ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 20th, 10:30 am

ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20th, 10:00 am

ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।

ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର ଉଦଘାଟନ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 19th, 03:15 pm

ମୁଁ ବେଙ୍ଗାଲୁରୁକୁ ବିଦେଶରୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି । ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡିଥାଏ | ବେଙ୍ଗାଲୁରୁ ଭାରତର ବୈଷୟିକ ସମ୍ଭାବନାକୁ ବିଶ୍ୱ ଚାହିଦା ସହ ଯୋଡ଼ିଛି। ବୋଇଂର ନୂଆ ଗ୍ଲୋବାଲ ଟେକ୍ନୋଲୋଜି କ୍ୟାମ୍ପସ ମଧ୍ୟ ବେଙ୍ଗାଲୁରୁର ଏହି ପରିଚୟକୁ ସୁଦୃଢ଼ କରିବାକୁ ଯାଉଛି। ଆମେରିକା ବାହାରେ ଏହା ବୋଇଂର ସବୁଠାରୁ ବଡ଼ ସୁବିଧା ହେବ। ତେଣୁ ଏହି ସୁବିଧା କେବଳ ଭାରତନୁହେଁ ସମଗ୍ର ବିଶ୍ୱର ବିମାନ ଚଳାଚଳ ବଜାରକୁ ଏକ ନୂତନ ଶକ୍ତି ଦେବାକୁ ଯାଉଛି । କିନ୍ତୁ ସାଥୀମାନେ, ଏହି ସୁବିଧାର ଗୁରୁତ୍ୱ କେବଳ ସେତିକି ନୁହେଁ । ଏହା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଏହି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ ଏହି ସଂକଳ୍ପକୁ ଦୃଢ଼ କରିଥାଏ। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ଆହୁରି ମଜବୁତ କରିଥାଏ । ଏହି ଦିବସରେ ଏହା ମଧ୍ୟ ପାଳନ କରାଯାଏ ଯେ ଦିନେ ଭାରତ ମଧ୍ୟ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ଏବଂ ତେଣୁ ମୁଁ ବୋଇଂର ସମଗ୍ର ପରିଚାଳନା, ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 02:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।

ବୋଇଂ ଅଧ୍ୟକ୍ଷ ତଥା ସିଇଓ ଡେଭିଡ୍ ଏଲ୍‌. କାଲହୋନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24th, 07:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁନ୍ ୨୩ରେ ୱାଶିଂଟନ୍ ଡିସିରେ ବୋଇଂର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଡେଭିଡ୍ ଏଲ୍ କାଲହୋନଙ୍କୁ ଭେଟିଛନ୍ତି ।