ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 01st, 06:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସ୍ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ବିଏସ୍ଏଫ୍ ଭାରତର ଅତୁଟ ସଂକଳ୍ପ ଏବଂ ସର୍ବୋଚ୍ଚ ପେସାଦାରତାର ପ୍ରତୀକ। ସେମାନେ ସବୁଠାରୁ ଆହ୍ୱାନପୂର୍ଣ୍ଣ କେତେକ ଅଞ୍ଚଳରେ ସେବା କରନ୍ତି। ସେମାନଙ୍କର ବୀରତ୍ୱ ସହିତ, ସେମାନଙ୍କର ମାନବିକତା ଭାବନା ମଧ୍ୟ ଅସାଧାରଣ , ଶ୍ରୀ ମୋଦୀ କହିଛନ୍ତି।ଅକ୍ଟୋବର ୩୦ - ୩୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
October 29th, 10:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ ତାରିଖରେ ଗୁଜରାଟ ଗସ୍ତ କରିବେ। ଅକ୍ଟୋବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ କେଭାଡିଆର ଏକତା ନଗର ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଇ-ବସର ଲୋକାର୍ପଣ କରିବେ। ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ସେ ଏକତା ନଗରରେ ୧,୧୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।Our government is making the vision of women-led development the axis of development: PM Modi in Bhopal, Madhya Pradesh
May 31st, 11:00 am
PM Modi participated in the Devi Ahilyabai Mahila Sashaktikaran Mahasammelan and launched multiple projects in Bhopal, Madhya Pradesh. Quoting Devi Ahilyabai, he reiterated that true governance means serving the people and improving their lives. Emphasising the government’s commitment to increasing women's participation in policymaking, the PM highlighted the progressive steps taken over the past decade.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଛନ୍ତି
May 31st, 10:27 am
ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।ଆଦମପୁର ଏୟାର ବେସ୍ରେ ବୀର ବାୟୁସେନା ଓ ସୈନିକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
May 13th, 03:45 pm
ଏହି ଜୟଘୋଷର ଶକ୍ତିକୁ ଏବେ ଏବେ ସାରା ଦୁନିଆଁ ଦେଖୁଛି। ଭାରତ ମାତା କୀ ଜୟ, ଏହା କେବଳ ଏକ ଘୋଷଣା ନୁହେଁ, ଏହା ଦେଶର ପ୍ରତିଟି ସେଇ ସୈନିକଙ୍କର ଶପଥ ଅଟେ, ଯିଏ ଦେଶମାତୃକାର ସମ୍ମାନ ଓ ମର୍ଯ୍ୟାଦା ପାଇଁ ଜୀବନକୁ ବାଜି ଲଗାଇ ଥାଏ। ଏହା ଦେଶର ପ୍ରତିଟି ନାଗରିକଙ୍କର ସ୍ୱର, ଯିଏ ଦେଶ ପାଇଁ ବଂଚିବାକୁ ଇଚ୍ଛା କରନ୍ତି, ଯିଏ କିଛି କରିବାକୁ ଇଚ୍ଛା କରନ୍ତି।ଆଦମପୁର ବାୟୁସେନା ଘାଟିଠାରେ ଦେଶର ସାହାସୀ ବାୟୁବୀର ଏବଂ ସୈନିକଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 13th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ 'ଭାରତ ମାତା କି ଜୟ' ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ 'ଭାରତ ମାତା କୀ ଜୟ' ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ 'ଭାରତ ମାତା କୀ ଜୟ' ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ - 'ଭାରତ ମାତା କି ଜୟ'। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'।PM Modi greets the Border Security Force on their Raising Day
December 01st, 08:52 am
The Prime Minister Shri Narendra Modi today greeted the Border Security Force on their Raising Day. He lauded the BSF for standing as a critical line of defence, embodying courage, dedication and exceptional service.ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
December 01st, 10:16 am
‘ବିଏସ୍ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ । ପ୍ରାକୃତିକ ବିପର୍ଯ୍ୟୟବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍ଏଫ୍ର ଭୂମିକାକୁ ମୁଁ ପ୍ରଶଂସା କରୁଛି ।’ରୋଜଗାର ମେଳା ଅଧୀନରେ ଅଗଷ୍ଟ ୨୮ ତାରିଖରେ ସରକାରୀ ବିଭାଗ ଏବଂ ସଂଗଠନ ଗୁଡିକରେ ନବନିଯୁକ୍ତ ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
August 27th, 07:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।ବିଏସଏଫରେ ଭିତ୍ତିଭୂମି ଉନ୍ନୟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
May 09th, 11:20 pm
୪ ଜଏଣ୍ଟ ଆଉଟପୋଷ୍ଟର ଉଦଘାଟନ ସହ ବିଏସଏଫକୁ ଆହୁରି ଦୃଢ଼ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଟୁଇଟ କରିଛନ୍ତି । ମୋଟ ୧୦୮.୩ କୋଟି ଟଙ୍କାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ଦୁଇଟି ଆବାସିକ କମ୍ପେ୍ଲକ୍ସ ଏବଂ ଜଣେ ଅଧିକାରୀଙ୍କ ମେସ୍ ମଧ୍ୟ ଉଦଘାଟନ କରାଯାଇଛି ।ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
December 01st, 09:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫ ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ସୁରକ୍ଷା ତଥା ନିଷ୍ଠାର ସହ ଦେଶସେବାରେ ବିଏସଏଫର ଅସାଧାରଣ ଟ୍ରାକ ରେକର୍ଡକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।ଗୁଜରାଟର ଦିଓଦରସ୍ଥିତ ବନସ ଡାଏରୀରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
April 19th, 11:02 am
ଆପଣମାନେ ସମସ୍ତେ ଭଲରେ ଅଛନ୍ତି । ଏବେ ଆପଣମାନଙ୍କୁ କ୍ଷମା ମାଗି ପ୍ରାରମ୍ଭରେ ମତେ ଟିକେ ହିନ୍ଦୀ କହିବାକୁ ପଡିବ । କାରଣ ଏହି ଗଣମାଧ୍ୟମ ବନ୍ଧୁମାନଙ୍କର ଅନୁରୋଧ ଥିଲା, ଯେ ଆପଣ ହିନ୍ଦୀରେ କଥା ହେଲେ ଭଲ ହେବ, ତେଣୁ ମୁଁ ଅନୁଭବ କଲି ଯେ ସବୁ ତ ନୁହେଁ, କିନ୍ତୁ କିଛି ସେମାନଙ୍କର କଥା ବି ମାନି ନିଆଯାଉ ।ବାନଶକଣ୍ଟାର ଦିୟୋଦରଠାରେ ପ୍ରଧାନମନ୍ତ୍ରୀ ବାନଶ ଡାଏରୀ ସଙ୍କୁଲ ବହୁମୁଖୀ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦେଶ ଉଦ୍ଦେଶ୍ୟରେ କଲେ ସମର୍ପିତ
April 19th, 11:01 am
ଗୁଜରାଟର ବାନଶକଣ୍ଟା ଜିଲ୍ଲା ଦିୟୋଦରଠାରେ ପ୍ରଧାନନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ଦୁଗ୍ଧଜାତ ସାମଗ୍ରୀ ପରିସର ଓ ଆଳୁ ପ୍ରକ୍ରିୟାକରଣ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ନୂତନ ଡାଏରୀ ପରିସର ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ । ଦିନକୁ ଏହା ୩୦ ଲକ୍ଷ ଲିଟର ଦୁଗ୍ଦ ପ୍ରକ୍ରିୟାକରଣ କରିବା ସହ ପ୍ରାୟ ଅଶୀ ଟନ ଲହୁଣୀ, ଏକ ଲକ୍ଷ ଲିଟର ଆଇସକ୍ରିମ, ୨୦ ଟନ ଖୋୟା ଓ ଛଅ ଟନ ଚକୋଲେଟ ଉତ୍ପାଦନ କରିବ ।ଗୁଜୁରାଟର ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷର ମୂଳ ପାଠ
March 12th, 12:14 pm
ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର କୁଳପତି ବିମଲ ପଟେଲ ଜୀ, ଅଫିସର୍ସ, ଶିକ୍ଷକ, ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଅଭିଭାବକ ଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ପ୍ରଥମ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ
March 12th, 12:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଠାରେ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟର ଏକ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହିତ ଏଠାରେ ପ୍ରଥମ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଉପସ୍ଥିତ ଥିଲେ ।Parivarvadi groups looted poor's ration, BJP ended their game: PM Modi in Barabanki
February 23rd, 12:44 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”PM Modi campaigns in Uttar Pradesh’s Barabanki and Kaushambi
February 23rd, 12:40 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”