ଲେହଠାରେ 'ତଥାଗତଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ’ ର ଉଦଘାଟନ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
May 02nd, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଗତକାଲି ଲେହଠାରେ ଅନୁଷ୍ଠିତ 'ତଥାଗତଙ୍କ ପବିତ୍ର ଅବଶେଷର ପବିତ୍ର ପ୍ରଦର୍ଶନୀ' ର ଉଦଘାଟନ ଅବସରରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।Prime Minister extends greetings on Buddha Purnima
May 01st, 09:11 am
Prime Minister Shri Narendra Modi today extended his best wishes to all citizens on the auspicious occasion of Buddha Purnima. Highlighting a strong commitment towards realising the ideals of Lord Buddha, the Prime Minister hoped that his thoughts would deepen the spirit of joy and togetherness in society. He further urged everyone to reiterate the resolve to adopt the life values of Lord Buddha on this sacred occasion that inspires walking on the path of peace, compassion, and goodwill.ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
April 26th, 11:30 am
ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଭାରତ ଏଆଇ ପ୍ରଭାବ ସମ୍ମିଳନୀର ନେତାଙ୍କ ପୂର୍ଣ୍ଣ ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
February 19th, 01:00 pm
ଏଆଇ ପ୍ରଭାବ ସମ୍ମିଳନୀରେ ଭାରତକୁ ପୁଣି ଥରେ ଆପଣ ସମସ୍ତଙ୍କୁ ସ୍ୱାଗତ କରି ମତେ ବହୁତ ଆନନ୍ଦ ଲାଗୁଛି। ମୋର ବିଶ୍ୱାସ, ଏହି ସମ୍ମିଳନୀ ଏକ ମାନବକେନ୍ଦ୍ରିତ, ସମ୍ବେଦନଶୀଳ ବିଶ୍ୱ ଏଆଇ ବ୍ୟବସ୍ଥା ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 19th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅବସରରେ ଲିଡର୍ସ ପ୍ଲାନେରି ଅଧିବେଶନରେ ଉଦବୋଧନ ଦେଇଥିଲେ। ଶିଖର ସମ୍ମିଳନୀକୁ ଅଂଶଗ୍ରହଣକାରୀମାନଙ୍କୁ ପୁଣି ଥରେ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ଏକ ମାନବ-କୈନ୍ଦ୍ରିକ ଓ ସଂବେଦନଶୀଳ ବୈଶ୍ବିକ ଏଆଇ ଇକୋସିଷ୍ଟମ ତିଆରି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇତିହାସ ଦର୍ଶାଏ ଯେ ମଣିଷ ସବୁବେଳେ ସମସ୍ୟାକୁ ସୁଯୋଗରେ ରୁପାନ୍ତରିତ କରିଛି ଓ ଆଜି ସେହିପରି ଏକ ସୁଯୋଗ ଆସିଛି ଯେତେବେଳେ ଏକ ସମସ୍ୟାକୁ ମାନବଜାତିର ସବୁଠାରୁ ବଡ଼ ସୁଯୋଗରେ ପରିଣତ କରାଯାଇପାରିବ।Prime Minister Expresses Gratitude to President of Sri Lanka for Inaugurating the Exposition of the Holy Devnimori Relics
February 05th, 10:45 am
PM Modi conveyed his gratitude to Sri Lankan President Anura Kumara Dissanayake for inaugurating the Exposition of the Holy Devnimori Relics at the sacred Gangaramaya Temple in Colombo. He recalled his visit to Sri Lanka in April 2025, during which the decision to bring the revered relics to the country was taken. The PM expressed hope that Lord Buddha’s timeless message of compassion, peace and harmony will continue to guide humanity.ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।ରାଇ ପିଥୋରା ସାଂସ୍କୃତିକ ପରିସରରେ ପିପରାହୱା ଅବଶେଷ ଦେଖିବା ପାଇଁ ନାଗରିକମାନଙ୍କୁ ପ୍ରଧାମନ୍ତ୍ରୀଙ୍କ ଆହ୍ୱାନ
January 02nd, 06:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୧୧ଟାରେ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ 'ଦ ଲାଇଟ ଆଣ୍ଡ ଦ ଲୋଟସ: ରେଲିକ୍ସ ଅଫ ଦ ଆୱାକେଣ୍ଡ ୱାନ ଶୀର୍ଷକ ପବିତ୍ର ପିପରାହୱା ଅବଶେଷର ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ।୩ ଜାନୁଆରୀରେ ଭଗବାନ ବୁଦ୍ଧଙ୍କ ସମ୍ବନ୍ଧିତ ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
January 01st, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ରାୟ ପିଥୋରା ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ସହିତ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ଭବ୍ୟ ଅର୍ନ୍ତଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆୱେକେନ୍ଡ ୱାନ”କୁ ଉଦ୍ଘାଟନ କରିବେ ।ଭୂଟାନର ରାଜାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
November 11th, 06:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଥିମ୍ପୁଠାରେ ଭୂଟାନର ମହାମହିମ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ ସ୍ୱାଗତ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ମତ ବିନିମୟ କରିଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଦିଲ୍ଲୀ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ମହାମାନ୍ୟ ସମବେଦନା ଜଣାଇଥିଲେ।ଭୂଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
November 11th, 07:28 am
ମୁଁ ୧୧-୧୨ ନଭେମ୍ବର ୨୦୨୫ରେ ଭୁଟାନ ଗସ୍ତ କରିବି।ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନ ଜନସାଧାରଣ ଏବଂ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
November 09th, 03:43 pm
ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର ଚିରନ୍ତନ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ,’’ ବୋଲି ଶ୍ରୀ ମୋଦୀ କହିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ
November 09th, 09:59 am
ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କୁ ଭେଟିବେ। ଭୁଟାନର ଚତୁର୍ଥ ରାଜା ମହାମହିମ ଜିଗ୍ମେ ସିଙ୍ଗେ ୱାଙ୍ଗଚୁକଙ୍କ 70ତମ ଜନ୍ମ ବାର୍ଷିକୀ ଉତ୍ସବ ଏବଂ ବିଶ୍ୱ ଶାନ୍ତି ପ୍ରାର୍ଥନା ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବେ।ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 12th, 04:54 pm
ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 12th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।ପ୍ରାଦେଶିକ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
August 30th, 08:00 am
ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।ବିହାରର ଗୟାଜୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣI
August 22nd, 12:00 pm
ବିହାରର ମାନ୍ୟବର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଜୀ; ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ, ଜିତନ୍ ରାମ ମାନଝି ଜୀ, ରାଜୀବ ରଂଜନ ସିଂ, ଚିରାଗ ପାସୱାନ୍ ଜୀ, ରାମ ନାଥ ଠାକୁର ଜୀ, ନିତ୍ୟାନନ୍ଦ ରାୟ ଜୀ, ସତୀଶ ଚନ୍ଦ୍ର ଦୁବେ ଜୀ, ରାଜ ଭୂଷଣ ଚୌଧୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଜୀ ଏବଂ ବିଜୟ କୁମାର ସିହ୍ନା ଜୀ, ବିହାର ସରକାରଙ୍କ ମନ୍ତ୍ରୀମାନେ, ସଂସଦରେ ମୋର ସହକର୍ମୀ ଉପେନ୍ଦ୍ର କୁଶୱା ଜୀ, ଅନ୍ୟ ସାଂସଦ ଏବଂ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!ବିହାରର ଗୟାରେ ୧୨୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 22nd, 11:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଗୟାରେ ୧୨୦୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଜ୍ଞାନ ଏବଂ ମୁକ୍ତିର ପବିତ୍ର ନଗରୀ ଗୟାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ବିଷ୍ଣୁପଦ ମନ୍ଦିରର ଭବ୍ୟ ପରିସରରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଗୟା ଆଧ୍ୟାତ୍ମିକତା ଏବଂ ଶାନ୍ତିର ଭୂମି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭଗବାନ ବୁଦ୍ଧ ଏହି ପବିତ୍ର ଭୂମିରେ ଜ୍ଞାନପ୍ରାପ୍ତ ହୋଇଥିଲେ। ଶ୍ରୀ ମୋଦୀ କହିଛନ୍ତି, ଗୟାର ଏକ ପ୍ରାଚୀନ ଏବଂ ଅତ୍ୟନ୍ତ ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଅଛି। ଏହି ଅଞ୍ଚଳର ଲୋକମାନେ ଚାହାଁନ୍ତି ଯେ ଏହି ସହରକୁ କେବଳ ଗୟା ନୁହେଁ ବରଂ ସମ୍ମାନର ସହିତ ଗୟାଜୀ କୁହାଯାଉ, ପ୍ରଧାନମନ୍ତ୍ରୀ ଏହି ଭାବନାକୁ ସମ୍ମାନ ଦେବା ପାଇଁ ବିହାର ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଏବଂ ବିହାରରେ ତାଙ୍କ ସରକାର ଗୟାର ଦ୍ରୁତ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସେ ଖୁସି ପ୍ରକାଶ କରିଛନ୍ତି।୧୨୭ ବର୍ଷ ପରେ ପବିତ୍ର ପିପରହୱା ଅବଶେଷ ଦେଶକୁ ଫେରିଥିବାରୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି
July 30th, 02:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶେଷ ଦୀର୍ଘ ୧୨୭ ବର୍ଷ ପରେ ଦେଶକୁ ଫେରିଥିବାରୁ ସ୍ୱାଗତ କରିଛନ୍ତି । ଏହା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୌରବପୂର୍ଣ୍ଣ ଖୁସିର କ୍ଷଣ ବୋଲି ସେ କହିଛନ୍ତି ।