁ । ଆପଣମାନେ ସମସ୍ତେ ପୋଲାଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି, ସମସ୍ତଙ୍କର ଭିନ୍ନ ଭିନ୍ନ ଭାଷା, ଉପଭାଷା, ଖାଦ୍ୟ ରହିଛି । କିନ୍ତୁ ସମସ୍ତେ ଭାରତୀୟତାର ଭାବନା ସହିତ ଜଡ଼ିତ । ଆପଣମାନେ ଏଠାରେ ଏତେ ବଡ଼ ଆକାରରେ ସ୍ୱାଗତ କରିଛନ୍ତି, ଏହି ସ୍ୱାଗତ ପାଇଁ ମୁଁ ଆପଣ ସମସ୍ତଙ୍କୁ, ପୋଲାଣ୍ଡବାସୀଙ୍କୁ ଅତ୍ୟନ୍ତ କୃତଜ୍ଞ ।ପୋଲାଣ୍ଡରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
August 21st, 11:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସମ୍ମାନାର୍ଥେ ୱାର୍ସାରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ ।ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି (ଅଗଷ୍ଟ ୦୧, ୨୦୨୪)
August 01st, 12:30 pm
ମୁଁ ପ୍ରଧାନମନ୍ତ୍ରୀ ଫାମ୍ ମିଙ୍ଗ ଚିଙ୍ଗ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତକୁ ସ୍ୱାଗତ କରୁଛି। ସର୍ବ ପ୍ରଥମେ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ସାଧାରଣ ସମ୍ପାଦକ, ନ୍ୟୁୟେନ ଫୁ ଚୋଙ୍ଗଙ୍କ ବିୟୋଗରେ ଗଭୀର ସମବେଦନା ଜଣାଇବାକୁ ଚାହୁଁଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍'
August 27th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .ଅରୁଣାଚଳ ପ୍ରଦେଶର ଗ୍ୟାଙ୍ଗଖାରରେ ଶାର ନାୟମା ତଶୋ ସୁମ ନାମୟିଗ ଲାହ୍କାଙ୍ଗ (ଗୋନ୍ପା) ଉଦଘାଟନରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
April 17th, 10:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର ଗ୍ୟାଙ୍ଗଖାର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଦ୍ୱାରା ଶାର ନାୟମା ତଶୋ ସୁମ ନାମୟିଗ ଲାହ୍କାଙ୍ଗ (ଗୋନ୍ପା) ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।