ଥାଇଲ୍ୟାଣ୍ଡରେ ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

April 04th, 12:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡ ଦ୍ୱାରା ଆୟୋଜିତ ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଶିଖର ସମ୍ମିଳନୀର ବିଷୟବସ୍ତୁ ଥିଲା - ବିମଷ୍ଟେକ: ସମୃଦ୍ଧ, ଦୃଢ଼ ଏବଂ ମୁକ୍ତ । ଏହା ବିମଷ୍ଟେକ କ୍ଷେତ୍ରର ନେତାମାନଙ୍କର ପ୍ରାଥମିକତା ଏବଂ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଥିଲା, ଏବଂ ବୈଶ୍ବିକ ଅନିଶ୍ଚିତତା ସମୟରେ ସହଭାଗୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ବିମଷ୍ଟେକର ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରିଥିଲା।